ଆପଣ ଜାଣନ୍ତି, ଅମରେନ୍ଦ୍ର ବାହୁବଳୀର ମା’ ଭୂମିକାକୁ ପ୍ରଥମେ ଶ୍ରୀଦେବୀଙ୍କୁ ଅଫର ଦିଆଯାଇଥିଲା !

20

ବାହୁବଳୀ ଫିଲ୍ମ ସହ ଯୋଡି ହୋଇଥିବା ଖବର ସବୁ ଆପଣଙ୍କୁ ଖୁସି ଲାଗୁଥାଇପାରେ । ହେଲେ ଏ ଫିଲ୍ମ ସହ ଜଡିତ ଏକ କଥା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଫିଲ୍ମରେ ଅମରେନ୍ଦ୍ର ବାହୁବଳୀର ମା’ ଶିବଗାମିନୀ ଭୂମିକାରେ ଅଭିନେତ୍ରୀ ରାମ୍ୟା କୃଷ୍ଣନ୍ ଅଭିନୟ କରିଛନ୍ତି । କିନ୍ତୁ ତାଙ୍କ ପୂର୍ବରୁ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଅଫର ଦିଆଯାଇଥିଲା । ହେଲେ ସେ ମନା କରିଦେଇଥିଲେ ।

ଏକଥା ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏହା ସତ । ଫିଲ୍ମର ଅପୂର୍ବ ସଫଳତା ପରେ ଯେମିତି ଗୋଟିଏ ପରେ ଗୋଟିଏ ଭିତର ରହସ୍ୟ ସବୁ ଖୋଲୁଛି । ଏ କଥା ବି ଏବେ ଜଣାପଡିଛି । ଆଉ ବାହୁବଳୀ ଫିଲ୍ମ ଜଗତରେ ଇତିହାସ ରଚିଛି । ଏହାର ଷ୍ଟାରକାଷ୍ଟ ଠାରୁ ଫଲ୍ମର ଲୋକେସନ ଓ ବ୍ୟବହୃତ ଗ୍ରାଫିକ୍ସ ସବୁ ଦର୍ଶକଙ୍କ ମନ ମୋହିନେଇଛି ।

( ସୈାଜନ୍ୟ – ଦୈନିକ ଜାଗରଣ )