ବକ୍ସ ଅଫିସରେ ଫିଲ୍ମ ‘ବାଦଶାହୋ’ର ସଫଳତା ! ପୁଣି ଆଉ ଏକ ଧମାକା କରିବେ ଅଜୟ ଦେବଗନ , ଆସୁଛି ଫିଲ୍ମ ‘ଗୋଲମାଲ୍ ଏଗେନ’

55

golmal againବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ବାଦଶାହୋ’ ଏଇ ନିକଟରେ ରିଲିଜ ହୋଇଛି । ଆଉ ଦର୍ଶକ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଚାଲିଛି । ଫିଲ୍ମଟି ୪ଦିନରେ ୫୦ କୋଟି ଅତିକ୍ରମ କରିସାରିଲାଣି । ଏବେ ଶୁଣିବାକୁ ମିଳୁଛି ଅଜୟ ପୁଣି ଏକ ଧମାକା କରିବାକୁ ଯାଉଛନ୍ତି ।

ସୂଚନା ଅନୁସାରେ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ଗୋଲମାଲ ଏଗେନ’ ୨୦ ଅକ୍ଟୋବରରେ ରିଲିଜ ହେବା ପାଇଁ ପୁରା ପ୍ରସ୍ତୁତ ହେଉଛି । ନିକଟରେ ନିଜ ପ୍ରଶଂସକଙ୍କ ଟ୍ୱିଟରରେ ପ୍ରଶ୍ନ-ଉତ୍ତରର ଜବାବ ଦେବାବେଳେ ଅଜୟ ଦେବଗନ ଏହି ସୂଚନା ଦେଇଛନ୍ତି । ବହୁତ ଶୀଘ୍ର ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି । ଆଉ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଅଜୟ ଦେବଗନ ସଙ୍କେତ ଦେଇଛନ୍ତି ଯେ, ‘ଗୋଲମାଲ୍ ଏଗେନ’ର ଟ୍ରେଲର ସେପ୍ଟେମ୍ବର ଶେଷ ସୁଦ୍ଧା ରିଲିଜ ହୋଇଯିବ । ଏହି ଖବରକୁ ନେଇ ରୋହିତ୍ ଶେଟ୍ଟୀ ଓ ଅଜୟ ଦେବଗନଙ୍କ ପ୍ରଶଂସକମାନେ ଏବେ ଖୁବ୍ ଖୁସି । ଏହାକୁ ଦିବାଲୀ ଧମାକା ଭାବେ ଅପେକ୍ଷା କରିବାକୁ ପଡିବ ।

4ଅନୁମାନ କରାଯାଉଛି, ଗୋଲମାଲ୍ ରିଟର୍ଣ୍ଣସ ସହ ଏହି ବର୍ଷ ଅଜୟ ଦେବଗନ ୨୦୦ କୋଟି କ୍ଲବରେ ଏଣ୍ଟ୍ରି କରିଯିବେ । ରୋହିତ୍ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ରୁ ନେଇ ବହୁର ଆଶା କରାଯାଏକି ଏହା ବକ୍ସ ଅଫିସରେ ଧମାକା କରିବ । ଏହା ଏଥିପାଇଁ ଧମ।କା କରିବ , କାରଣ ଦିବାଲୀର ମାହୋଲ ଥିବ । ଆଉ ଲୋକେ ସେଲିବ୍ରେସନ ମୁଡ୍ ରେ ରହିବେ । ଏମିତି ସମୟରେ ‘ଗୋଲମାଲ ଏଗେନ’ ଦର୍ଶକଙ୍କ ପାଇଁ ପରଫେକ୍ଟ ଫିଲ୍ମ ହେବ । ଯାହାକୁ ଲୋକେ ସପରିବାରେ ଦେଖିବାର ମଜା ନେବେ ।

5ବହୁତ ଦିନ ପରେ ଆକ୍ସନ ହିରୋ ଅଜୟ ଦେବଗନ ପୁଣି କମେଡିରେ ନଜର ଆସିବେ । ପୂର୍ବ ଫିଲ୍ମ ‘ଶିବାୟ’ ଫ୍ଲପ୍ ହେବା ପରେ ପ୍ରଶଂସକମାନେ ଏବେ ଏହି ଫିଲ୍ମକୁ ନେଇ ଖୁବ୍ ଆଶାବାଦୀ । ସିଂଘମ ସିରିଜ ଠାରୁ ନେଇ ଗୋଲମାଲ ସିରିଜ , ଅଜୟ ଓ ରୋହିତ୍ ଶେଟ୍ଟୀ , ଦୁହିଁଙ୍କ ଯୋଡି ସୁପରହିଟ୍ ହୋଇଛି । ଏହା ଅନୁମାନ ଯେ, ‘ଗୋଲମାନ ଏଗେନ’କୁ ହିଟ୍ କରିବା ପାଇଁ ଏହି ଦୁଇ ଯୋଡି ପୁରା ଦମ୍ ଲଗେଇଦେବେ । ‘ଗୋଲମାଲ’ ସିରିଜର ପ୍ରଥମ ୩ଟି ଫିଲ୍ମ ସୁପରହିଟ୍ ହୋଇଛି । ପୁରା ଏଣ୍ଟରଟେନମେଂଟ । ଦର୍ଶକ ନଶ୍ଚୟ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ । ରୋହିତ ଶେଟ୍ଟୀ ଓ ଅଜୟ ଦେବଗନଙ୍କ ଯୋଡି ସବୁବେଳେ ଦର୍ଶକଙ୍କୁ ବହୁତ ଖୁସି କରିଛନ୍ତି ।

ଆଉ ଏହା ମଧ୍ୟ ହୋଇଛି ଯେ, ଏହାକୁ ଅଧିକରୁ ଅଧିକ ସ୍କ୍ରିନରେ ରିଲିଜ ପାଇଁ ଯୋଜନା ଚାଲିଛି । କଥାବାର୍ତ୍ତା ଡିଷ୍ଟ୍ରିବ୍ୟୁର୍ଟ୍ସଙ୍କ ସହ ହୋଇଥିଲା କି ଅଧିକରୁ ଅଧିକ ସ୍କ୍ରିନିଂ କରାଯିବ । ଡିଷ୍ଟ୍ରିବ୍ୟୁଟରମାନେ ମଧ୍ୟ ଭରସା ଦେଇଛନ୍ତି । କାରଣ ରୋହିତ ଶେଟ୍ଟୀଙ୍କ ଫିଲ୍ମରେ ସବୁବେଳେ ଖୁବ୍ ଅର୍ଥ କମାଇବାର ଆଶା ରହିଥାଏ । ଏହି ଆଗାମୀ ଫିଲ୍ମ ‘ଗୋଲମାଲ୍ ଏଗେନ’ ରେ ନୂଆ ଷ୍ଟାରକାଷ୍ଟ କରାଯାଇଛି । ଅଜୟ ଦେବଗନ, ପରିଣୀତି ଚୋପ୍ରା, ଅରଶଦ ବାରସୀ , ତୁଷାର କପୁର, କୁଣାଳ ଖେମୁ,ଶ୍ରେୟାସ ତଲପଡେ ଓ ତବୁ ମୁଖ୍ୟ ଭୂମିକାରେ ରହିଛନ୍ତି । ଏହି ବର୍ଷ ଅନେକ ବଡ ବ୍ୟାନର ଓ ବଡ ଷ୍ଟାରକାଷ୍ଟର ଫିଲ୍ମ ଦର୍ଶକଙ୍କୁ ନିରାଶ କରିଛି । ଆକ୍ସନ , ରୋମାନ୍ସ ସବୁ ଭରପୁର ଥାଇ ବି ଫ୍ଲପ ହୋଇଛି । ଏବେ ଏକ ପୁରା ଏଣ୍ଟରଟେନମେଂଟ ଫିଲ୍ମର ଅପେକ୍ଷା କରାଯାଉଛି ।