ରୋଗଗ୍ରସ୍ତ ଛୋଟ ଝିଅକୁ ଗୀତ ଶୁଣେଇବାକୁ ପହଁଚିଥିଲେ ମୁକେଶ ! ଆଜିର ଦିନରେ ଏହି ମହାନ ଗାୟକଙ୍କ ହୋଇଥିଲା ଜନ୍ମ

29

ନିଜର ମଧୁର ସ୍ୱରରେ ଆଜି ବି ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ରାଜ୍ କରୁଥିବା ଗାୟକ ମୁକେଶଙ୍କ ଜନ୍ମ ଆଜିର ଦିନରେ ହୋଇଥିଲା । ‘ଦୋସ୍ତ-ଦୋସ୍ତ ନ ରହା’, ‘ଜିନା ୟହାଁ ମରନା ୟହାଁ ’, ‘କହତା ହେ ଜୋକର ’ , ‘ଦୁନିଆ ବନାନେ ବାଲେ କ୍ୟା ତେରେ ମନ ମେଁ ସମାଇ’ , ‘ଆୱାରା ହୁଁ ’ , ‘ମେରା ଜୁତା ହେ ଜାପାନୀ’ ଭଳି ମୁକେଶଙ୍କ ଅନେକ ସୁମଧୁର ଗୀତର ଦିୱାନା ସାରା ଦୁନିଆ ।

୫୦ ଦଶକରେ ଲୋକେ ମୁକେଶଙ୍କ ସ୍ୱରକୁ ଖୁବ୍ ନିଜର କରିନେଇଥିଲେ । ମୁକେଶଙ୍କ ଗୀତର ସ୍ୱର ଲୋକଙ୍କ ଉପରେ କେତେ ପ୍ରଭାବ ପକାଇଥିଲା ଏହାର ଅନ୍ଦାଜ ଏହି ଘଟଣାରୁ ଲଗେଇପାରିବେ । ଥରେ ଜଣେ ଝିଅ ରୋଗରେ ପଡିଥିଲା । ନିଜ ମା’କୁ କହିଥିଲା ଯଦି ମୁକେଶ ଆସି ଗୀତ ଶୁଣେଇବେ ତ ସେ ପୂରା ଭଲ ହୋଇଯିବ । ଡାକ୍ତରଙ୍କ ଠାରୁ ଏ କଥା ଶୁଣି ମୁକେଶ ତୁରନ୍ତ ଡାକ୍ତରଖାନାରେ ପହଁଚିଥିଲେ ଏବଂ ଗୀତ ଶୁଣାଇଥିଲେ । ଏମିତି ପ୍ରଭାବ ଥିଲା ମୁକେଶଙ୍କ ଗୀତର ।

୨୨ ଜୁଲାଇ ୧୯୨୩ରେ ଦିଲ୍ଲୀରେ ମୁକେଶଙ୍କ ଜନ୍ମ ହୋଇଥିଲା । ତାଙ୍କ ପିତା ଜୋରାବରଚନ୍ଦ୍ର ମାଥୁର ପେଶରେ ଜଣେ ଇଂଜିନିୟର ଥିଲେ । ମୁକେଶ ପିତାଙ୍କର ୧୦ଜଣ ପିଲାଙ୍କ ମଧ୍ୟରେ ୬ନମ୍ବର ପିଲା ଥିଲେ । ଆଜି ଏହି ମହାନ ଗାୟକଙ୍କ ଜନ୍ମଦିନ । ଆଜି ବି ଜନମାନସରେ ଗୁଂଜରିତ ହୁଏ ତାଙ୍କର ସ୍ୱର ।