କମେଡି ଛାଡି ଜଙ୍ଗଲରେ କପିଲ ଶର୍ମା : ବଦନାମର ଡର ନା ଆଉ କିଛି ? ପଢନ୍ତୁ

34

ଚର୍ଚ୍ଚାର ଶିରୋନାମାରେ କପିଲ ଶର୍ମା । ଏବେ ରାଜସ୍ଥାନର ଏକ ଜଙ୍ଗଲରେ । ନିଜର ଆଗାମୀ ଫିଲ୍ମ ‘ଫିରଙ୍ଗି’ର ସୁଟିଂରେ ବ୍ୟସ୍ତ । ଏକଥା ଟୁଇଟ କରି ଜଣେଇଛନ୍ତି ନିଜର ପ୍ରଶଂସକଙ୍କୁ ଏବଂ ନିଜ ସାଥୀ କଳାକାରଙ୍କ ବିବାଦରୁ ଦୂରେଇ ସୁଟିଂରେ ମନ ଦେଇଛନ୍ତି ।

ନିଜର ନିତିଦିନିଆ ଗ୍ରୁପ୍ ଆଉ ସାଥିରେ ନାହାଁନ୍ତି । ଏବେ କପିଲ ଶର୍ମା ନିଜର ଜନ୍ମଦିନ ପାଳିଛନ୍ତି ପରିଣୀତା ଚୋପ୍ରା ଓ ଆୟୁଷ୍ମାନ କୁରାନାଙ୍କ ସହ । କପିଲ ଶର୍ମା ଓ ସୁନିଲ ଗ୍ରୋଭରଙ୍କ ମଧ୍ୟରେ ମତଭେଦ ବ୍ୟବସାୟିକ ସ୍ତରରୁ ବ୍ୟକ୍ତିଗତ ସ୍ତରକୁ ଚାଲିଯାଇଛି । ଯେଉଁଥିପାଇଁ ସୁନିଲ ଗ୍ରୋଭର ,ଅଲି ଅଜଗର ଓ ଚନ୍ଦନ ପ୍ରଭାକରଙ୍କ ବିନା କପିଲ ପାଳିଛନ୍ତି ଜନ୍ମଦିନ । କେବଳ ନିଜ କାର୍ଯ୍ୟକ୍ରମର ଜଣେ ବ୍ୟକ୍ତି କିକୁ ଶାର୍ଦା କପିଲଙ୍କୁ ଜଣାଇଥିଲେ ଜନ୍ମଦିନର ଶୁଭେଚ୍ଛା ।

ଏହାସହ ମଧ୍ୟ ପଢନ୍ତୁ – ସୁନିଲ ଗ୍ରୋଭର ଦେଲେ କପିଲଙ୍କୁ ଝଟକା : କହିଲେ, ସୁଧୁରି ଗଲେ ବି କପିଲ ସୋ’କୁ ଫେରିବିନି