ଫିଲ୍ମର ରୂପ ନେବ ୧୯୮୩ କ୍ରିକେଟ୍ ବିଶ୍ୱକପ୍ ! ପୁଣି କପିଳଙ୍କ ଖେଳ ଦେଖିବେ ଦର୍ଶକ

45

ଏବେ ବଲିଉଡର ପ୍ରଯୋଜକମାନେ ବାୟୋପିକ ଫିଲ୍ମ କରିବାରେ ମନ ବଳାଉଛନ୍ତି । ଆଉ ଗୋଟିଏ ପରେ ଗୋଟିଏ ଜୀବନ ଏମିତି ଧmaxresdefaultରଣର ଫିଲ୍ମ ମଧ୍ୟ କରି ସଫଳତା ପାଉଛନ୍ତି । ଏମିତି ଅନେକ ଖେଳାଳୀଙ୍କ ଜୀବନ କାହାଣୀକୁ ପରଦାରେ ଦର୍ଶକ ଖୁବ୍ ଆପଣେଇଛନ୍ତି । ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଛି ଏହି ବାୟୋପିକ୍ ଫିଲ୍ମ ସବୁ ।

_d891766a-9f63-11e7-a38e-8ee9fe2ac8e7ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ , ୧୯୮୩ର କ୍ରିକେଟ୍ ବିଶ୍ୱକପକୁ ଫିଲ୍ମର ରୂପ ଦିଆଯିବ । ଦର୍ଶକ ଆଉଥରେ ପରଦାରେ ଏହି ଅଭୁଲା ସ୍ମୃତିକୁ ଦେଖିବେ । ପୁଣି ପରଦାରେ ଛକା , ଚଉକାକୁ ଉପଭୋଗ କରିବେ । ଆଉ ନିଜର ପ୍ରିୟ ପୂର୍ବ ଷ୍ଟାର ଖେଳାଳୀଙ୍କର ଖେଳର ଝଲକ ପାଇବେ । ହଁ ଏହି ଫିଲ୍ମରେ ୧୯୮୩ କ୍ରିକେଟ ବିଶ୍ୱକପର ହିରୋ ସାଜିଥିବା କପିଳ ଦେବଙ୍କ ଭୂମିକାରେ ନଜର ଆସିବେ ଅଭିନେତା ଅର୍ଜୁନ କପୁର । ବିଭିନ୍ନ କ୍ରୀଡାବିତଙ୍କ ଉପରେ ଫିଲ୍ମ ତିଆରି କରିବା ଏବେ ବଲିଉଡରେ ଧରାବନ୍ଧା ନିୟମ ହୋଇଗଲାଣି । ଆଉ ଏବେ ଏହି ଲିଷ୍ଟରେ କାହାର ବାୟୋପିକ ନୁହେଁ , ୧୯୮୩ର ବିଶ୍ୱକପ । ଏହି ଫିଲ୍ମର ନାମ ରହିବ ‘ୱଲର୍ଡ କପ୍ ୧୯୮୩’ । କବୀର ଖାନ୍ ଏହି ଫିଲ୍ମଟିକୁ ପ୍ରଯୋଜନା କରିବେ । ଆସନ୍ତା ୨୭ ତାରିଖରେ ଅଫିସିଆଲ ଭାବେ ଏ ସଂପର୍କରେ ଘୋଷଣା ହେବ ।

2017-03-06-1-2ଫିଲ୍ମରେ ଅଧିନାୟକ କପିଳଦେବଙ୍କ ଭୂମିକାକୁ ନେଇ କିଛି ସ୍ପଷ୍ଟ ହୋଇନଥିଲେ ବି ଅର୍ଜୁନ କପୁରଙ୍କ ନାମ ଏହି ଭୂମିକା ପାଇଁ ଶୁଣିବାକୁ ମିଳୁଛି । ଆଉ ମଧ୍ୟ ଏହି ଭୂମିକା ପାଇଁ ହ୍ରିତକ୍ ରୋଶନ ଓ ରଣବୀର ସିଂହଙ୍କ ନାମ ରହିଥିବା ଜଣାଯାଇଛି ।

(ସୌଜନ୍ୟ-ହିନ୍ଦୁସ୍ତାନ ଟାଇମ୍ସ)