‘ରାବତା’ର ସୁଟିଂ ପାଇଁ କ୍ରିତି ଓ ସୁଶାନ୍ତଙ୍କ ମରିସସ୍ ଯାତ୍ରା

55

ହିନ୍ଦୀ ଫିଲ୍ମ ‘ ରାବତା ’ର ଶେଷ ଭାଗର ସୁଟିଂ ପାଇଁ ଫିଲ୍ମର ଦୁଇ ମୁଖ୍ୟ କଳାକାର ସୁଶାନ୍ତ ସିଂ ରାଜପୁତ ଓ କ୍ରିତି ସେନନ ମରିୟସ ଯାତ୍ରା କରିଛନ୍ତ । କ୍ରିତିଙ୍କର କାଲି ୨୬ତମ ଜନ୍ମଦିନ ଥିଲା । ସେ ଏୟାରପୋର୍ଟର ଏକ ଫଟୋ ଇଂଷ୍ଟାଗ୍ରାମରେ ନିଜ ଫ୍ୟାନ୍ ମାନଙ୍କ ପାଇଁ ଅପଲୋଡ କରିଛନ୍ତି । ସେଥିରେ ଲେଖିଛନ୍ତି ‘ରାବତା’ର ଶେଷ ଭାଗର ସୁଟିଂ ପାଇଁ ସେ ପ୍ରସ୍ତୁତ ।

source-http://www.filmfare.com/media/

ବିମାନରେ ଚଢିବା ପୂର୍ବରୁ କ୍ରିତି ଓ ୩୦ ବର୍ଷୀୟ ସୁଶାନ୍ତ ଏୟାରପୋର୍ଟରେ ଆରାମ କରୁଥିବାର ଦେଖିବାକୁ ମିଳିଛି ଫଟୋରେ ।‘ରାବତା’ର ନିର୍ଦ୍ଦେଶନା ଦିନେଶ ବିଜନ ଦେଇଛନ୍ତି । ଫିଲ୍ମର ନିର୍ମାତା ଦିନେଶ ,ହୋମୀ ଅଦଜାନିଆ ଓ ଭୂଷଣ କୁମାର । ଫିଲ୍ମର ରିଲିଜ ଡେଟ୍ କଳାକାର ଚୟନ ସମ୍ବନ୍ଧିତ ବିବାଦ କାରଣରୁ ଆସନ୍ତା ବର୍ଷ ୧୨ ଫେବୃୟାରୀକୁ ରଖାଯାଇଛି ।