ଆତ୍ମହତ୍ୟା ରୋକିବାକୁ ଅଭିନବ ପଦକ୍ଷେପ ! ହ୍ରିତିକ୍ ଓ କରଣ ଆରମ୍ଭ କଲେ କ୍ୟାମ୍ପେନ୍

27

8_1505029739_1505029763_1505029767ଆଜି ଆତ୍ମହତ୍ୟା ନିଷେଧ ଦିବସ । ଅର୍ଥାତ୍ ପ୍ରତିବର୍ଷ ୧୦ ଡିସେମ୍ବରରେ ଏହି ଦିବସ ପାଳନ ହେଉଛି । ଯେମିତି ଭାବେ ଲୋକମାନେ ବାହ୍ୟ ପରିସ୍ଥିିତିର ଶିକାର ହୋଇ ବା ବ୍ୟକ୍ତିଗତ ସ୍ତରରେ ହେଉ, ଦିନକୁ ଦିନ ଆତ୍ମହତ୍ୟା ପ୍ରବଣ ହେଉଛନ୍ତି । ଆଉ ନିଜର ଅମୂଲ୍ୟ ଜୀବନକୁ ନଷ୍ଟ କରିଦେଉଛନ୍ତି । ସେତିକି ବେଳେ ତାଙ୍କୁ ବୁଝାଇବାକୁ କେହି ପାଖରେ ନଥା’ନ୍ତି । ଏଣୁ ଏହାକୁ ପାଥେୟ କରି ‘ସୁଇସାଇଡ୍ ପ୍ରିଭେନସନ ଡେ’ ପାଳନ ହେଉଛି । ଏହି ଦିବସରେ ଅଭିନବ ପଦକ୍ଷେପ ଉଠାଇଛନ୍ତି ବଲିଉଡର ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ଓ ଅଭିନେତା ହ୍ରିତିକ୍ ରୋଶନ । ଦେଶରେ ଆତ୍ମହତ୍ୟା ରୋକିବା ପାଇଁ ଲୋକଙ୍କ ସମର୍ଥନ ପାଇଁ କରିଛନ୍ତି ଉଦ୍ୟମ । ଆଉ ଆରମ୍ଭ କରିଛନ୍ତି ସଚେତନତା କାର୍ଯ୍ୟକ୍ରମ ।

3b2d64bcf2cf350c8f70870398f35d75-890x606ହ୍ରିତିକ୍ ଶନିବାର ଦିନ ଏକ ଭିଡିଓ ଲିଙ୍କ୍ ସେୟାର କରିଛନ୍ତି । ଯେଉଁଥିରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତିର ଜୀବନ ବଂଚାଇବା ପାଇଁ ଆମକୁ ତାଙ୍କୁ ଶୁଣିବା ଉଚିତ୍ । ହ୍ରିତିକ୍ ଭିଡିଓର ଶୀର୍ଷକ ଦେଇ ଲେଖିଛନ୍ତି , ‘ବିଶ୍ୱ ଆତ୍ମହତ୍ୟା ନିଷେଧ ଦିବସ ଅବସରରେ ଶପଥ ନେବା ଯେ , ସେମାନଙ୍କ କଥା ଶୁଣିବା ଓ ଜୀବନ ବଂଚାଇବାକୁ ଚେଷ୍ଟା କରିବା ।’ କରଣ ମଧ୍ୟ ଏହି ଭିଡିଓ ଲିଙ୍କ୍ କୁ ସେୟାର କରିଛନ୍ତି । ସେ ଆଦିତ୍ୟ ବିର୍ଲା ବିଶ୍ୱ ଏକାଡେମୀ ଓ ଆଦିତ୍ୟ ବିର୍ଲା ଇଣ୍ଟିଗ୍ରେଟେଡ୍ ସ୍କୁଲ୍ , ଏମ୍ ପାୱାରର ସଂସ୍ଥାପକ ଓ ଅଧ୍ୟକ୍ଷ ନିରଜା ବିର୍ଲାଙ୍କୁ ବି ଟାଗ୍ କରିଛନ୍ତି ।

ବିର୍ଲା ଅଭିଯାନ ଆରମ୍ଭ କରିବା ସହ ନିଜର ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, ‘ବିଶ୍ୱ ଆତ୍ମହତ୍ୟା ନିଷେଧ ଦିବସର ସମ୍ମାନରେ ଇଏଆରଏଫଆରଓ ଆନ୍ଦୋଳନରେ ସାମିଲ୍ । ଶୁଣନ୍ତୁ ,ଏହା ଏକ ଜୀବନ ବଂଚାଇପାରେ ।’ଏମପାୱାର ଅଫିସିଆଲ୍ ପେଜ୍ ଅନୁସାରେ, ଏହାର ଉଦ୍ଦେଶ୍ୟ ‘ ଲୋକମାନଙ୍କୁ ଓ ସେମାନଙ୍କର ପରିବାରରେ ସଚେତନତା ବଢାଇବା ସହ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିକାରରୁ ମୁକ୍ତି ପାଇବା ପାଇଁ ସକ୍ଷମ ବନାଇବା । କଳଙ୍କକୁ କମ୍ କରିବା । ଏହି କାମର ନିଷେଧ ପାଇଁ ଉପଦେଶ ଦେବା , ଶିକ୍ଷାର ଉନ୍ନତି କରିବା ଓ ବିଶ୍ୱସ୍ତରୀୟ ସମଗ୍ର ସେବା ପ୍ରଦାନ କରିବା । ଯାହାକି ସେମାନେ ସାମର୍ଥ ଓ ଉପଯୋଗୀ ଜୀବନକୁ ସମ୍ମାନ ଓ ଗୈାରବର ସହ ଜୀବନ ଜିଇଁ ପାରିବେ ।’