ପୁଣି ପରଦାରେ ରୋମାନ୍ସ କରିବେ ଶାହାରୁଖ-ଦୀପିକା ! କବୀର ଖାନଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ ଏହି ଯୋଡ଼ି

33

msid-59751519,width-400,resizemode-4,shah-rukh-khan-kabir-khanବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ସହ ଗୋଟିଏ ପରେ ଗୋଟିଏ ଫିଲ୍ମ ‘ଏକ ଥା ଟାଇଗର’, ‘ବଜରଙ୍ଗୀ ଭାଇଜାନ୍’ ଓ ‘ଟ୍ୟୁବଲାଇଟ୍’ ଭଳି ଫିଲ୍ମ କରିଥିବା ନିର୍ଦ୍ଦେଶକ କବୀର ଖାନ୍ , ଆଜି ଏକ ବଡ ବ୍ରାଣ୍ଡ ପାଲଟି ଯାଇଛନ୍ତି । କବୀରଙ୍କ ଏହି ସଫଳତା ସଲମାନ ଖାନଙ୍କ ସହ ଲଗାତାର ହିଟ୍ ଫିଲ୍ମ ଦେବାର ଏକମାତ୍ର କାରଣ । ନବଭାରତ ଟାଇମ୍ସ ଡଟ୍ କମ୍ ସହ କଥାବାର୍ତ୍ତା ବେଳେ କବୀର କହିଥିଲେ ଏହି କଥା ଯେ ସେ ଶାହାରୁଖଙ୍କ ସହ କାମ କରିବାକୁ ଚାହୁଁଛନ୍ତି । ଏବେ ଖବର ମିଳିଛି ଯେ କବୀରଙ୍କର ଏହି ଆଶା ସଫଳ ହେବାକୁ ଯାଉଛି ।

ସୂଚନା ଅନୁସାରେ କବୀର ଏକ ରୋମାଣ୍ଟିକ୍ ଥ୍ରୀଲର ଫିଲ୍ମ ବନାଇବାର ପ୍ରସ୍ତୁତିରେ ଅଛନ୍ତି । ଶାହାରୁଖ ଓ ଦୀପିକା ଦୁଇ ଜଣଙ୍କୁ କବୀରଙ୍କ କାହାଣୀ ପସନ୍ଦ ଆସିଛି ଏବଂ ଏହି ପ୍ରୋଜେକ୍ଟ ପାଇଁ ଶାହାରୁଖ ଓ ଦୀପିକାଙ୍କ ଯୋଡିକୁ ବି ଫାଇନାଲ କରାଯାଇଛି । ସୂଚନା ମୁତାବକ , କବୀରଙ୍କ ଏହି ଫିଲ୍ମର କାଷ୍ଟିଂ କିଛି ଦିନ ଭିତରେ ଆରମ୍ଭ ହେବ । ଫିଲ୍ମରେ ଶାହାରୁଖ ଏବଂ ଦୀପିକାଙ୍କ ବ୍ୟତୀତ ଆଉ ଦୁଇ ହିରୋଇନଙ୍କୁ କାଷ୍ଟ କରାଯିବ । ଯେଉଁଥିରେ ଜଣେ ସାଉଥ୍ ଅଭିନେତ୍ରୀ ହେବେ ଏବଂ ଅନ୍ୟ ଜଣେ ଏକ ଫ୍ରେଶ୍ ଚେହେରାଙ୍କୁ ନିଆଯିବ ।

କବୀରଙ୍କ ଏହି ଫିଲ୍ମର ସୁଟିଂ ୨୦୧୮ମସିହାର ଶେଷ ଆଡକୁ ଆରମ୍ଭ ହେବ । ଶାହାରୁଖଙ୍କ ସହ କାମ କରିବାକୁ ନେଇ ଏକ ପ୍ରଶ୍ନରେ କବୀର କହିଥିଲେ –‘ମୁଁ କବୀରଙ୍କ ସହ ନିଶ୍ଚୟ କାମ କରିବି । ଶାହାରୁଖଙ୍କ ସହ କିଏ କାମ ନକରିବାକୁ ଚାହିଁବ । ଯେଉଁ ଦିନ ଭଲ କାହାଣୀ ଶାହାରୁଖ ଓ ମୋତେ ପସନ୍ଦ ଆସିବ , ସେଦିନ ଆମେ ମିଶି କାମ ଆରମ୍ଭ କରିବୁ ’ । ଇଦ୍ ଅବସରରେ ଆୟୋଜିତ ପ୍ରେସ୍ କନଫରେନ୍ସରେ ଶାହାରୁଖ ମଧ୍ୟ କହିଥିଲେ ଯେ ସେ କବୀରଙ୍କ ସହ କାମ କରିବାକୁ ଚାହାଁନ୍ତି ।