‘ବାହୁବଳୀ’ ସୁଟିଂ ବେଳେ ପ୍ରଭାସଙ୍କ ପାଖରେ ନଥିଲା ପଇସା ! ଅଭିନୟ ନିଶାରେ ଭୁଲିଯାଇଥିଲେ ସବୁକିଛି

56

Mirchi Movie Prabhas HQ Photosକୁହାଯାଏ ପରିଶ୍ରମ ଫଳ ମିଠା ହୋଇଥାଏ । ଆଉ ଏହା ହିଁ ହୋଇଛି ବାହୁବଳୀ ଅଭିନେତା ପ୍ରଭାସଙ୍କ କ୍ଷେତ୍ରରେ । ଏସଏସ୍ ରାଜାମୈାଳୀ ଓ ତାଙ୍କର ସମୁଦାୟ ଟିମ୍ ‘ବାହୁବଳୀ’ ପାଇଁ ୪ବର୍ଷ ନେଇଥିଲେ । ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଥିବା ଅଭିନେତା ପ୍ରଭାସଙ୍କୁ ନିର୍ଦ୍ଦେଶକ ଅନ୍ୟ କୈାଣସି ଫିଲ୍ମରେ ସାଇନ୍ କରିବାକୁ ମନା କରିଦେଇଥିଲେ ।

ଦକ୍ଷ ଅଭିନେତା ପ୍ରଭାସ ନିଜର କାମକୁ ନେଇ ଏତେ ସିରିୟସ ଥିଲେ ଯେ , ସେ ପାରିଶ୍ରମିକ ନେବାକୁ ବି ଭୁଲିଯାଇଥିଲେ । ନିକଟରେ ଏନଟିଭି ତେଲୁଗୁକୁ ସାକ୍ଷାତକାର ସମୟରେ ଏସଏସ ରାଜାମୈାଳୀ ଏହିକଥା କହିଛନ୍ତି । ସୁଟିଂ ସମୟରେ ପ୍ରଭାସଙ୍କ ପାଖରେ ପଇସା ନଥିଲା । ତାଙ୍କୁ ଆଡ୍ ଓ ଫିଲ୍ମର ଅନେକ ଅଫର ଆସୁଥିଲା ,ହେଲେ ସେ ପ୍ରଭାସଙ୍କ ପୁରା ଫୋକସ ‘ବାହୁବଳୀ’ ଉପରେ ଥିଲା । ୧୦କୋଟିର ଏକ ଆଡ୍ କୁ ପ୍ରଭାସ ସ୍ୱୀକାର କରିନଥିଲେ ।

ଏବେ ପ୍ରଭାସଙ୍କ ଖୁବ୍ ପ୍ରଶଂସକ । ଆକାଶ ଛୁଇଁଛି ତାଙ୍କ ସଫଳତା । ଦୃଢ ନିଷ୍ଠା ଓ ଏକାଗ୍ରତା ଯେ କେତେ ସଫଳତା ଦେଇପାରେ , ଏହାର ଉଦାହରଣ ପାଲଟିଛନ୍ତି ଅଭିନେତା ପ୍ରଭାସ ।