ପହିଲି ନଜରରେ ହୋଇଥିଲା ଜୟାଙ୍କ ସହ ପ୍ରେମ ! ଅମିତାଭ କହିଲେ ନିଜ ପ୍ରେମର କଥା

34

ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ ନିଜ ବିବାହର ୪୪ତମ ବର୍ଷରେ । ଟ୍ୱିଟ୍ କରି ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଅମିତାଭ । ବଲିଉଡ୍ ଅଭିନେତ୍ରୀ ରେଖାଙ୍କ ସହ ସଂପର୍କ , ଆଜି ବି ତାଙ୍କ ପଛରେ ଗୁଂଜରିତ ହୁଏ । କିନ୍ତୁ ଏସବୁ ଭିତରେ କେବେ ଅମିତାଭ-ଜୟାଙ୍କ ସଂପର୍କରେ ପ୍ରଭାବ ପଡିନାହିଁ ।

ଅମିତାଭ କହିଛନ୍ତି , ଜୟାଙ୍କ ସହ କେମିତି ହେଲା ପ୍ରେମ । ଆପଣ ଭାବୁଥିବେ ବଡ ପରଦାରେ ସେମାନଙ୍କର ହୋଇଥିବ ସାକ୍ଷାତ୍ । ନା , ତା ନୁହେଁ । ଯେତେବେଳେ ଅମିତାଭ ଜୟା ଭାଦୁଡିଙ୍କୁ ପ୍ରଥମଥର ମ୍ୟାଗାଜିନ୍ ର କଭର ପେଜ୍ ରେ ଦେଖିଲେ ତ ତାଙ୍କୁ ପସନ୍ଦ କରିବସିଲେ । ଆଖିରେ ଲାଖିଗଲା ଜୟାଙ୍କ ଚେହେରା । ଅମିତାଭ ସେହିଭଳି ଝିଅକୁ ଜୀବନସାଥି କରିବାକୁ ଚାହୁଁଥିଲେ ଯିଏ ଟ୍ରାଡିସନାଲ ସହ ମଡର୍ଣ୍ଣ ହୋଇଥିବ । ଆଉ ଜୟା ତାଙ୍କୁ ସେହି ମ୍ୟାଗାଜିନ ପେଜରେ ଏମିତି ଦେଖାଯାଉଥିଲେ । ଯାହା ଅମିତାଭଙ୍କୁ ଆକର୍ଷିତ କରିଥିଲା । ଜୟାଙ୍କ ସୁନ୍ଦର ଆଖି ତାଙ୍କୁ ଖୁବ୍ ଆକର୍ଷିତ କରିଥିଲା ।