ଶ୍ରୀଦେବୀଙ୍କୁ ରାମ ଗୋପାଳ ବର୍ମାଙ୍କ ପ୍ରଶଂସା : କହିଲେ, ଶ୍ରୀଦେବୀ ଜଣେ ଚମତ୍କାର

37

shreedeviପ୍ରସିଦ୍ଧ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଅଭିନେତ୍ରୀ ଶ୍ରୀଦେବୀଙ୍କର ଏକ ଫଟୋ ବୁଧବାର ଦିନ ଶେୟାର କରିଛନ୍ତି । ଫଟୋରେ ଶ୍ରୀଦେବୀ ନିଜ ମାତା-ପିତାଙ୍କ ସହ ଅଛନ୍ତି । ଆଉ ସେଥିରେ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଏକ ଚମତ୍କାର ବୋଲି କହିଛନ୍ତି ।

ଏଥିରେ ରାମ ଗୋପାଳ ବର୍ମା ଲେଖିଛନ୍ତି କେମିତି ଜଣେ ଛୋଟ ଝିଅ ଭାରତୀୟ ସିନେମାର ସୁପରଷ୍ଟାର ପାଲଟିଗଲା । ଟ୍ୱିଟରରେ କହିଛନ୍ତି , ‘କିଏ କଳ୍ପନା କରିଥିଲା ଯେ ଏହି ଛୋଟ ଝିଅଟି ସୁପରଷ୍ଟାର ହେବ । ସତରେ ଶ୍ରୀଦେବୀ ଚମତ୍କାର ’ ।

ଶ୍ରୀଦେବୀ ରାମ ଗୋପାଳଙ୍କ ସହ ତେଲୁଗୁ ଫିଲ୍ମ ‘କ୍ଷଣା କ୍ଷଣଂ’ ଓ ‘ ଗୋବିନ୍ଦା ଗୋବିନ୍ଦା’ ରେ କାମ କରିସାରିଛନ୍ତି । ଶ୍ରୀଦେବୀଙ୍କ ଆଗାମୀ ଫିଲ୍ମ ‘ମମ୍’ରିଲିଜ ଅପେକ୍ଷାରେ ।