ମୁଁ ଜାଣିଛି ‘ରକେଟ୍ ସିଂହ’ ଫ୍ଲପ୍ ହେବ ! ରଣବୀରଙ୍କୁ କ୍ୟାଟ୍ରିନା ଦେଇଥିଲେ ଭବିଷ୍ୟବାଣୀ

33

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ , ଅଭିନେତା ରଣବୀର କପୁରଙ୍କୁ ଦେଇଥିଲେ ଭବିଷ୍ୟବାଣୀ । ରଣବୀର ଫିଲ୍ମ ‘ରକେଟ୍ ସିଂହ ’ ଦେଖିବାର ତୁରନ୍ତ କହିଥିଲେ ଏହି ଫିଲ୍ମ ଫ୍ଲପ୍ ହେବ । ହଲରେ ଚାଲିବ ନାହିଁ । କିନ୍ତୁ ରଣବୀର କ୍ୟାଟ୍ରିନାଙ୍କ କଥା ଶୁଣିନଥିଲେ । ରଣବୀର ଭାବିଥିଲେ କ୍ୟାଟ୍ରିନା ହିନ୍ଦି ଫିଲ୍ମ ଓ ଦର୍ଶକଙ୍କୁ ଭଲରେ ବୁଝିନାହାଁନ୍ତି ।

ନିଜ ଫିଲ୍ମ ‘ଜଗା ଜାସୁସ୍’ ର ଟ୍ରେଲର ଲଂଚର ଅବସରରେ ନବଭାରତ ଟାଇମ୍ସ ଡଟ୍ କମ୍ ସହ ହୋଇଥିବା କଥାବାର୍ତ୍ତାରେ କ୍ୟାଟ୍ରିନା ଏ କଥା କହିଥିଲେ । ଯେତେବେଳେ ପ୍ରଥମ ଦିନ ସେ ରଣବୀରଙ୍କ ଫିଲ୍ମ ‘ରକେଟ୍ ସିଂହ’ କୁ ଦେଖିଲେ .ସେତେବେଳେ ବୁଝିଯାଇଥିଲେ ଯେ ଏହି ଫିଲ୍ମଟି ଚାଲିବ ନାହିଁ । ଫିଲ୍ମ ଦେଖିବାର ତୁରନ୍ତ କ୍ୟାଟ୍ରିନା ରଣବୀରଙ୍କୁ ଫୋନ୍ କରି କହିଥିଲେ ।

କ୍ୟାଟ୍ରିନା ସଫା ସଫା ରଣବୀରଙ୍କୁ କହିଥିଲେ , ଏହା ଏକ ବୋରିଂ ଫିଲ୍ମ । କେମିତି ଲୋକେ ଦେଖିବେ ଏହାକୁ । କିନ୍ତୁ ରଣବୀର ମୋତେ କହିଥିିଲେ ଏହା ଅଲଗା ଫିଲ୍ମ । ନିଶ୍ଚୟ ଚାଲିବ । ଏବେ କିନ୍ତୁ ରଣବୀର କ୍ୟାଟ୍ରିନାଙ୍କ କଥାରେ ଏକମତ ହୋଇ କହିଛନ୍ତି , ‘ମୁଁ ଯେତେବେଳେ ‘ରକେଟ୍ ସିଂହ ’ କରୁଥିଲି , ଭାବୁଥିଲି ‘ମୁନ୍ନା ଭାଇ’ ଭଳି ହିଟ୍ ଫିଲ୍ମ ହେବ । ହେଲେ ରିଲିଜ୍ ପରେ ଫଳ କିନ୍ତୁ ଓଲଟା ଥିଲା । ଦର୍ଶକ ଏହାକୁ ଦେଖିବାକୁ ବି ଗଲେନି । ଏଣୁ ମୁଁ ଭାବିଲି ଦର୍ଶକ ଫିଲ୍ମ ଦେଖିଲା ବେଳେ ମାହୋଲ କିଛି ଅଲଗା ଥାଏ । ଏଣୁ ମୁଁ ଯେବେ ବି କୈାଣସି ଫିଲ୍ମ ପୂରା କରେ ତ ଏହାକୁ ଭଗବାନଙ୍କ ଉପରେ ଛାଡ଼ିଦିଏ ’ । କ୍ୟାଟ୍ରିନାଙ୍କ ଅନୁଭବ ସତ ହୋଇଛି ବୋଲି ରଣବୀର କହିଛନ୍ତି ।