ବଲିଉଡରେ ଓଡିଆ ପୁଅ! ହିନ୍ଦୀ ଫିଲ୍ମ ‘ପଦ୍ମାବତୀ’ରେ ନିହାରଙ୍କ ସାଉଣ୍ଡର କମାଲ୍

39

 ରିଲିଜ ହୋଇଛି ବହୁ ଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତୀ’ର ଟ୍ରେଲର । ଏହାକୁ ଦର୍ଶକ ଖୁବ୍ ପ୍ରଶଂସା କରିଛନ୍ତି । ଆଉ ଏହାକୁ ଖୁବ୍ ଆପଣେଇବା ଓ ତାରିଫ କରିବାର ଏକ ପ୍ରମୂଖ କାରଣ ମଧ୍ୟ ରହିଛି । ଡିସେମ୍ବର ୧ରେ ବଡ ପରଦାରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ରହିଛି ଜଣେ ଓଡିଆ ଯୁବକଙ୍କର ସ୍ପର୍ଶ ।

ନିହାର ରଂଜନ ସାମଲ , ଓଡିଶାର ଯାଜପୁର ଜିଲ୍ଲାର ବାସିନ୍ଦା । ପୁନେର ଏଫଟିଆଇଆଇର ଜଣେ ଛାତ୍ର । ଏବେ ପଦ୍ମାବତୀ ପାଇଁ କରିଛନ୍ତି ସାଉଣ୍ଡ ଡିଜାଇନରର କାର୍ଯ୍ୟ । ଏହାକୁ ନେଇ ସେ ଆଜି ଓଡିଶାରେ ଆଲୋଚନାର ବିଷୟ ପାଲଟିଛନ୍ତି । ନିହାର ନିଜର ଏହି ସାଉଣ୍ଡ ଡିଜାଇନର କାମ ପାଇଁ ଖୁବ୍ ପ୍ରଶଂସିତ ହୋଇଛନ୍ତି ପୂର୍ବରୁ । ୨୦୧୩ ମସିହାରେ ‘ମାଡ୍ରାସ କେଫ୍’ ରେ ଉତ୍ତମ କାର୍ଯ୍ୟ ପାଇଁ ପାଇଥିଲେ ଜାତୀୟ ପୁରସ୍କାର । ୧୬୦ ଦିନର କଠିନ ସିଡ୍ୟୁଲ ଭିତରେ ସେ ଫିଲ୍ମ ପଦ୍ମାବତୀ ପାଇଁ ଦେଇଛନ୍ତି ନିଜର ସମସ୍ତ ଦକ୍ଷତା । ଆଉ ଯାହାର ଫଳ ମିଳିଛି ସଦ୍ୟ ରିଲିଜ ହୋଇଥିବା ପଦ୍ମାବତୀ ଟ୍ରେଲରରୁ । ଚାରିଆଡୁ ମିଳୁଛି ଖୁବ୍ ପ୍ରଶଂସା ।

ଏହି ଜାତୀୟ ପୁରସ୍କାର ପ୍ରାପ୍ତ ନିହାର ରଂଜନ କହିଛନ୍ତି , ‘ପଦ୍ମାବତୀ ଭଳି ଫିଲ୍ମ ପାଇଁ ସାଉଣ୍ଡ ଡିଜାଇନିଂ କରିବା ବାସ୍ତବରେ କଠିନ କଥା । ଏବଂ ଏହା ସହ ଟେକ୍ନିସିଆନଙ୍କ ପାଇଁ ଏହା ଅନେକ ଶିଖିବାର ଅନୁଭବ ଅଟେ । ମୁଁ ବହୁତ ଖୁସି ଯେ ନିର୍ଦ୍ଦେଶକଙ୍କର ପଟ୍ଟକଥା ଓ ଦୃଷ୍ଟିକୁ ସଠିକ ନ୍ୟାୟ ଦେଇଛି ।

ଏହି ଫିଲ୍ମ ପଦ୍ମାବତୀର ଷ୍ଟାରକାଷ୍ଟରେ ରଣବୀର ସିଂହ , ଦୀପିକା ପାଦୁକୋନ୍ , ସାହିଦ୍ କପୁର ଓ ଅଦିତି ରାଓ ହାଇଦାରି ରହିଥିବା ବେଳେ ନିର୍ଦ୍ଦେଶନାରେ ଅଛନ୍ତି ସଂଜୟ ଲୀଲା ଭଂସାଲୀ ।