ନିଜର ଜନ୍ମଦିନରେ ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେବେ ବାହୁବଳୀ !

43

ରାଜାମୌଳୀଙ୍କ ଫିଲ୍ମ ‘ବାହୁବଳୀ’ରେ ଯେମିତି ଅମରେନ୍ଦ୍ର ବାହୁବଳୀ ନିଜର ପ୍ରଜାଙ୍କୁ ଭଲ ପାଉଥିଲେ । ସେହିପରି ରିୟଲ ଲାଇଫରେ ଅଭିନେତା ପ୍ରଭାସ ନିଜର ପ୍ରଶଂସକଙ୍କ ସହ ସ୍ପେଶାଲ ସଂପର୍କ ସେୟାର କରିଛନ୍ତି ।

୨୩ ଅକ୍ଟୋବରରେ ପ୍ରଭାସଙ୍କର ୩୮ ତମ ଜନ୍ମଦିନ । ଏହାପୂର୍ବରୁ ତାଙ୍କର ପ୍ରଶଂସକମାନେ ତାଙ୍କ ଜନ୍ମଦିନରେ ସରପ୍ରାଇଜର ପ୍ଲାନିଂ କରିବା ପୂର୍ବରୁ ପ୍ରଭାସ ନିଜର ପ୍ରଶଂସକଙ୍କ ଓ ଦର୍ଶକଙ୍କ ପାଇଁ ସ୍ପେଶାଲ ରିଟର୍ଣ୍ଣ ଗିଫ୍ଟ ପ୍ରସ୍ତୁତ କରିଛନ୍ତି ବୋଲି ରିପୋର୍ଟ ମିଳିଛି ।

ଏହି ଖାସ୍ ସରପ୍ରାଇଜର ଖୁଲାସା ପ୍ରଭାସ ସୋସିଆଲ୍ ମିଡିଆରେ କରିବେ । ଶୁଣିବାକୁ ମିଳୁଛି ଅଭିନେତା ପ୍ରଭାସ ନିଜର ପ୍ରଶଂସକଙ୍କୁ ସରପ୍ରାଇଜ ଦେବା ପାଇଁ ନିଜର ଜନ୍ମଦିନ ଅବସରରେ ନିଜର ଆଗାମୀ ଫିଲ୍ମ ‘ସାହୋ’ର ପ୍ରଥମ ଲୁକ୍ ଜାରି କରିପାରନ୍ତି । ସାହୋ , ଭବିଷ୍ୟକୁ ଦର୍ଶାଉଥିବା ଆଡଭେଂଚର ଫ୍ୟାଣ୍ଟାସି ଫିଲ୍ମ ଅଟେ । ଯେଉଁଥିରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତେଲୁଗୁ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଶ୍ରଦ୍ଧା କପୁର ଅନେକ ଦିନ ଧରି ହାଇଦ୍ରାବାଦ ବ୍ୟତୀତ ଅନେକ ଫରେନ୍ ଲୋକେସନରେ ମଧ୍ୟ ଫିଲ୍ମ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି । ସାହୋ, ଦ୍ୱିଭାଷୀୟ ଫିଲ୍ମ ଅଟେ । ଯାହା ତେଲୁଗୁ ବ୍ୟତୀତ ହିନ୍ଦୀରେ ମଧ୍ୟ ରିଲିଜ ହେବ।

ଏହି ଫିଲ୍ମରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ନୀଲ ନିତିନ୍ ମିକେଶ , ଜ୍ୟାକି ଶ୍ରଫ୍, ଚଙ୍କି ପାଣ୍ଡେ ଓ ମନ୍ଦିରା ବେଦୀ ମଧ୍ୟ ଅଛନ୍ତି । ସାହୋ , ବାହୁବଳୀ ପରେ ପ୍ରଭାସଙ୍କର ଆଗାମୀ ଫିଲ୍ମ ସାହୋ । ରାଜାମୌଳୀଙ୍କର ଫିଲ୍ମ ‘ବାହୁବଳୀ’ ପାଇଁ ପ୍ରଭାସ ପାଖାପାଖି ୫ବର୍ଷ ସମୟ ଦେଇଥିଲେ । ଏହି ଫିଲ୍ମରେ ନିଜର ଭୂମିକାକୁ ଉଚିତ ନ୍ୟାୟ ଦେବାକୁ ପ୍ରଭାସ ଖୁବ୍ ଟ୍ରେନିଂ ନେଇଥିଲେ । ଏହା ସହ ଷ୍ଟ୍ରିକ୍ଟ ଡାଏଟ୍ ମଧ୍ୟ କରିଥିଲେ । ଯାହାକି ଅମରେନ୍ଦ୍ର ବାହୁବଳୀର ପରଫେକ୍ଟ ଲୁକ୍ ସହ ମିଶିପାରିବ ।