ପ୍ରେମର ନୂଆ ପରିଭାଷା-‘ହାଫ୍ ଗର୍ଲଫ୍ରେଣ୍ଡ’ : ଉପନ୍ୟାସ ଏବେ ସିନେମା

172

କନକ ବ୍ୟୁରୋ : ପ୍ରେମର ନୂଆ ପରିଭାଷା । ସମ୍ପର୍କର ନୂଆ ପରିଚୟ । ଯାହା ଆଜିକାଲି ଯୁବ ପିଢୀଙ୍କ ଭିତରେ ଏକ ଟ୍ରେଣ୍ଡ ଭାବେ ଜଣା ଯାଉଛି । ଏମାନେ ପ୍ରେମରେ ସିନା ପଡୁଛନ୍ତି, ହେଲେ ଏମାନଙ୍କ ସମ୍ପର୍କ ପୁରା ନୁହେଁ ଅଧା ଭାବେ ଜଣା ଯାଉଛି । ଏମିତି ନିଆରା ଟ୍ରେଣ୍ଡକୁ ନେଇ ଲେଖକ ଚେତନ୍ ଭଗତ ଭେଟି ଦେଇଥିଲେ ନିଜ ନଭେଲ୍ ହାଫ୍ ଗର୍ଲଫ୍ରେଣ୍ଡ । ଆଉ ଆଜି ଏହି ହାଫ୍ ଗର୍ଲଫ୍ରେଣ୍ଡ ସିନେମାର ରୁପ ନେବାକୁ ଯାଉଛି । ପୁଣି ଥରେ ଚେତନ ଭଗତଙ୍କ କାହଣୀକୁ ନେଇ ବଲିଉଡ୍ ରେ ପ୍ରସ୍ତୁତ ହୋଇଛି ସିନେମା ହାଫ ଗର୍ଲଫ୍ରେଣ୍ଡ

କିଛି ଦିନ ପୂର୍ବରୁ ଅଭିନେତା ଅର୍ଜୁନ କର୍ପୁରଙ୍କୁ ନେଇ ଏହି ଭିଡିଓଟି ଇଂଟରନେଟରେ ରିଲିଜ୍ ହୋଇଥିଲା । ଯେଉଁଥିରେ ସେ ପ୍ରଶ୍ନ କରିଥିଲେ, ହାଫ୍ ଗର୍ଲଫ୍ରେଣ୍ଡ ମାନେ କଣ । ପ୍ରମୋସନାଲ୍ ଫଣ୍ଡା ଅବା ଦର୍ଶକଙ୍କ ମନରେ ଉତ୍କଣ୍ଠା ବଢାଇବା ପାଇଁ ଏମିତି କିଛି ଟ୍ରିକ୍ ଆପଣେଇଥିଲେ ଫିଲ୍ମ ମେକର୍ । ଆଉ ଏବେ ଆସିଛି ସିନେମାର ପ୍ରଥମ ଟ୍ରେଲର୍ ।

ପୁଣି ଥରେ ଚେତନ ଭଗତଙ୍କ ନଭେଲ୍ ସିନେମାର ରୂପ ନେଇଛି । ଆଗରୁ ହାଲୋ, କାଏ-ପୋ-ଛେ, ଟୁ ଷ୍ଟେଟସ୍ ଭଳି ସିନେମା ଚେତନଙ୍କ ନଭେଲକୁ ଆଧାରିତ କରି ପ୍ରସ୍ତୁତ କରାଯାଇଛି । ଆଉ ଏହି ଧାରାରେ ଏବେ ସାମିଲ୍ ହୋଇଛି ସିନେମା ହାଫ୍ ଗର୍ଲଫ୍ରେଣ୍ଡ । ଯାହାକୁ ଫିଲ୍ମର ରୁପ ଦେଇଛନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ମୋହିତ୍ ସୁରି । ନଭେଲ୍ ପରେ ଏବେ ସିନେମା ହାଫ୍ ଗର୍ଲଫ୍ରେଣ୍ଡକୁ ଲୋକେ ପସନ୍ଦ କରିବେ ବୋଲି ଆଶା କରାଯାଉଛି । ପ୍ରଥମରୁ ହିଁ ଫିଲ୍ମର ଟ୍ରେଲରଟି ଦର୍ଶକଙ୍କୁ ପସନ୍ଦ ଆସି ପାରିଛି । ଏବେ ଅପେକ୍ଷା ଫିଲ୍ମ ରିଲିଜକୁ । ମେ ୧୯ରେ ମୁକ୍ତିଲାଭ କରିବ ସିନେମା ହାଫ୍ ଗର୍ଲଫ୍ରଣ୍ଡ

ଦେଖନ୍ତୁ ଏହି ଭିଡିଓ –