୪୩ ବର୍ଷରେ ପହଁଚିଲେ ଅଭିନେତ୍ରୀ! ଆଜି କାଜୋଲଙ୍କ ଜନ୍ମଦିନ

26

ବଲିଉଡ୍ ଅଭିନେତ୍ରୀ କାଜୋଲଙ୍କ ଆଜି ଜନ୍ମଦିନ । ୪୩ ବର୍ଷରେ ପହଁଚିଲେ ଏହି ଅଭିନେତ୍ରୀ । ନବେ ଦଶକରେ ପରଦାରେ ଧୁମ୍ ମଚାଉଥିଲେ ଅଭିନେତ୍ରୀ କାଜୋଲ୍ । ଏବେ ଅଭିନେତ୍ରୀ ଭାବେ ପରଦାରେ ୨୫ ବର୍ଷ କଟାଇଛନ୍ତି କାଜୋଲ । ଅଭିନେତା ଅଜୟ ଦେବଗନଙ୍କୁ ବିବାହ କରି ସଂସାର ଗଢିଛନ୍ତି । ଅଭିନେତ୍ରୀ ଭାବେ ୧୯୯୨ମସିହାରେ ଫିଲ୍ମ ‘ବେଖୁଦି’ ଜରିଆରେ ବଲିଉଡରେ ପାଦ ରଖିଥିଲେ କାଜୋଲ୍ ।

ପ୍ରଥମେ ପ୍ରଥମେ ଦର୍ଶକଙ୍କ ନଜରକୁ ଆସିପାରିନଥିଲେ କାଜୋଲ । ପରେ ୧୯୯୩ରେ ଅଭିନେତା ଶାହାରୁଖ ଖାନଙ୍କ ସହ ଫିଲ୍ମ ‘ବାଜିଗର’ ତାଙ୍କୁ ରାତାରାତି ବଡ ଷ୍ଟାର କରିଦେଇଥିଲା । ଦର୍ଶକ ଖୁବ୍ ତାରିଫ୍ କରିଥିଲେ ଏହି ଯୋଡିଙ୍କୁ । ଏହାପରେ କାଜୋଲ ଆଉ ପଛକୁ ଫେରି ଚାହିଁନଥିଲେ । ଶାହାରୁଖ-କାଜୋଲ ବଲିଉଡରେ ନମ୍ବର-୧ ଯୋଡି ପାଲଟିଯାଇଥିଲେ । ପରଦାରେ ସେମାନଙ୍କର ଅନସ୍କ୍ରିନ୍ ରୋମାନ୍ସକୁ ଦର୍ଶକ ବାରମ୍ବାର ଦେଖିବାକୁ ଚାହିଁଥିଲେ ।

କୁହାଯାଏ କାଜୋଲ ନଥିଲେ ,ହୁଏତ ଶାହାରୁଖ ବଲିଉଡର ବାଦଶାହ ବନିବାରେ ବିଳମ୍ବ ହୋଇଥାନ୍ତା । ଏହି ଦୁଇ ଜଣ ବାଜିଗର , ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ ,କୁଛ୍ କୁଛ ହୋତା ହେ , କଭି ଖୁସି କଭି ଗମ୍ , ମାଇଁ ନେମ୍ ଇଜ୍ ଖାନ୍ ଆଦି ଫିଲ୍ମରେ କମାଲ ଅଭିନୟ କରିଥିଲେ । ଦର୍ଶକ ମନଭରି ଉପଭୋଗ କରିଥିଲେ ଏହି ଯୋଡିକୁ । ଆଉ ବଲିଉଡରେ ଏକ ଅଭିନୟର ମାଇଲ ଖୁଣ୍ଟ ତିଆରି କରିଛନ୍ତି କାଜୋଲ । ଦର୍ଶକଙ୍କ ଭିତରେ କାଜୋଲଙ୍କ ଚର୍ଚ୍ଚା ବେଳେ ଶାହାରୁଖଙ୍କ ବି ଚର୍ଚ୍ଚା ହୋଇଥାଏ । ଦୁହିଁଙ୍କର ଅନସ୍କ୍ରିନ୍ ରୋମାନ୍ସ ଯେମିତି ବାସ୍ତବିକ୍ ମନେହୁଏ ।