ଗମ୍ଭୀର ଅବସ୍ଥାରେ ‘ସତ୍ୟା’ ଓ ‘ରଙ୍ଗୀଲା’ ଫିଲ୍ମର ଅଭିନେତା ! ୧୦ ମାସ ହେଲା କୋମାରେ ଅଛନ୍ତି ନୀରଜ ବୋରା

53

ଗମ୍ଭୀର ଅବସ୍ଥାରେ ଏବେ ବଲିଉଡ ଅଭିନେତା ନିରଜ ବୋରା । ‘ମନ’, ‘ରଙ୍ଗୀଲା’, ‘ଦୈାଡ଼’, ‘ସତ୍ୟା’. ‘କଂପନୀ’, ‘ୱେଲକମ୍ ବ୍ୟାକ୍’ ଭଳି ଅନେକ ଫିଲ୍ମରେ ବଲିଉଡର ନାମକରା କଳକାରଙ୍କ ସହ ଅଭିନୟ କରିଛନ୍ତି ନିରଜ । ସୂଚନା ଅନୁସାରେ ୧୦ ମାସ ହେଲା ସେ କୋମାରେ । ଗତ ବର୍ଷ ୧୯ ଅକ୍ଟୋବରରେ ହାର୍ଟ ଆଟାକ୍ ସହ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା । ନିରଜଙ୍କର ଗମ୍ଭୀର ଅବସ୍ଥା ଦେଖି ତାଙ୍କୁ ଦିଲ୍ଲୀର ଏମ୍ସ ରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଡାକ୍ତର କହିଥିଲେ ସେ କୋମାରେ ଅଛନ୍ତି ।

ନିରଜଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ହେବା ପରେ ତାଙ୍କ ପ୍ରିୟ ବନ୍ଧୁ ଫିରୋଜ ନାଡିୟାଡୱାଲା ତାଙ୍କୁ ମୁମ୍ବାଇ ନେଇ ଆସିଥିଲେ ଏବଂ ନିଜର ଜୁହୁ ସ୍ଥିତ ଘରର ଏକ କୋଠରୀକୁ ଆଇସିୟୁରେ ବଦଳେଇ ନୀରଜଙ୍କୁ ସେଠାରେ ରଖିଥିଲେ । ଏହି କୋଠରୀର କାନ୍ଥରେ ନୀରଜଙ୍କର ସବୁ ଫିଲ୍ମର ପୋଷ୍ଟର ଲଗାଯାଇଥିଲା । ଏଥିପାଇଁ ଯେ, ଏହାକୁ ଦେଖି କାଳେ ସେ ନିଜର ସ୍ମୃତିଶକ୍ତି ଫେରିପାଇବେ । କୋଠରୀର ଏକ କୋଣରେ ଟିଭି ସହ ନିରଜଙ୍କ ଫିଲ୍ମର ଅନେକ ଡିଭିଡି ମଧ୍ୟ ରଖାଯାଇଛି । ଏଥିରେ ତାଙ୍କର ଫିଲ୍ମ ଚଲାଯାଉଛି । ଫିରୋଜଙ୍କ ଅନୁସାରେ, ୧୧ମାର୍ଚ୍ଚ ରୁ ନୀରଜ ସେଠାରେ ରହୁଛନ୍ତି । ୨୪ ଘଂଟା ଜଣେ ନର୍ସ, ଜଣେ ୱାର୍ଡବୟ ଓ ଜଣେ ରୋଷେୟା ନୀରଜଙ୍କ ସହ ରହୁଛନ୍ତି । ଏହାଛଡା ଫିଜିଉଥେରାପିଷ୍ଟ, ନ୍ୟୁରୋ ସର୍ଜନ, ଏକ୍ୟୁପଙ୍କଚର ଥେରପିଷ୍ଟଓ ଜେନେରାଲ୍ ଫିଜିସନ ମଧ୍ୟ ପ୍ରତି ସପ୍ତାହରେ ଆସୁଛନ୍ତି । ଏବେ ନୀରଜଙ୍କ ଏହି ଅବସ୍ଥା ଯୋଗୁଁ ତାଙ୍କର ଆଗାମୀ ଫିଲ୍ମ ‘ହେରାଫେରି ୩’ର କାମ ବର୍ତ୍ତମାନ ପାଇଁ ବନ୍ଦ ରହିଛି ।

ନୀରଜ ଜଣେ ଭଲ ଅଭିନେତା ହେବା ସହ ଜଣେ ଭଲ ଲେଖକ ଓ ନିର୍ଦ୍ଦେଶକ ମଧ୍ୟ । ସେ ‘ହେରାଫେରି’ , ‘ଖିଲାଡି ୪୨୦’, ‘ଫିର୍ ହେରାଫେରି’ ଭଳି ହିଟ୍ ଫିଲ୍ମରେ ନିର୍ଦ୍ଦେଶନା ବି ଦେଇଛନ୍ତି । ଏହାସହ ‘ରଙ୍ଗୀଲା’, ‘ଅକେଲ ହମ୍ ଅକେଲ୍ ତୁମ୍’, ‘ତାଲ୍’, ‘ଜୋଶ୍’ , ‘ଚୋରି ଚୋରି ଚୁପକେ ଚୁପକେ’, ‘ ଆୱାରା ପାଗଲ ଦିୱାନା’ ଭଳି ଅନେକ ଫିଲ୍ମର ଡାଇଲଗ୍ ମଧ୍ୟ ଲେଖିଛନ୍ତି । ନୀରଜଙ୍କର ନିକଟତର ବନ୍ଧୁଙ୍କ ମଧ୍ୟରୁ ଜଣେ ନିର୍ଦ୍ଦେଶକ ଅନୀଜ ବଜମୀ କହିଛନ୍ତି , ‘ ଯେତେବେଳେ ମୁଁ ଲଣ୍ଡନରେ ମୋର ଫିଲ୍ମ ‘ମୁବାରଙ୍କା’ର ସୁଟିଂ କରୁଥିଲି , ସେତେବେଳେ ପରାଶ ରାୱଲ ଖବର ଦେଇଥିଲେ । ମୋତେ ବହୁତ ଦୁଃଖ ଲାଗିଥିଲା । କିନ୍ତୁ ସୁଟିଂକୁ ଅଧାରେ ଛାଡି ଆସିବା ମୋ ପକ୍ଷେ ସମ୍ଭବ ନଥିଲା । ନୀରଜଙ୍କୁ ମୁଁ ମୋର ଭଲ ବନ୍ଧୁ ଭାବିଥାଏ । ମୁଁ ତାଙ୍କ ପାଇଁ ଏକ ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ଲେଖିଥିଲି ।’

ଅନୀଜ ବଜମୀ କହିଛନ୍ତି, ‘ନୀରଜ ମୋର ଅତି ନିକଟତର ଏଥିପାଇଁ କି , ଆମେ ରାଇଟିଂରେ ଦୁହେଁ ଦୁହିଁଙ୍କୁ ଜାଣିଛୁ । ଏଣୁ ଯେତେବେଳେ ମୋତେ ଖବର ମିଳିଲା ଯେ ସେ କୋମାରେ . ସେତେବେଳେ ମୋତେ ଲାଗିଲା କି ମୋର ଜଣେ ପରିବାରର ସଦସ୍ୟଙ୍କ କିଛି ହୋଇଛି । ମୁଁ ସେତେବେଳେ ସେହି ସୁଟିଂରେ ଥାଇ , ମୋର ଜଣେ ବନ୍ଧୁଙ୍କୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିବାକୁ ପଠାଇଥିଲି । ତାପରେ ମୁଁ ଜାଣିବାକୁ ପାଇଲି ଯେ ଫିରୋଜ ନାଡିୟାଡୱାଲାଙ୍କ ଘରକୁ ନିଆଯାଇଛି ବୋଲି । ମୋର ଓ ଫିରୋଜଙ୍କ ସଂପର୍କ ଭଲ ନଥିବାରୁ ମୁଁ ସେଠାରେ ଥିବା ନୀରଜଙ୍କୁ ଦେଖିବାକୁ ଯାଇପାରିନି । ନୀରଜ ଜଣେ ଭଲ ଲେଖକ ଓ ଇଣ୍ଡଷ୍ଟ୍ରିଜ୍ ପାଇଁ ତାଙ୍କ ଭଳି ଲେଖକର ଜରୁରୀ ଅଟେ । ମୁଁ ଏହି କାମନା କରୁଛି ସେ ଶୀଘ୍ର ଭଲ ହୋଇଯାଆନ୍ତୁ । ଆଉ ଆମ ସହ କାମ ପୁଣି କରନ୍ତୁ ।’