ଫିଲ୍ମରେ ଭିନ୍ନ ଚରିତ୍ରରେ ନଜର ଆସିଥିଲେ : ଏହି ଯୁବତୀମାନଙ୍କ ପାଇଁ ବଦଳିଯାଇଛି ବଲିଉଡର ଛବି !

184

ସେ ଦିନ ଏବେ ଅତୀତ । ଫିଲ୍ମରେ ଅଭିନେତ୍ରୀଙ୍କୁ କେବଳ ସୁନ୍ଦର , ସୁଶୀଳା ଯୁବତୀ ବା ଅବଳା ନାରୀ ଭାବେ ଚିତ୍ରଣା କରାଯାଉଥିଲା । ଆଜି ଅନେକ ନୂଆ ଫିଲ୍ମରେ ଆମେ ଦେଖିବାକୁ ପାଉଛୁ କି ମହିଳା ଭୂମିକାକୁ କେତେ ଦମଦାର କରାଯାଉଛି । ଯେଉଁଥିରେ ଝିଅମାନେ ମଧ୍ୟ ସାମିଲ ହୋଇଛନ୍ତି । ଆଜି ୱଲର୍ଡ ଡଟର୍ସ ଡେ’ । ଏହି ଅବସରରେ ଆମେ ବଲିଉଡର ଏହି ଯୁବତୀମାନଙ୍କ ବିଷୟରେ ଆଲୋଚନା କରିବା , ଯେଉଁମାନେ ବଲିଉଡ ଫିଲ୍ମକୁ ଦେଇଛନ୍ତି ନୂଆ ପରିଚୟ ।

barleki‘ବରେଲି କି ବର୍ଫି’ ରେ କୃତି ସେନନ – ସିଗରେଟ ପିଉଛନ୍ତି । ଏ କଥାକୁ ସ୍ୱୀକାର କରିବାକୁ ସେ ଦୁଇଥର ମଧ୍ୟ ଭାବୁନାହାଁନ୍ତି । ଯେଉଁ ଯୁବକଙ୍କ ସହ ସମୟ ବିତାଉଛନ୍ତି , ସେମାନଙ୍କ ବିଷୟରେ ନିଜର ପିତାଙ୍କୁ ମଧ୍ୟ କହୁଛନ୍ତି । କୃତି ବଲିଉଡର ପରମ୍ପରାଗତ ଝିଅମାନଙ୍କ ଠାରୁ ଅଲଗା ଥିଲେ ।  ଭୂମିକାକୁ ବାସ୍ତବ ରୂପ ଦେବାପାଇଁ ଏମିତି ହିଁ କରିଛନ୍ତି କୃତି ।

dangalଫିଲ୍ମ ‘ଦଙ୍ଗଲ’ ରେ ଫାତିମା ସନା ଶେଖ୍ – ମହାବୀର ଫୋଗାଟ ଓ ତାଙ୍କର ଝିଅ ଗୀତା ଓ ବବିତା ଫୋଗାଟଙ୍କ ଉପରେ ଆଧାରିତ ଏହି ଫିଲ୍ମ ରେ ଆମିର ଖାନ୍ ଫାତିମା ସନା ଶେଖ୍ ଓ ସାନ୍ୟା ମଲହୋତ୍ରାଙ୍କ ପିତା ହୋଇଛନ୍ତି । ଫିଲ୍ମରେ ଫାତିମା ଜଣେ ଏମିତି ପରିବାରରେ ଜନ୍ମ ହୋଇଛନ୍ତି , ଯେଉଁଠି ଅନେକ ନିୟମ କାନୁନକୁ ନେଇ ଚଳିବାକୁ ପଡେ । ସେମାନଙ୍କୁ କୈାଣସି ସ୍ୱାଧୀନତା ମିଳେନାହିଁ । ଫାତିମାଙ୍କ ଜୀବନରେ ସେହି ସମୟରେ ପରିବର୍ତ୍ତନ ଆସିଛି । ସେ ସ୍ଥିର କରିଛନ୍ତି ନିଜ ପିତାଙ୍କ ଠାରୁ ଟ୍ରେନିଂ ନନେଇ , ଏକାଡେମୀରେ ଟ୍ରେନିଂ ନେବେ । ତାଙ୍କର ବିଚାର ସେଠାରେ ଯାଇ ବଦଳିଯାଏ । ସେ ନିଜ ପିତା ଶିଖାଇଥିବା ଜିନିଷ ଉପରେ ପ୍ରଶ୍ନ ଉଠାଇଥାନ୍ତି । ଏବଂ ଗୁରୁ ଓ ଶିଷ୍ୟ ମଧ୍ୟରେ ପୁରା ସମୀକରଣ ବଦଳିଯାଏ । ଏଠାରେ ବଲିଉଡର ଏମିତି ଝିଅ ଯିଏ ପୁରା ଅପୂର୍ଣ୍ଣ ଅଟନ୍ତି ।

pikuଫିଲ୍ମ ‘ପିକୁ’ରେ ଦୀପିକା ପାଦୁକୋଣ- ଏଥିରେ ଦୀପିକା ଏକ ଭିନ୍ନ ଝିଅର ଭୂମିକାରେ ନଜର ଆସିଥିଲେ । ଯିଏ ଏମିତି ଝିଅ ନଥିଲେ , ନିଜ ପିତାଙ୍କର ଧୈର୍ଯ୍ୟର ସହ ଧ୍ୟାନ ରଖୁଥିବେ । ସେ ନିଜ ଜିଦରେ ଅଟଳ ଥିଲେ । କିନ୍ତୁ ସଚ୍ଚୋଟ ଝିଅ ଥିଲେ । ସେ ନିଜର ପିତାଙ୍କୁ ଭଲ ପାଉଥିଲେ । କିନ୍ତୁ ନିଜର ପିତାଙ୍କୁ ତାଗିଦ କରିବାରେ କିଛି ବି ଭାବୁନଥିଲେ । ସିଏ ଜୋରରେ ପାଟି କରୁଥିଲେ । ନିଜର ତରିକା ବଦଳେଇବାକୁ ପିତାକୁ କହୁଥିଲେ । ଏ ଫିଲ୍ମଟି ଏହା ଦର୍ଶାଇଛି ଯେ ଅଧିିକ ସ୍ନେହ ଶ୍ରଦ୍ଧାରେ ଝିଅ ନିଜ ମାତା-ପିତାକୁ ବି ତାଗିଦ୍ କରିଥାଏ ।

khubsuratଫିଲ୍ମ ‘ଖୁବସୁରତ’ରେ ସୋନମ କପୁର – ଅନେକ ମା’ଙ୍କୁ ମାମ୍ , ମା’,ମମି ଆଦି ନାମରେ ଡାକିଥାନ୍ତି । କିନ୍ତୁ ଏହି ଫିଲ୍ମରେ ସୋନମ ନିଜର ମା’(କିରଣ ଖେର୍)ଙ୍କୁ ତାଙ୍କର ନାମରେ ଡାକୁଛନ୍ତି । ଦୁହିଁଙ୍କ ଭିତରେ ସଂପର୍କ ଖୁବ୍ ମଜାଳିଆ । ଏହି ସମୟରେ ଯେତେବେଳେ ପୁଅ-ଝିଅମାନେ ନିଜର ରିଲେସନସିପ୍ କୁ ଲୁଚାଇଥାନ୍ତି , । କିନ୍ତୁ ଏହି ଫିଲ୍ମରେ ଝିଅଟି ସବୁ ମା’ ଖୋଲାଖୋଲି କହିଥାଏ । ଆଉ ନିଜର ଲଭ୍ ଲାଇଫକୁ ମା’ ଆଗରେ ସେୟାର କରିଥାଏ ।

daabat‘ଦାବତ-ଏ-ଇସ୍କ’ ରେ ପରିଣୀତା ଚୋପ୍ରା – ଚୋରଣୀ ରୂପରେ ପରିଣୀତି ଓ ତାଙ୍କର ପିତା ଅନୁପମ ଖେର୍ ଙ୍କ ଯୋଡି ପରଦା ଉପରେ ଖୁବ୍ ମଜାଦାର୍ ଥିଲା । ସେ ଖୋଲାଖୋଲି ସବୁି ଭାବୁଥିବା ଝିଅ । ଆଉ ତାଙ୍କ ସହ ତାଙ୍କ ପିତା ସବୁବେଳେ ଥିଲେ । ଦୁଇଜଣ ଅପରାଧ ବି ସାଥି ହୋଇ କରୁଥିଲେ ଏବଂ ଯେତେବେଳେ ସେ ନିୟମ ଅନୁସାରେ ଚଳିବାକୁ ମନା କରେ , ସେତେବେଳେ ତାଙ୍କ ପିତା ମଧ୍ୟ ତାର ପକ୍ଷ ରଖନ୍ତି । ଯଦିବା ଫିଲ୍ମରେ ଦୁହେଁ ବାପା-ଝିଅ ଯେଉଁ ପଥ ଆପଣେଇଛନ୍ତି ତା ସଠିକ ନୁହେଁ , କିନ୍ତୁ ଏହି ବାପା-ଝିଅଙ୍କ ଯୋଡି ପାଇଁ ଆପଣଙ୍କ ମନ କେଉଁଠି ନା କେଉଁଠି ନରମ ହୋଇଯିବ ।

paaଫିଲ୍ମ ‘ପା’ ରେ ବିଦ୍ୟା ବାଲାନ – ଏହି ଫିଲ୍ମ ଏକ ପ୍ରୋଜେରିକ ପିଲା ଓ ତାର ମା’ ଓ ଜେଜେ ମା’ର ଇମୋଶନଲ କାହାଣୀ ଅଟେ । ଏହି ଫିଲ୍ମର ଏକ ଭାଗକୁ ଆମେ ବୋଧେ ମିସ୍ କରିଛେ  ଏବଂ ତାହା ଥିଲା ଜଣେ ମା’ ହିସାବରେ ବିଦ୍ୟା ବାଲାନ୍ । ସେ ସାମାଜିକ ମାନଦଣ୍ଡକୁ ଖଣ୍ଡନ କରିଦିଅନ୍ତି । ସିଙ୍ଗଲ ମଦର ହିସାବରେ ବିଦ୍ୟା ନିଜେ ଓ ନିଜର ପିଲାଙ୍କ ସହ ସଂଘର୍ଷ କରନ୍ତି । ଦୁର୍ଭାଗ୍ୟବଶତଃ ଏବେ ବି ବିବାହ ପୂର୍ବରୁ ସେକ୍ସ ଏକ ସାମାଜିକ କଳଙ୍କ ଅଟେ । ଫିଲ୍ମ ମେକର୍ସମାନେ ଫିଲ୍ମରେ ଏମିତି ଏକ ଚରିତ୍ର ଦେଖାଇଲେ ,ଯାହାକୁ ଖୁବ ଭାବନାତ୍ମକ ଓ ସୁନ୍ଦର ଭାବରେ ଦର୍ଶାଯାଇଥିଲା ।

(ସୌଜନ୍ୟ- ନବଭାରତ ଟାଇମ୍ସ )