ସୁୁନୀଲଙ୍କ ସହ କାମ କରିବାକୁ ମୁଁ ବହୁତ ଆଗ୍ରହୀ : କପିଲ ଶର୍ମା !

22

କମେଡିଆନ୍ କପିଲ ଶର୍ମାଙ୍କ କମେଡିର ଯାଦୁ ଓ ତାଙ୍କର କ୍ୟାରିୟର ଏବେ କିଛି ଫିକା ଫିକା ନଜର ଆସିଛି । କପିଲ ମଧ୍ୟ ଏହି କଥାକୁ ଭଲ ଭାବେ ଜାଣିଛନ୍ତି । ନିଜର ସଫଳ କ୍ୟାରିୟରରେ ପୁଣି କେମିତି ଚମକ ଆଣିବେ ସେଥିରେ ଲାଗିପଡିଛନ୍ତି । ଆଉ ତାଙ୍କର ଆଗାମୀ ଫିଲ୍ମ ଫିରଙ୍ଗୀ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହେବା ନିହାତି ଜରୁରୀ ବୋଲି ସେ ଭାବିଛନ୍ତି ।

ଉଲ୍ଲେଖନୀୟ ଯେ, କପିଲଙ୍କ କ୍ୟାରିୟର ସେବେଠାରୁ ବିଗିଡି ଯାଇଛି ଯେବେଠୁ ସେ ବିବାଦରେ ପଡିଯାଇଛନ୍ତି । ଏବଂ ସେବେ ଠାରୁ ଆରମ୍ଭ ହେଲା ଯେବେ ବିମାନରେ ସେ ନିଜର ସାଥୀ କମେଡିଆନ ସୁନୀଲ ଗ୍ରୋଭରଙ୍କୁ ଖରାପ ବ୍ୟବହାର କରି ଗାଳି କରିଥିଲେ । ଏହି ଘଟଣା ପରେ ଗ୍ରୋଭର ତାଙ୍କର ଟିଭି ସୋ’ରୁ ବାହାରି ଯାଇଥିଲେ ।

ସୁନିଲ୍ ଗ୍ରୋଭର କପିଲ ଶର୍ମାଙ୍କ ସୋ’ରୁ ଯିବା ପରେ , ସୋ’ର ଟିଆରପିରେ ହ୍ରାସ ଘଟିଥିଲା । ନମ୍ବର ୱାନ୍ ରେ ରହୁଥିବା ସୋ’ ଟପ୍ ଟେନ୍ ଲିଷ୍ଟରୁ ଆଉଟ୍ ହୋଇଯାଇଥିଲା । ଆଉ ଏବେ ଯେତେବେଳେ କପିଲ୍ ନିଜର ନୂଆ ଫିଲ୍ମ ଫିରଙ୍ଗୀର ପ୍ରମୋଶନରେ ମିଡିଆ ସହ ଯୋଡି ହେଉଛନ୍ତି , ତ ସୁନୀଲଙ୍କ ସହ ଝଗଡା ବିଷୟକୁ ନେଇ ଅନୁତାପର କଥା କହିବାକୁ ପଡୁଛି । ଏକ ସାକ୍ଷାତକାରରେ କପିଲ କହିଥିଲେ , ମୁଁ ମାନୁଛି ଏହି ବିବାଦ ପରେ ସବୁଠୁ ଅଧିକ କ୍ଷତି ମୋତେ ସହିବାକୁ ପଡିଛି ।

କପିଲ କହିଛନ୍ତି , ‘ଏବେ ମୋତେ ଲାଗୁଛି କି ଫିରଙ୍ଗୀର ରିଲିଜ୍ ପରେ ମୁଁ ସବୁ ଚିନ୍ତାରୁ ମୁକ୍ତି ପାଇବି । ସମସ୍ତେ ମୋତେ ସୁନୀଲଙ୍କ ସହ ଝଗଡା ବିଷୟରେ ପଚାରୁଛନ୍ତି । କିନ୍ତୁ ଏବେ ମୁଁ ଆପଣଙ୍କୁ ପଚାରୁଛି କି କଣ ସବୁ ଭୁଲ୍ ମୋର ଏକଲା ଥିଲା । ମୋର ସୁନିଲଙ୍କ ସହ ବହୁତ ବଡ ଝଗଡା ଏମିତି ହୋଇନି ଯେ , ଆମେ ସବୁଦିନ ପାଇଁ ପରସ୍ପର ଠାରୁ ଦୂରେଇ ଯିବୁ । ମୁଁ ସୁନୀଲଙ୍କର ସମ୍ମାନ କରୁଛି । ଏବଂ ତାଙ୍କ ସହ ପୁଣି ଥରେ କାମ କରିବାକୁ ଚାହୁଁଛି । ’