ଘରକୁ ଆସୁଛି ନୂଆ ଅତିଥି : ସୈଫଙ୍କ ଘୋଷଣା ମାଆ ହେବେ କରୀନା

57

karina pregnacy

ନିଜର ଫ୍ୟାନ୍ ମାନଙ୍କୁ ଏକ ଚମକିଲା ଭଳି ଖବର ଦେଇଛନ୍ତି ସୈଫ୍ ଅଲୀ ଖାନ । ଖୁବ୍ ଶୀଘ୍ର କରୀନା ମାଆ ହେବାକୁ ଯାଉଛନ୍ତି । ବଲିଉଡର ଏହି ଷ୍ଟାର ଯୋଡି ସୈଫ ଅଲୀ ଖାନ ଓ କରୀନା କପୁର ଏହି ବର୍ଷର ଶେଷ ଆଡକୁ ନିଜ ପ୍ରଥମ ଶିଶୁର ମାତାପିତା ହେବେ । ସୈଫ ମୁମ୍ବାଇରେ ଏକ ସାକ୍ଷାତକାରରେ କହିଛନ୍ତି – “ ମୁଁ ଓ ମୋର ପତ୍ନୀ ଏହା ଘୋଷଣା କରୁଛୁ ଯେ , ଡିସେମ୍ବର ସୁଦ୍ଧା ଆମ ଘରକୁ ଜଣେ ଛୋଟ ଅତିଥି ଆସିବାକୁ ଯାଉଛି “ ।

karina pregnacy

କିଛି ଦିନ ତଳେ କରୀନା କପୁର ଏକ ସାକ୍ଷାତକାରରେ କହିଥିଲେ ସମୟ ଆସିଲେ ଆମର ଏ ଖୁସିକୁ ପ୍ରଥମେ ଫ୍ୟାନମାନଙ୍କୁ ଓ ମିଡିଆକୁ ଜଣାଇବୁ । ଏବେ ସେୟା ହିଁ କରିଛନ୍ତି ସୈଫ୍ ଅଲୀ । କରୀନାଙ୍କ ପ୍ରେଗ୍ନେସି ଖବର ସେତିକିବେଳେ ଜଣାପଡିଥିଲା ,ଯେତେବେଳେ ଲଣ୍ଡନରେ ସୈଫଙ୍କ ସହ କରୀନା ଡାକ୍ତରଙ୍କ କ୍ଲିନିକକୁ ଯିବାର କୈାଣସି ପ୍ରତିକ୍ରିୟା ଦେଇନଥିଲେ । ନିକଟରେ କରୀନା ଓ ସୈଫ୍ ଯେତେବେଳେ ଲଣ୍ଡନରୁ ଫେରିଲେ ,ସେତେବେଳେ ଏହି ଯୋଡି ମାତାପିତା ହେବାର କଥା ଚର୍ଚ୍ଚା ହେଲା । ଦୁହିଁଙ୍କର କିଛି ଫଟୋ ମଧ୍ୟ ମିଡିଆରେ ଛାଇ ଯାଇଥିଲା । ଯେଉଁଥିରେ କରୀନାଙ୍କ ଉଚ୍ଚା ପେଟକୁ ଦେଖି ସେ ମାଆ ହେବାର ଜଣାପଡୁଥିଲେ ।

karina pregnacy

ସୈଫ୍-କରୀନାଙ୍କ ପ୍ରେମ ସଂପର୍କ ୫ ବର୍ଷ ଧରି ଚାଲିବା ପରେ , ଅକ୍ଟୋବର ୨୦୧୨ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ପ୍ରେମୀ ଯୋଡି । ଏବେ କରୀନାଙ୍କ ପ୍ରେଗ୍ନେସି ଖବର ନେଇ ଫ୍ୟାନ୍ ମହଲରେ ଚର୍ଚ୍ଚା ।