‘ବାହୁବଳୀ ୨ ’ରେ ହିନ୍ଦି ଡବିଂରେ କିଏ ଦେଇଛନ୍ତି ବାହୁବଳୀ କଣ୍ଠ ! ଜାଣିଛନ୍ତି କି ?

112

ତେଲୁଗୁ ଫିଲ୍ମ ହିନ୍ଦି ଡବିଂରେ ‘ବାହୁବଳୀ’ ଚରିତ୍ରର କଣ୍ଠ କିଏ ଦେଇଛନ୍ତି ଜାଣନ୍ତି ? ଏହା ନିଜେ ଅଭିନେତା ପ୍ରଭାସ ଦେଇନାହାଁନ୍ତି । କିନ୍ତୁ ତାଙ୍କ ଆକ୍ସନ ଓ ଅଭିନୟକୁ ମିଶାଇ ଦମଦାର କଣ୍ଠ ଦେଇଛନ୍ତି ଆଉ ଜଣେ ଅଭିନେତା । ସେ ହେଉଛନ୍ତି ଜଣାଶୁଣା ଟିଭି ଓ ଫିଲ୍ମ ଅଭିନେତା ଶରଦ କେଲକର ।

ଅଭିନେତା ଶରଦ ବାହୁବଳୀର ଅପୂର୍ବ ସଫଳତାରେ ନିଜକୁ ଭାଗ୍ୟବାନ ମନେକରିଛନ୍ତି । ଆଉ କହିଛନ୍ତି ଲୋକଙ୍କୁ ଏହା ଜଣା ନାହିଁ ଯେ ବାହୁବଳୀ ପାଇଁ ସେ କଣ୍ଠ ଦେଇଛନ୍ତି ବୋଲି । ଆଉ ମଧ୍ୟ ଭବିଷ୍ୟତରେ ରାଜାମୈାଳୀଙ୍କ ଫିଲ୍ମରେ ଅଭିନୟ କରିବେ ବୋଲି ସ୍ଥିର ହୋଇଛି ।

୨୦୧୭ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାହୁବଳୀ : ଦ କନକ୍ଲୁଜନ ’ ଶୁକ୍ରବାର ରିଲିଜ ହୋଇଛି । ଏଥିରେ ବାହୁବଳୀ ଚରିତ୍ରରେ ଅଭିନୟ କରି ଅଭିନେତା ପ୍ରଭାସ ରାତାରାତି ସାରା ଦେଶରେ ଛାଇ ଯାଇଛନ୍ତି ।