ଗର୍ଭବତୀ ଥାଇ ବି ମୈାସୁମୀ କରିଥିଲେ ରେପ୍ ସିନ୍ ! ରାତି ସାରା କାନ୍ଦିବାକୁ ପଡିଥିଲା ଏ ଅଭିନେତ୍ରୀଙ୍କୁ

63

କୁହାଯାଏ କଳା ଓ କଳାକାର ପରସ୍ପର ସହ ଖୁବ୍ ଜଡିତ । କଳା ଓ ଅଭିନୟ ପାଇଁ କଳାକାରଟିଏ ଭୁଲିଯାଏ ତାର ମାନସିକ ଦୁଃଖ ଓ ଶରୀର ଯନ୍ତ୍ରଣା । ଆଉ ତାର କଳାକୁ ଦିଏ ପ୍ରାଧ୍ୟାନ୍ୟତା । ଏମିତି ଏକ ଘଟଣା ଘଟିଥିଲା ବିଗତ ଦିନର ଆଗଧାଡିର ପ୍ରସିଦ୍ଧ ଅଭିନେତ୍ରୀ ମୈାସୁମୀ ଚାଟର୍ଜୀଙ୍କ ସହ ।

ସେସମୟରେ ମୈାସୁମୀ ଚାଟର୍ଜୀ ଥିଲେ ବଲିଉଡର ଟପ୍ ହିରୋଇନ । ଏଣୁ ସବୁ ଚରିତ୍ରକୁ ଠିକରେ କରିବା ତାଙ୍କ ପାଇଁ ଥିଲା ମହତ୍ୱପୂର୍ଣ୍ଣ । ହେଲେ ସେ ଜାଣିନଥିଲେ ଏମିତି ଏକ ଦିନ ଆସିବ ଏହି ରିଲର ଚିତ୍ର ଓ ଚରିତ୍ର ତାଙ୍କୁ ବାସ୍ତବରେ କନ୍ଦେଇଦେବ ।

ଫିଲ୍ମ ଥିଲା ‘ରୋଟି କପଡା ଔର୍ ମକାନ ’ । ମୁଖ୍ୟ ଚରିତ୍ରରେ ଥିବା ଅଭିନେତା ମନୋଜ କୁମାରଙ୍କ ଏହି ଫିଲ୍ମରେ ମୈାସୁମୀଙ୍କ ସହ ଏକ ରେପ୍ ଦୃଶ୍ୟ ସୁଟ୍ ହେବାର ଥିଲା । ଏହି ସମୟରେ ମୈାସୁମୀ ଥିଲେ ଗର୍ଭବତୀ । ଦେହ ଭଲ ନଥିଲା । କେମିତି ଏହି ରେପ୍ ଦୃଶ୍ୟର ସୁଟିଂ କରିବେ ଏହି ଚିନ୍ତାରେ ଥିଲେ ସେ । ଏହି ଦୃଶ୍ୟ ଫିଲ୍ମ ପାଇଁ ଖୁବ୍ ଜରୁରୀ ଥିଲା । ଏଥିପାଇଁ ମନାକରିପାରିନଥିଲେ । ନିର୍ଦ୍ଦିଷ୍ଟ ଦିନ ସୁଟିଂ ହେଲା ଏକ ଅଟା ଗୋଦାମରେ । ଫିଲ୍ମର ଦୃଶ୍ୟ ଅନୁସାରେ ଖଳନାୟକ ଜୋରଜବରଦସ୍ତ ମୈାସୁମୀଙ୍କ ବ୍ଲାଉଜ ଖୋଲିବ । ଅନ୍ୟମାନେ ତାଙ୍କର ହାତ ଗୋଡକୁ ଧରିବେ । ଏ ଦୃଶ୍ୟରେ ଧସ୍ତାଧସ୍ତିରେ ମୈାସୁମୀ ଖୁବ୍ ଆଘାତ ପାଇଥିଲେ । ଫିଲ୍ମର ଚରତ୍ର ଓକେ ହେଲା । ଚିତ୍ର ବି ଓକେ ହେଲା । ହେଲେ ଅଭିନେତ୍ରୀ ମୈାସୁମୀ ଘରେ ରାତି ସାରା ଶୋଇପାରିନଥିଲେ । ବାନ୍ତି କରିଥିଲେ । ମାନସିକ ଯନ୍ତ୍ରଣା ଠାରୁ ଶାରୀରିକ ଯନ୍ତ୍ରଣା ବଳିପଡିଥିଲା । ଆଉ ରାତି ସାରା କାନ୍ଦିଥିଲେ ମୈାସୁମୀ ।