ହଲିଉଡ୍ ପାଇଁ ବ୍ୟଗ୍ର ନୁହଁନ୍ତି ନୱାଜୁଦ୍ଦିନ୍ ! ବଲିଉଡ୍ ଫିଲ୍ମକୁ ନେଇ ଖୁବ୍ ଖୁସି

36

ଅନେକ ଚିତ୍ର ଓ ଅନେକ ଚରିତ୍ର ତାଙ୍କ ଫିଲ୍ମ କ୍ୟାରିୟରରେ । ଅନେକ ସଫଳତା ପାଇଛନ୍ତି । ସେ ହେଉଛନ୍ତି ବଲିଉଡ୍ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକ୍ । ‘ଗ୍ୟାଙ୍ଗସ୍ ଅଫ୍ ୱାସେପୁର’, ‘ତଲାସ’ , ‘ଦ ଲଂଚ ବକ୍ସ’ , ‘ବଜରଙ୍ଗୀ ଭାଇଜାନ୍’ , ‘ ମାନଝୀ- ଦ ମାଉଣ୍ଟେନ୍ ମ୍ୟାନ୍ ’ ପରି ଭିନ୍ନ ସ୍ୱାଦର ଫିଲ୍ମରେ ହୃଦୟସ୍ପର୍ଶୀ ଅଭିନୟ କରିବା ନେଇ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଆଗକୁ ଦର୍ଶକେ ତାଙ୍କୁ ‘ମମ୍’ ରେ ଏକ ନୂଆ ଲୁକରେ ଦେଖିବାକୁ ପାଇବେ । ତେବେ ବଲିଉଡରେ ଏତେ ସଫଳତା ହାସଲ କରିଥିଲେ ମଧ୍ୟ ହଲିଉଡ୍ ପାଇଁ ବ୍ୟଗ୍ର ନୁହଁନ୍ତି ନୱାଜୁଦ୍ଦିନ୍ ।

ନୱାଜୁଦ୍ଦିନଙ୍କର କହିବାନୁସାରେ ଯଦି ତାଙ୍କ ଭିତରେ ଅଭିନୟ ପ୍ରତିଭା ଥିବ ତା ହେଲେ ଆପେ ଆପେ ତାଙ୍କୁ ହଲିଉଡ୍ ଫିଲ୍ମରେ ଅଭିନୟ ପାଇଁ ଅଫର୍ ଆସିବ । କେବେହେଲେ ସେ ହଲିଉଡ୍ ଯାଇ କାମ ମାଗିବେ ନାହିଁ । ତାଙ୍କ ମତରେ ବଲିଉଡ୍ ଅଭିନେତାମାନେ ନିଜେ ହିଁ ହିନ୍ଦୀ ଫିଲ୍ମକୁ ନିମ୍ନ ଦୃଷ୍ଟିରେ ଦେଖିଥାନ୍ତି । ସେଥିପାଇଁ ହଲିଉଡ୍ ଫିଲ୍ମ ନାଁ ଶୁଣିବା ମାତ୍ରେ ଉଲ୍ଲସିତ ହୋଇ ଉଠନ୍ତି ସେମାନେ । ସେ କିନ୍ତୁ ବଲିଉଡ୍ ଫିଲ୍ମକୁ ନେଇ ଖୁବ୍ ଖୁସି ଅଛନ୍ତି । ଏଥିପାଇଁ ଗର୍ବ ଅନୁଭବ କରନ୍ତି । ସୂଚନା ଅନୁସାରେ ଫିଲ୍ମ ‘ମମ୍’ ରେ ଶ୍ରୀଦେବୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏ. ଆର୍ ରେହମାନ୍ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଜୁଲାଇ ୭ରେ ଏହା ପ୍ରେକ୍ଷାଳୟକୁ ଆସିବାର ସୂଚନା ରହିଛି ।