ପେଟ୍ରୋଲ ବିକୁଥିଲେ ଅଭିନେତ୍ରୀ ମୁଗ୍ଧା !

36

ମଧୁର ଭଣ୍ଡାରକରଙ୍କ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ଫ୍ୟାଶନ’ ରେ ଯିଏ ଦେଖିଥିବ ସେ ମୁଗ୍ଧା ଗଡସେଙ୍କ ପରଫେକ୍ଟ ବିକିନି ଦେହରେ ନିଶ୍ଚିତ ଭାବେ ପ୍ରଭାବିତ ହୋଇଥିବ । ୨୦୦୮ ମସିହାର ଏହି ଫିଲ୍ମ ମାଧ୍ୟମରେ ମୁଗ୍ଧା ବଲିଉଡରେ ପାଦ ରଖିଥିଲେ । ୨୦୦୯ମସିହାରେ ଏଥିପାଇଁ ତାଙ୍କୁ ଅପସରା ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ଫ୍ୟାଶନ ଜଗତରେ ବି ସେ ଜଣେ ଜଣାଶୁଣା ମଡେଲ୍ । ତେବେ ମୁଗ୍ଧାଙ୍କ ପାଇଁ ଏଠାରେ ପହଁଚିବା ସହଜ ନଥିଲା । ଏକ ମଧ୍ୟବିତ୍ତ ପରିବାରରୁ ଆସିଥିବା ମୁଗ୍ଧା ନିଜର ଆବଶ୍ୟକତା ପୂରଣ ପାଇଁ ପିଲାଟି ବେଳେ ଛୋଟ ମୋଟ କାମ କରୁଥିଲେ । ଏମିତିକି ସେ ପେଟ୍ରୋଲ ପମ୍ପରେ ବି କାମ କରୁଥିଲେ । ଏଥିପାଇଁ ତାଙ୍କୁ ଦିନକୁ ୧୦୦ଟଙ୍କା ମିଳୁଥିଲା ।

୨୬ ଜୁଲାଇ ୧୯୮୬ମସିହାରେ ମହାରାଷ୍ଟ୍ରରେ ଜନ୍ମିତ ମୁଗ୍ଧା ଅନେକ ସୈାନ୍ଦର୍ଯ୍ୟ ପ୍ରତିଯୋଗିତାର ମୁକୁଟ ପିନ୍ଧିସାରିଛନ୍ତି । ୨୦୦୨ମସିହାରେ ସେ ଗ୍ଲାଡରାଗ୍ସ ମେଗା ମଡେଲ୍ ହଣ୍ଟର ମୁକୁଟ ବି ପିନ୍ଧି ସାରିଛନ୍ତି । ୨୦୦୪ରେ ସେ ମିସ୍ ଇଣ୍ଡିଆ ସେମି ଫାଇନାଲିଷ୍ଟ ମଧ୍ୟ ଥିଲେ । ସଫଳ ମଡେଲିଂ କ୍ୟାରିୟର ପରେ ବଲିଉଡକୁ ଆସିଥିଲେ । ‘ଅଲ୍ ଦ ବେଷ୍ଟ’, ‘ଜେଲ୍’. ‘ହେଲ୍ପ’ , ‘ହିରୋଇନ୍’ , ‘ସାହେବ’, ‘ବିବି ଅର୍ ଗ୍ୟାଙ୍ଗଷ୍ଟର ରିଟର୍ଣ୍ଣ’ ସମେତ ଅନେକ ଫିଲ୍ମରେ କାମ କରିଛନ୍ତି ମୁଗ୍ଧା । ମୁଗ୍ଧାଙ୍କୁ ‘ଖତରୋକେ ଖିଲାଡି ସିଜନ-୫’ ରେ ବିପଜ୍ଜନକ ଷ୍ଟଣ୍ଟ କରିବାର ଦେଖିବାକୁ ମିଳିଥିଲା ।                                   (ସୈାଜନ୍ୟ – ଇଣ୍ଡିଆ ଡଟ୍ କମ୍ )