ପରଦାରେ ବାହୁବଳୀ–ଦେବସେନାଙ୍କ ଯୋଡି ନେଇ ଚର୍ଚ୍ଚା : ୟୁଟ୍ୟୁବରେ‘ଦେବସେନା ’ଓ ‘ଭଲ୍ଲାଲଦେବ’ଙ୍କ ରୋମାଣ୍ଟିକ୍ ଦୃଶ୍ୟ ଭାଇରାଲ !

29

ଫିଲ୍ମ ‘ବାହୁବଳୀ -୨’କୁ ଚାରିଆଡୁ ଚର୍ଚ୍ଚା । ଫିଲ୍ମର ଜବରଦସ୍ତ ସଫଳତାରେ ଫିଲ୍ମର ସବୁ ଅଭିନେତା ଓ କ୍ରୁ ମେମ୍ବର ଉତ୍ସାହିତ । ଏହି ଫିଲ୍ମର କଳାକାରଙ୍କୁ ପୁରା ଦେଶରେ ଏହି ଫିଲ୍ମ ମାଧ୍ୟମରେ ଭିନ୍ନ ପରିଚୟ ମିଳିଛି । ସମସ୍ତେ ଦେବସେନା ଭୂମିକାରେ ଅନୁଷ୍କା ସେଟ୍ଟୀ ଓ ବାହୁବଳୀ ଭୂମିକାରେ ପ୍ରଭାସଙ୍କ ଯୋଡିକୁ ପସନ୍ଦ କରିଛନ୍ତି । କିନ୍ତୁ ୟୁଟ୍ୟୁବରେ ଦେବସେନା ଓ ଭଲ୍ଲାଲଦେବଙ୍କ ଏକ ରୋମାଣ୍ଟିକ୍ ଗୀତ ଭାଇରାଲ ହୋଇଛି । ଏହି ଗୀତରେ ଦେବସେନା ଓ ଭଲ୍ଲାଲଦେବ ପରସ୍ପର ଭିତରେ ରୋମାନ୍ସ କରୁଥିବାର ନଜର ଆସୁଛି । କିନ୍ତୁ ଏମିତି କୈାଣସି ଗୀତ ଫିଲ୍ମରେ ଦୃଶ୍ୟାୟନ ହୋଇନାହିଁ । ଏହାକୁ ନେଇ ବାହୁବଳୀ ଫିଲ୍ମର ପ୍ରଶଂସକଙ୍କ ମଧ୍ୟରେ ଖୁବ୍ ଚର୍ଚ୍ଚା ଚାଲିଛି ।

ସୂଚନା ଅନୁସାରେ , ବାହୁବଳୀ ନାମରେ ଅପଲୋଡ ହୋଇଥିବା ଏହି ଭିଡିଓ ବାହୁବଳୀ ଫିଲ୍ମର ନୁହେଁ । ଏକ ଅନ୍ୟ ତେଲୁଗୁ ଫିଲ୍ମ ରୁଦ୍ରମାଦେବୀ ର ଅଟେ । ଏହି ଫିଲ୍ମଟି ୨୦୧୫ରେ ରିଲିଜ ହୋଇଥିଲା । ଏହା ସାଉଥରେ ବହୁତ ହିଟ୍ ଫିଲ୍ମ ଥିଲା । ଆଉ ଏହାକୁ ହିନ୍ଦିରେ ଡବିଂ କରାଯାଇଛି ।

ଦେଖନ୍ତୁ ଏହି ଦେବସେନା- ଭଲ୍ଲାଲଦେବ ମଧ୍ୟରେ ଭାଇରାଲ ଭିଡିଓ –

( ସୌଜନ୍ୟ-ଜନସତ୍ତା ଡଟ୍ କମ୍ )