ରିଲିଜ ହେଲା ଫିଲ୍ମ ଏମ୍ ଏସ୍ ଧୋନୀ – ଦ ଅନଟୋଲ୍ଡ ଷ୍ଟୋରୀର ଟ୍ରେଲର

47

source -google

ରିଲିଜ ହୋଇଛି ଅପକମିଂ ବାୟୋପିକ ଫିଲ୍ମ ଏମ୍ ଏସ୍ ଧୋନୀ – ଦ ଅନଟୋଲ୍ଡ ଷ୍ଟୋରୀର ଟ୍ରେଲର । ଏହି ଟ୍ରେଲରକୁ ରିଲିଜ କରିଛନ୍ତି ନିଜେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀ । ଫିଲ୍ମଟò ଭାରତୀୟ କ୍ରିକେଟର ଧୋନୀଙ୍କ ଜୀବନୀ ଉପରେ ଆଧାରିତ । ଦିଲ୍ଲୀ, ଜଲନ୍ଧର ଓ ମୁମ୍ବାଇରେ ଟ୍ରେଲରକୁ ରିଲିଜ କରାଯାଇଛି । ଟ୍ରେଲର ରିଲିଜ ପାଇଁ ଫିଲ୍ମ ଟିମ ସହ ନିଜେ ଧୋନୀ ଉପସ୍ଥିତ ଥିଲେ ।

 

ସେପ୍ଟେମ୍ବର ୩୦ରେ ପରଦାକୁ ଆସିବ ଏହି ବାୟୋପିକ ଫିଲ୍ମ । ଏଥିରେ ଧୋନୀଙ୍କ ଚରିତ୍ରରେ ନଜର ଆସିଛନ୍ତି ସୁଶାନ୍ତ ସିଂ ରାଜପୁତ ଏବଂ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି ଅନୁପମ ଖେର, ଭୂମିକା ଚାୱାଲା, କିଆରା ଆଡବାଣୀ ଓ ଦିଶା ପଟାନୀ।