ତତଲା ଖରାରେ ବହିଲା ପ୍ରେମର ପବନ : ବଡ ପରଦାକୁ ଆସିଲା ନୂଆ ଓଡିଆ ସିନେମା ‘ତୁ ମୋ ଲଭ୍ ଷ୍ଟୋରୀ’

345

ଆଜି ରିଲିଜ ହୋଇଛି ନୂଆ ଓଡିଆ ଚଳଚ୍ଚିତ୍ର ‘ ତୁ ମୋ ଲଭ୍ ଷ୍ଟୋରୀ’ । ଫିଲ୍ମଟି ଟିନ୍ ଏଜ ଲଭ୍ ଷ୍ଟୋରୀ ଉପରେ ଆଧାରିତ । ଏଥିରେ ନବାଗତ ଅଭିନେତା ସ୍ୱରାଜ ଓ ଅଭିନେତ୍ରୀ ଭୂମିକା ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ।

ତରଙ୍ଗ ସିନେ ପ୍ରଡକ୍ସନ ଓ ଡିକେ ମୁଭିଜର ମିଳତ ପ୍ରଯୋଜନାରେ ନିର୍ମିତ ହୋଇଛି ଏହି ଫିଲ୍ମଟି । ଏହା ଅନ୍ୟ ଓଲିଉଡ୍ ଫିଲ୍ମ ଠାରୁ ଟିକେ ନିଆରା ବୋଲି କହିଛି ପ୍ରଯୋଜନା ସଂସ୍ଥା । ଏହି ଫିଲ୍ମର ନିର୍ଦ୍ଦେଶନାରେ ତାପସ ସରଘରିଆ ଥିବା ବେଳେ ,ସଂଗୀତରେ ଅଛନ୍ତି ପ୍ରେମ ଆନନ୍ଦ ।