ଫିଲ୍ମ ଭଲ ନ ଚାଲିଲେ ଭୟ ଲାଗେ : ସୈଫ୍ ଅଲୀ ଖାନ୍

52

ବଲିଉଡ ଅଭିନେତା ସୈଫ୍ ଅଲୀ ଖାନ୍ ଏବେ ଶୁକ୍ରବାରକୁ ରିଲିଜ ହେଉଥିବା ନିଜର ଫିଲ୍ମ ‘ଶେଫ୍’ ର ପ୍ରମୋଶନରେ ବ୍ୟସ୍ତ । ସେ ନିଜର ଫିଲ୍ମର କାହାଣୀ ଓ କରିଥିବା ଚରିତ୍ରକୁ ନେଇ ଖୁବ୍ ଆଶାବାଦୀ ଅଛନ୍ତି । ନବଭାରତ ଟାଇମ୍ସ ଡଟ୍ କମ୍ ସହ ସ୍ୱତନ୍ତ୍ର କଥାବାର୍ତ୍ତାରେ ସୈଫ କହିଛନ୍ତି ସେ ଏହି ସମୟରେ ନିଜର କ୍ୟାରିୟରର ସବୁଠୁ ଭଲ ସମୟରେ ଅଛନ୍ତି । ବୟସ ହିସାବରେ ଯେଉଁଭଳି କାମ ତାଙ୍କୁ ମିଳୁଛି , ଏହାକୁ ନେଇ ସେ ଖୁବ୍ ସନ୍ତୁଷ୍ଟ ଅଛନ୍ତି । ଆଉ ଯେତେବେଳେ ଫିଲ୍ମ ଚାଲେ ନାହିଁ ଡର ଓ ଅସୁରକ୍ଷିତ ଭାବନା ଆସିଯାଏ ।

ସୈଫ୍ କୁହନ୍ତି, ‘ସମସ୍ତଙ୍କ ଜୀବନରେ ଭିନ୍ନ ଭିନ୍ନ ପ୍ରକାରର ଭୟ ଥାଏ । ମୋର ମଧ୍ୟ ଜୀବନରେ କିଛି ଭୟ ରହିଛି । କିନ୍ତୁ ଆମେ ଯେତେବେଳେ କ୍ୟାମେରା ସାମ୍ନାରେ ଥାଉ ଏସବୁକୁ ଭୁଲି ଭଲ ସଟ୍ ଦେଇଥାଉ । କାମ କରିବା ବେଳେ ଆତ୍ମବିଶ୍ୱାସକୁ ଦୃଢ କରିଥାଉ । ଯେେବେ ଧାରାବାହିକ ଭାବେ ଫିଲ୍ମ ସଫଳ ହୁଏ , ଆତ୍ମବିଶ୍ୱାସ ଅପଣାଛାଏଁ ଆସିଯାଏ । କିନ୍ତୁ ଫିଲ୍ମ ନଚାଲିଲେ , ନିଜକୁ ବୁଝାଇବା ଅସମ୍ଭବ ହୋଇପଡେ ।’

ଏହାସହ ସୈଫ୍ ଆଉ ମଧ୍ୟ କହିଛନ୍ତି ଯେ,’ଜଣେ କଳାକାର ଭାବେ ଏହି ସମୟରେ ମୁଁ ଅଧିକ ଭାବୁଛି ନିଜକୁ କିପରି ଅଧିକ ଦକ୍ଷ କରିଛି । ବର୍ତ୍ତମାନ ସମୟରେ ମୋତେ ଯେଉଁ ଭଳି ଫିଲ୍ମ ସବୁ ଅଫର କରାଯାଉଛି, ମୋ ବୟସ ହିସାବରେ ଏହା ଠିକ୍ ଅଟେ । ଏହି ରୋଲକୁ ନେଇ ମୁଁ ବହୁତ ଖୁସି ।’