ଅକ୍ଷୟ କୁମାରଙ୍କ ୪୦୦କୋଟିର ଧମାକା ! ଖୁବ୍ ଶ୍ରୀଘ୍ର ପରଦାକୁ ଆସୁଛି ଫିଲ୍ମ ୨.୦

55

rajinikanth-2-0-79ବଲିଉଡ ଅଭିନେତା ଅକ୍ଷୟ କୁମାର । ଦମଦାର ଷ୍ଟଣ୍ଟ ଦୃଶ୍ୟରେ ଅଭିନୟ ପାଇଁ ମାହିର ଏହି ଅଭିନେତା । ଯିଏ ଦର୍ଶକଙ୍କ ହୃଦୟରେ ଖିଲାଡି ଷ୍ଟାର ଭାବେ ରାଜ୍ କରୁଛନ୍ତି । ଏବେ ବଲିଉଡର ବଡ ବଡ ଷ୍ଟାରଙ୍କର ଫିଲ୍ମ ଫ୍ଲପ୍ ହେବା ବେଳେ , ଅକ୍ଷୟଙ୍କ ସବୁ ଫିଲ୍ମ ଲଗାତାର ହିଟ୍ ସାବ୍ୟସ୍ତ ହେଉଛି । ଆଉ ପ୍ରଶଂସକମାନେ ମନ ଭରି ଉପଭୋଗ କରିଛନ୍ତି ଅକ୍ଷୟଙ୍କ ଫିଲ୍ମକୁ । ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଦୁଃଖ ଥିଲା । କାରଣ ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ଫିଲ୍ମ ୨.୦କୁ ସ୍ଥଗିତ କରି ଜାନୁୟାରୀ ୨୦୧୮କୁ ରଖିଥିଲେ । ହେଲେ ଏବେ ପ୍ରଶଂସକମାନଙ୍କ ଦୁଃଖ କିଛି ମାତ୍ରାରେ କମ୍ ହେବାକୁ ଯାଉଛି । କାରଣ ନିର୍ମାତା ଫିଲ୍ମର ଟିଜର ଓ ଅଡିଓ ଅକ୍ଟୋବର-ନଭେମ୍ବରରେ ରିଲିଜ କରିବାକୁ ଯାଉଛନ୍ତି ।

enthiran2_730x419ଏହି ଫିଲ୍ମର କ୍ରିଏଟିଭ ହେଡ୍ ଫିଲ୍ମ ବିଷୟରେ ସୂଚନା ଦେଇ କହିଛନ୍ତି ଫିଲ୍ମ ୨.୦ ର ଅଡିଓ ଏହି ଅକ୍ଟୋବରରେ ଦୁବାଇରେ ରିଲିଜ ହେବାକୁ ଯାଉଛି । ଆଉ ଟିଜର ଆସନ୍ତା ନଭେମ୍ବର ମାସରେ ହାଇଦ୍ରାବାଦରେ ଓ ଟ୍ରେଲର ଡିସେମ୍ବରରେ ଚେନ୍ନାଇରେ ରିଲିଜ ହେବ । ଫିଲ୍ମର ପ୍ରମୋଶନରେ କୋଟି କୋଟି ଟଙ୍କା କରାଯାଉଛି । ଯେତେବେଳେ ଫିଲ୍ମର ସମୁଦାୟ ଖର୍ଚ୍ଚ ୪୦୦ କୋଟି । ରିପୋର୍ଟ ଅନୁସାରେ, ଫିଲ୍ମର ପ୍ରଥମ ଲୁକ୍ ରେ ପାଖାପାଖି ୬କୋଟି ଟଙ୍କା ଖର୍ଚ୍ଚା ହୋଇଛି ।

filmଫିଲ୍ମର ଟ୍ରେଲର ସୁପରଷ୍ଟାର ରଜନୀକାନ୍ତଙ୍କ ଜନ୍ମଦିନ ଅର୍ଥାତ୍ ଡିସେମ୍ବର ୧୨ରେ ରିଲିଜ ହେବ ବୋଲି ସୂଚନା ରହିଛି । ଆଉ ମଧ୍ୟ ଶୁଣିବାକୁ ମିଳୁଛି ଏହି ଫିଲ୍ମର ଟ୍ରେଲର ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ଜିନ୍ଦ ହୈ’ ସହ ରିଲିଜ କରାଯିବ । ଫିଲ୍ମର ହିନ୍ଦି ଥିଏଟ୍ରିକଲ ରାଇଟ୍ସ ୮୦ କୋଟିରେ ବିକ୍ରି କରାଯାଇଛି । କିନ୍ତୁ ନିର୍ମାତାଙ୍କ ଡିମାଣ୍ଡ ୧୦୦ କୋଟି ଥିଲା । ହେଲେ ଶେଷରେ ୮୦ କୋଟିରେ ଏହି ଫିଲ୍ମର ମାମଲା ଅଟଳିଲା ।

akhyaମିଳିଥିବା ସୂଚନା ଅନୁସାରେ , ଫିଲ୍ମର ସାଟେଲାଇଟ ରାଇଟ୍ସ ଜି ଟିଭି ୧୧୦ କୋଟି ଟଙ୍କାରେ କିଣିନେଇଛି । ସର୍ବ ମୋଟରେ ଏହା ଜଣାପଡୁଛି ଯେ ଫିଲ୍ମର ରିଲିଜ ହେବା ପୂର୍ବରୁ ୧୯୦ କୋଟିର ଅର୍ଥ ଆୟ କରିସାରିଲାଣି । ଆଉ ମଧ୍ୟ ଏହି ଫିଲ୍ମରେ ବଲିଉଡର ସବୁଠୁ ମହଙ୍ଗା ଫିଲ୍ମ ଭାବେ ସାବ୍ୟସ୍ତ ହେବାକୁ ଯାଉଛି । ଏଥିରେ ଦର୍ଶକ ଦେଖିବେ ରଜନୀକାନ୍ତ ଓ ଏମି ଜ୍ୟାକସନଙ୍କର ମିଳିତ ରୋମାନ୍ସ । ଫିଲ୍ମ ୨.୦ର ଏହହି ଗୀତରେ ପାଖାପାଖି ୮-୧୦ କୋଟି ଯାଏ ଖର୍ଚ୍ଚ କରାଯାଉଛି । ଏକ ପ୍ରମୁଖ ଉତ୍ସବରେ ଦିବାଲୀ ଅବସରରେ ଫିଲ୍ମର ଅଡିଓ ଲଂଚ ହେବ । ଫିଲ୍ମର ପ୍ରମୋସନ ପାଇଁ ନିର୍ମାତା ଅଲଗା ୪୦ କୋଟିର ବଜେଟ୍ କରିଛନ୍ତି । ଫିଲ୍ମର ପ୍ରଥମ ଲୁକ ପାଇଁ ୬କୋଟି ଖର୍ଚ୍ଚ ହୋଇଛି । ଫିଲ୍ମ ୪୦୦ କୋଟିର ଏକ ବଡ ବଜେଟରେ ତିଆରି ହେଉଛି । ଯାହାକୁ ନେଇ ଏବେଠୁ ପୁରା ଚର୍ଚ୍ଚା ଚାଲିଛି । ଆଉ ଦର୍ଶକ ଏମିତି ଏକ ହାଇ ବଜେଟର ଓ ରଜନୀକାନ୍ତ – ଅକ୍ଷୟଙ୍କର ଷ୍ଟାରକାଷ୍ଟର ଫିଲ୍ମକୁ ଅପେକ୍ଷା କରିଛନ୍ତି । ଯେଉଁଥିରେ ବଲିଉଡର ଦମଦାର ହିରୋ ଅକ୍ଷୟ କରୁଛନ୍ତି ଖଳ ଚରିତ୍ର । ସବୁ ଚରିତ୍ରରେ ମାହିର ଅକ୍ଷୟଙ୍କର ଏ ଖଳ ଚରିତ୍ର ନିଶ୍ଚୟ ଦର୍ଶକଙ୍କୁ ଆକର୍ଷିତ କରିବ ।