ଫିଲ୍ମ ରିଲିଜ ପୂର୍ବରୁ କରିଛି କମାଲ ! ଅକ୍ଷୟ-ରଜନୀକାନ୍ତଙ୍କ ଫିଲ୍ମ ୨.୦ ଆୟ କରିଛି ପାଖାପାଖି ୨ଶହ କୋଟି

79

ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ୨.୦କୁ ନେଇ କ୍ରେଜ ବଢିବାରେ ଲାଗିଛି । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସୁକତା ଭରିଛି । ଏହାର ଫାଇଦା ମିଳିଛି ଫିଲ୍ମ ନିର୍ମାତାଙ୍କୁ । ଏହା ଭିତରେ ଏହି ଫିଲ୍ମର ନିର୍ମାତା ମଧ୍ୟ ଫିଲ୍ମ ରୁ ଖୁବ୍ ପ୍ରଫିଟ୍ କମାଇଲେଣି । ଏହି ଫିଲ୍ମର ନିର୍ଦ୍ଦେଶକ ଶଙ୍କର ଙ୍କର ଅନୁସାରେ , ଫିଲ୍ମର ସ୍ୟାଟେଲାଇଟ୍ ରାଇଟ୍ସ ୧୧୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହି ଆମାଉଣ୍ଟ ଫିଲ୍ମର ୩ ଭର୍ସନ( ହିନ୍ଦୀ, ତାମିଲ ଓ ତେଲୁଗୁ) ର ଅଟେ । ଏହା ବ୍ୟତୀତ ଫିଲ୍ମର ମେକର୍ସ ‘୨.୦’ର ଥିଏଟ୍ରିକଲ୍ ରାଇଟ୍ସ ୮୦ କୋଟି ଟଙ୍କାରେ ବିକ୍ରି କରିଛନ୍ତି । ଅର୍ଥାତ ଫିଲ୍ମ ରିଲିଜ ପୂର୍ବରୁ ଏହି ଫିଲ୍ମ ୨ଶହ କୋଟି ଟଙ୍କାର ପାଖାପାଖି ବ୍ୟବସାୟ କରିସାରିଲାଣି । ଆପଣଙ୍କୁ ସୂଚନା ଯେ, ଏହି ଫିଲ୍ମର ଅର୍ଥ ବଜେଟ୍ ସମୁଦାୟ ୪୫୦ କୋଟି ଟଙ୍କା । ଏବଂ ଏହା ଭାରତର ସବୁଠୁ ମହଙ୍ଗା ଫିଲ୍ମ ସାବ୍ୟସ୍ତ ହୋଇଛି ।

ଲିକା ପ୍ରଡକ୍ସନର ଫାଉଣ୍ଡର ସୁବାସ୍କରଣ ଅଲୀରାଜା ଏହି ଫିଲ୍ମର ପ୍ରଡ୍ୟୁସର । ଏହି ଫିଲ୍ମରେ ଅକ୍ଷୟ କୁମାର ଓ ରଜନୀକାନ୍ତ ଙ୍କ ବ୍ୟତୀତ ଏମି ଜ୍ୟାକ୍ସନ , ସୁଧାଂଶୁ ପାଣ୍ଡେ , ଆଦିଲ ହୁସେନ ଓ ରିୟାଜ ଖାନ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ସାରା ବିଶ୍ୱରେ ୭ହଜାର ସ୍କ୍ରିନରେ ରିଲିଜ ହେବାକୁ ଯାଉଛି ।

ଏହି ଫିଲ୍ମର ଅଡିଓ ଲଂଚ ଦୁବାଇରେ ହେବାକୁ ସ୍ଥିର ହୋଇଛି । ଯେଉଁଥି ପାଇଁ ଖିଲାଡି ଷ୍ଟାର ଅକ୍ଷୟ କୁମାର ହେଲିକପ୍ଟରରେ ପହଁଚିଛନ୍ତି । ଲଂଚ ସମାରୋହକୁ ରାଣା ଦଗ୍ଗୁବାତି ହୋଷ୍ଟ କରୁଛନ୍ତି । ଏହି ଫିଲ୍ମର ମ୍ୟୁଜିକ୍ ଡାଇରେକ୍ଟର ଏ.ଆର୍. ରହମାନ ଏହି ଇଭେଣ୍ଟରେ ଲାଇଭ୍ ପରଫାମେନ୍ସ ଦେବେ । ଏହି ଗ୍ରାଣ୍ଡ ଅଡିଓ ଇଭେଣ୍ଟରେ ପାଖାପାଖି ୧୨ କୋଟି ଟଙ୍କା ଖର୍ଚ୍ଚ ହେବ ।

ଗୁରୁବାର ଦିନ ଅକ୍ଷୟ କୁମାର ଏହି ଫିଲ୍ମର ପ୍ରେସ୍ ଲଂଚ ଇଭେଣ୍ଟ ପାଇଁ ଦୁବାଇରେ ପହଁଚିଛନ୍ତି । ଏହି ଇଭେଣ୍ଟରେ ସୁପରଷ୍ଟାର ରଜନୀକାନ୍ତ , ଓସ୍କାର ବିଜେତା ସଂଗୀତଜ୍ଞ ଏ.ଆର୍. ରହମାନ ଓ ଡାଇରେକ୍ଟର ଶଙ୍କର ଉପସ୍ଥିତ ଥିଲେ । ଫିଲ୍ମ ବିଷୟରେ କହିବାକୁ ଯାଇ ଶଙ୍କର କହିଛନ୍ତି, ଆମ ପାଇଁ ଏହା ପୁରା ନୂଆ ଅଟେ । ଏହାର ଫର୍ମାଟ ଓ ମେସେଜ ମଧ୍ୟ ଅଲଗା । ଏହା ଭାରତୀୟ ଫିଲ୍ମ ଭରି ନୁହେଁ । ଏହା ହଲିଉଡ ଫିଲ୍ମ ଭଳି ।