ଆପଣ ଜାଣନ୍ତି ,ଅମିତାଭଙ୍କ ଭୂମିକାରେ ବି ନଜର ଆସିଥିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ !

56

ବଲିଉଡ ମେଗାଷ୍ଟାର୍‌ ଅମିତାଭଙ୍କ ଅଭିନୀତ କେତେକ ସୁପରହିଟ୍‌ ଫିଲ୍ମ ତାମିଲ ଭାଷାରେ ବି ରିମେକ୍‌ ହୋଇଛି । ଆଉ ଏସବୁ ସିନେମାରେ ଅମିତାଭ ବଚ୍ଚନଙ୍କ ଅଭିନୀତ ଭୂମିକା ନିଭାଇଥିଲେ ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତ । ଆସନ୍ତୁ ସେହି ଫିଲ୍ମ ଗୁଡିକ ଉପରେ ନଜର ପକାଇବା.

ଦିଓ୍ଵାର୍‌ – ୧୯୭୫ ରେ ମୁକ୍ତିଲାଭ କରିଥିବା ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ୟଶ୍‌ ଚୋପ୍ରାଙ୍କ ବ୍ଲକବଷ୍ଟର ମୁଭି ହେଲା ଦିଓ୍ଵାର୍‌ । ଏଥିରେ ଅମିତାଭ ବଚ୍ଚନ,ଶଶୀ କପୁର,ପରବୀନ୍‌ ବାବି ଏବଂ ନୀତୁ ସିଂହ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ସିନେମାର ତାମିଲ ରିମେକ୍‌ ହୋଇଥିଲା, ଯେଉଁଥିରେ ଅମିତାଭ କରିଥିବା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ରଜନୀକାନ୍ତ ।

ଅମର ଆକବର ଆନ୍ଥୋନି- ମନମୋହନ ଦେଶାଇଙ୍କ ଏକ ଏଭର ଗ୍ରୀନ୍‌ ଫିଲ୍ମ ‘ ଅମର ଆକବର ଆନ୍ଥୋନି’ । ଏଥିରେ ଅମିତାଭ ବଚ୍ଚନ,ରିଷି କପୁର,ବିନୋଦ ଖାନ୍ନା,ଶବାନା ଆଜମୀ ,ପରବୀନ୍‌ ବାବି ଏବଂ ନୀତୁ ସିଂହ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ସୁପରହିଟ୍‌ ସିନେମାର ତାମିଲ ରିମେକ୍‌ର ନାମ ହେଲା ‘ ଶଙ୍କର ସଲିମ୍‌ ସାଇମନ୍‌’ । ଏଥିରେ ସାଇମନ୍‌ ରୋଲ୍‌ କରିଥିଲେ ରଜନୀକାନ୍ତ , ଯାହାର ମୂଳ ଭର୍ସନରେ ଥିଲେ ଅମିତାଭ ।

ଡନ୍‌ – ୧୯୭୮ରେ ରିଲିଜ୍‌ ହୋଇଥିବା ଅମିତାଭ ବଚ୍ଚନଙ୍କ ଅଭିନୀତ ଏକ ସୁପର ହିଟ୍‌ ଫିଲ୍ମ ହେଲା ‘ଡନ୍‌’ । ଚନ୍ଦ୍ରା ବାରୋଟଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅମିତାଭ ବଚ୍ଚନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଜୀନତ୍‌ ଅମାନ୍‌। ଏହାର ତାମିଲ ରିମେକ୍‌ରେ ବି ଡନ୍‌ ବନିଥିଲେ ରଜନୀ କାନ୍ତ ।

କସମେ ବାଦେ- ୧୯୮୮ ରେ ରିଲିଜ୍‌ ହୋଇଥିବା ତାମିଲ ଫିଲ୍ମ ‘ ଧର୍ମାଥିନ୍‌ ଥାଲାଇଭାନ୍‌’ ଥିଲା ଅମିତାଭ ବଚ୍ଚନଙ୍କ ଅଭିନୀତ ସୁପରହିଟ୍‌ ସିନେମା ‘କସମେ ବାଦେ’ର ରିମେକ୍‌ । ଏଥିରେ ଅମିତାଭ କରିଥିବା ଭୂମିକାରେ ନଜର ଆସିଥିଲେ ରଜନୀକାନ୍ତ ।

ଲାଓ୍ଵାରିସ୍‌ – ୧୯୮୧ ମସିହାରେ ପ୍ରକାଶ ମେହେରାଙ୍କ ସୁପରହିଟ୍‌ ଫିଲ୍ମ ‘ଲାଓ୍ଵାରିସ୍‌’ ପରଦାକୁ ଆସିଥିଲା । ଏହାର ତାମିଲ୍‌ ରିମେକ୍‌ ବି ପରଦାକୁ ଆସିଥିଲା । ଏହାର ଟାଇଟଲ୍‌ ଥିଲା ‘ ପନାକ୍କରନ୍‌’ । ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ଅଭିନୀତ ଚରିତ୍ରକୁ ଖୁବ୍‌ ସାବଲୀଳ ଢଙ୍ଗରେ ପେଶ୍‌ କରିଥିଲେ ରଜନୀକାନ୍ତ ।

ନମକହଲାଲ- ପ୍ରଖ୍ୟାତ ନିର୍ଦ୍ଦେଶକ ପ୍ରକାଶ ମେହେରାଙ୍କ ସୁପର ହିଟ୍‌ ଫିଲ୍ମ ‘ ନମକ ହଲାଲ୍‌’ରେ ଅମିତାଭ ବଚ୍ଚନ, ଶଶୀ କପୁର,ପରବୀନ୍‌ ବାବି ଏବଂ ସ୍ମିତା ପାଟିଲ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ସୁପରହିଟ୍‌ ସିନେମାର ତାମିଲ ରିମେକ୍‌ ବି ପ୍ରସ୍ତୁତ ହୋଇଥିଲା । ଏହା ବି ତାମିଲରେ ବ୍ଲକବଷ୍ଟର ହୋଇଥିଲା । ଏଥିରେ ରଜନୀକାନ୍ତଙ୍କ କମେଡି ଦର୍ଶକଙ୍କୁ ନେଇ ଉଲ୍ଲସିତ କରିଥିଲା ।

ମର୍ଦ-୧୯୮୫ ରେ ରିଲିଜ୍‌ ହୋଇଥିବା ମନମୋହନ ଦେଶାଇଙ୍କ ସୁପରହିଟ୍‌ ଫିଲ୍ମ ‘ ମର୍ଦ’ ରେ ଲିଡ ରୋଲରେ ନଜର ଆସିଥିଲେ ଅମିତାଭ ବଚ୍ଚନ,ଅମ୍ରିତା ସିଂହ,ଦାରା ସିଂହ,ପ୍ରେମ ଚୋପ୍ରା ପ୍ରମୁଖ। ଏହି ସିନେମାର ତାମିଲ୍‌ ରିମେକ୍‌ ଥିଲା ‘ମାର୍ବରନ୍‌’। ଏଥିରେ ବି ଅମିତାଭ କରିଥିବା ଚରିତ୍ରରେ ନଜର ଆସିଥିଲେ ରଜନୀକାନ୍ତ ।