ଶେଷରେ କରନଙ୍କୁ ମିଳିଲା ଫିଲ୍ମ ଅଫର୍ !

90

୨୦୧୫ରେ ରିଲିଜ ହୋଇଥିଲା ଫିଲ୍ମ ‘ହେଟ୍ ଷ୍ଟୋରୀ-୩’ । ଏହି ଫିଲ୍ମରେ ଦେଖିବାକୁ ମିଳିଥିଲେ ଅଭିନେତା କରନ୍ ସିଂହ ଗ୍ରୋଭର । ତା’ ପରଠାରୁ ଏହି ଦୁଇବର୍ଷ ମଧ୍ୟରେ ନା ତାଙ୍କର କୈାଣସି ଫିଲ୍ମ ଆସିଥିଲା ନା କୈାଣସି ଅଫର୍ ମିଳିବାର ସୂଚନା ମିଳିଥିଲା । ସେଥିପାଇଂ ସେ ମଧ୍ୟ ପତ୍ନୀ ବିପାଶାଙ୍କ ପରି ଲୋକମାନଙ୍କୁ ଫିଟନେସ୍ ମନ୍ତ୍ର ଦେବାରେ ଲାଗିପଡିଥିଲେ ।

କିନ୍ତୁ ଏବେ ତାଙ୍କ ପ୍ରତୀକ୍ଷାର ଅନ୍ତ ହୋଇଛି । ବହୁଦିନ ପରେ ତାଙ୍କୁ ମିଳିଛି ଏକ ଅଫର । ଆଉ ଏହି ଅଫର ଦେଇଛନ୍ତି ନିର୍ଦ୍ଦେଶକ ଅଙ୍କୁଶ ଭଟ୍ଟ । ଫିକରୀ ଟାଇଟଲର ଏହି ଫିଲ୍ମରେ କରନ୍ କରିବେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏହି ଥ୍ରୀଲର ଫିଲ୍ମର ସୁଟିଂ ପ୍ରାୟ ୪୦ ଦିନ ଚାଲିବ । ଆସନ୍ତା ଅଗଷ୍ଟ ମାସରେ ଲଣ୍ଡନରେ ସୁଟିଂ ଆରମ୍ଭ କରାଯିବ ବୋଲି ଶୁଣିବାକୁ ମିଳିଛି । କରନଙ୍କ ବ୍ୟତୀତ ନୀଲ୍ ନୀତୀନ ମୁକେଶ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ମଧ୍ୟ ଦେଖିବାକୁ ମିଳିବେ । ଏ ଦୁହିଁଙ୍କ ବ୍ୟତୀତ ସନ୍ଦୀପା ଧର୍ , ଶିବାନୀ ଦାଣ୍ଡେକର୍ ଓ କେ.କେ.ମେନନଙ୍କ ପରି କଳାକାର ମଧ୍ୟ ରହିବେ । ନିକଟରେ ଫିଲ୍ମର ଫାଷ୍ଟଲୁକ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ନୀଲ୍ । ଯାହାକୁ ଦେଖିବା ପରେ ଦର୍ଶକଙ୍କ ଉତ୍ସାହ ବଢିଯାଇଛି ।