ଏବେ ଅନ୍ୟ କାହାର ନୁହେଁ ନିଜ ହୃଦୟର କଥା ଶୁଣୁଛି ! ଫିଲ୍ମ କାହାଣୀ ଚୟନକୁ ନେଇ ସଲମାନଙ୍କ ମନର କଥା

50

ବଲିଉଡ଼ ଅଭିନେତା ସଲମାନ ଖାନ୍ । ବାସ୍ତବ ଜୀବନରେ ଓ ପରଦାରେ ସବୁବେଳେ ଥାନ୍ତି ଚର୍ଚ୍ଚାରେ । ଏବେ ନିଜ ଫିଲ୍ମ ଚୟନ ବିଷୟରେ କହିଛନ୍ତି । ଗତ ବର୍ଷ କେତେ ବର୍ଷ ଧରି ଫିଲ୍ମର ଚୟନ ନିଜେ କରୁଛନ୍ତି । ଅନ୍ୟ କାହା କଥାକୁ ପସନ୍ଦ କରୁନାହାଁନ୍ତି । କାରଣ ପୂର୍ବରୁ ସେ କୈାଣସି ଫିଲ୍ମରେ କାମ କରିବା ପାଇଁ ବାଛ ବିଚାର କରିନଥିଲେ । ଲୋକଙ୍କ କଥା ମାନି ଏହା କରିବା ଦ୍ୱାରା ଫିଲ୍ମ ଫ୍ଲପ୍ ହୋଇଯାଉଥିଲା ।

ଏବେ କିନ୍ତୁ ସଲମାନ ପୂରା ଭାବି ବିଚାରି ଫିଲ୍ମ ଚୟନ କରୁଛନ୍ତି । ଆଉ କାହା କଥାକୁ ଅଗ୍ରାଧିକାର ନଦେଇ , ନିଜ ହୃଦୟର କଥା ଶୁଣିଛନ୍ତି । ନବଭାରତ ଟାଇମ୍ସ ସହ କଥାବାର୍ତ୍ତା ବେଳେ ସଲମାନ କହିଛନ୍ତି –“ ପ୍ରତିଥର ଯେତେବେଳେ ମୁଁ ନୂଆ କାହାଣୀ ଶୁଣେ , କାହାଣୀ ଶୁଣୁ ଶୁଣୁ ମୁଁ ଆକର୍ଷିତ ହୋଇଯାଏ । ପୁଣି ଭାବେ ଶୁଣିଥିବା କାହାଣୀକୁ କରିବି ନା ନାହିଁ । ଏଥିପାଇଁ ସବୁବେଳେ ହୃଦୟ କଥା ଶୁଣିବା ଉଚିତ୍ । ମୁଁ ଅନେକ ଥର ଏଥିପାଇଁ ଫସିଛି । ଏବେ ଆଉ କାହା କଥା ଶୁଣୁନାହିଁ । ଯଦି ମୋ ଦ୍ୱାରା ନିର୍ବାଚିତ ୪ରୁ୫ଟା ଫିଲ୍ମ ଖରାପ ହୁଏ ତ ଲୋକଙ୍କ କଥା ଶୁଣିବି ” ।