ପୁରସ୍କାରକୁ ନେଇ ଅଧିକ ସିରିୟସ ହେବା ଉଚିତ ନୁହେଁ : ରାକେଶ ମେହରା

61

kanganaକିଛିଦିନ ତଳେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏକ ଟିଭି ସାକ୍ଷାତକାରରେ କହିଥିଲେ , ବଲିଉଡ ଫିଲ୍ମର ସବୁ ପୁରସ୍କାର ସମାରୋହ ଫ୍ରଡ୍ ପୁରସ୍କାର ଅଟେ । ପୁରସ୍କାରକୁ ନେଇ କଙ୍ଗନାଙ୍କର ଏହି ଟିପ୍ପଣୀ ପରେ , ପୁଣି ବଲିଉଡର ଏହି ପୁରସ୍କାର ସମାରୋହକୁ ନେଇ ଟିପ୍ପଣୀ ଆରମ୍ଭ ହୋଇଯାଇଛି । ନିକଟରେ ହୋଇଥିବା ଏକ ପୁରସ୍କାର ସମାରୋହରେ ପହଁଚି ପ୍ରଯୋଜକ ରାକେଶ ଓମପ୍ରକାଶ ମେହରା ଦେଇଚନ୍ତି ନିଜର ଏକ ଖୋଲା ମତ । କହିଛନ୍ତି ଯେ, ପୁରସ୍କାରକୁ ନେଇ ଏତେତା ସିରିୟସ ହେବା ଜରୁରୀ ନୁହେଁ । ସେ ଏହା ମାନୁଛନ୍ତି ଯେ ଏବେ ଅନେକ ପୁରସ୍କାର ଉତ୍ସବକୁ କିଛି ବଡ କଂପାନୀମାନେ ପ୍ରାୟୋଜିତ କରୁଛନ୍ତି । ଯାହାର କାରଣରୁ ଏବେ ସମ୍ମାନ ସମାରୋହରେ ଏହା ପ୍ରଥମ କଥା ହୋଇରହିନାହିିଁ ।

rakesh2ମେହରା କହିଛନ୍ତି, ‘ପୁରସ୍କାରକୁ ନେଇ ଆପଣଙ୍କୁ ବହୁତ ସିରିୟସ ହେବା ଜରୁରୀ ନୁହେଁ । କୈାଣସି କାମ ଭଲ ହେଲେ ପ୍ରଶଂସା ମିଳିବା ବା ପ୍ରଶଂସା କରିବା ଭଲ କଥା । ଦୁଭାଗ୍ୟବଶତଃ ଆଜିକାଲି ବହୁତ ପୁରସ୍କାର କିଛି ବଡ କଂପାନୀଙ୍କୁ ଅଥବା ଟିଭି ଚ୍ୟାନେଲ୍ ଦ୍ୱାରା ପ୍ରୟୋଜିତ ହୋଇଥାଏ । ଏହା ଭିତରେ ସେ ପୁରସ୍କାର ଉତ୍ସବ ଅଧିକ ଟିଭି ସୋ’ ଭଳି ହୋଇଯାଇଥାଏ । ମୋ ହିସାବରେ ସବୁଠୁ ବଡ ପୁରସ୍କାର ଦର୍ଶକଙ୍କ ସ୍ନେହ ଓ ଶ୍ରଦ୍ଧା ଅଟେ ।’

ଏହି ମାମଲାରେ କଙ୍ଗନା ରଣାୱତ କହିଥିଲେ, ‘ପୁରସ୍କାର ଫଙ୍କସନ ଏକ ନମ୍ବର ଫ୍ରଡ୍ ଅଟେ । ଆପଣମାନେ ଏହାକୁ ଦେଖ ନାହିଁ । ସବୁ ପୁରସ୍କାର ସମାରୋହରେ ଏକ ପ୍ରକାର ଗ୍ରୁପ୍ କରାଯାଇଥାଏ । ପୁରସ୍କାର ସମାରୋହର ଯିଏ ଅର୍ଗାନାଇଜର , ସେ ଅର୍ଥ ବଂଚାଇବା ଚକ୍କରରେ କଳାକାରଙ୍କୁ ପରଫର୍ମାନ୍ସ ବଦଳରେ ପୁରସ୍କାର ଦେଇଥା’ନ୍ତି । ଏହି ପ୍ରକାରର ଅଦଳ-ବଦଳ ଚାଲେ । ଯିଏ ପୁରସ୍କାର ଉତ୍ସବର ପ୍ରମୁଖ ଅଧିକାରୀ ହୋଇଥା’ନ୍ତି ସେ ଭାବିଥା’ନ୍ତି ପୁରସ୍କାର ତ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ, ତେଣୁ ସେ ଖବରରେ ଥାନ୍ତି । ଆଉ ଏଥିରେ ଯେଉଁ ଲୋକ ତାଙ୍କର ନିକଟତର ଥାନ୍ତି । ସେମାନଙ୍କୁ ପୁରସ୍କାର ମିଳେ । ମୋତେ ଏହି ପୁରସ୍କାର ସମାରୋହ ଭଲ ଲାଗେନି । ମୁଁ ଏହାକୁ ପସନ୍ଦ କରେନି । ’

rakeysh-omprakash-mehraଏବେ ନିଜର ପ୍ରଡକ୍ସନରେ ଅନିଲ୍ କପୁର , ଐଶ୍ୱର୍ଯ୍ୟା ରାୟ ବଚ୍ଚନ , ରାଜକୁମାର ରାଓ ଓ ଦିବ୍ୟା ଦତ୍ତା ଙ୍କୁ ନେଇ ଫିଲ୍ମ ‘ଫନ୍ନେ ଖାନ୍ ’ର କରୁଥିବା ମେହରା କହିଛନ୍ତି , ‘ମୁଁ ‘ଫନ୍ନେ ଖାନ’ ର ନିର୍ମାତା । ଫିଲ୍ମରେ ଖୁବ୍ ଭଲ କାଷ୍ଟିଂ କରିଛିା ଦିବ୍ୟା ଦତ୍ତା ନିକଟରେ ନିଜର ସୁଟିଂର କିଛି ଭାଗ ସାରିଛନ୍ତି । ଫିଲ୍ମକୁ ନୂଆ ନିର୍ଦ୍ଦେଶକ ଅତୁଲ୍ ମଂଜେରେକର ନିର୍ଦ୍ଦେଶନା ଦେଉଛନ୍ତି । ଏବଂ ତାଙ୍କୁ ସର୍ପୋଟ କରୁଛି । ଫିଲ୍ମର କାହାଣୀ ଓ ବିଚାର ପୁରା ଅତୁଲଙ୍କର । ଏହି ଫିଲ୍ମଟି ମୋର ପ୍ରଡକ୍ସନର ଡ୍ରିମ୍ ପ୍ରୋଜେକ୍ଟ ଅଟେ । ଫିଲ୍ମର କାଷ୍ଟିଂ ମଧ୍ୟ ଡ୍ରିମ୍ କାଷ୍ଟିଂ ଅଟେ । ଐଶ୍ୱର୍ଯ୍ୟା ରାଜକୁମାର ରାଓ , ଅନିଲ୍ କପୁର ଓ ଦିବ୍ୟା ଦତ୍ତାଙ୍କ ସହ ଆହୁର ଅନେକ ଜଣାଶୁଣା ଚେହେରା ରହିଛନ୍ତି । ଫିଲ୍ମରେ ସଂଗୀତ ଦେବେ ଅମିତ ତ୍ରିବେଦୀ ଓ ଗୀତ ଲେଖୁଛନ୍ତି ଇର୍ଶାଦ୍ କାମିଲ୍ ।’