ମୃତ୍ୟୁ ମୁଖରୁ ବଂଚିଗଲେ ‘ଦଙ୍ଗଲ’ ଅଭିନେତ୍ରୀ ଜାୟରା ! ଗୀତା ଫୋଗାଟଙ୍କ ପିଲାବେଳର ଭୂମିକାରେ ନଜର ଆସିଥିଲେ

30

ଅଭିନେତ୍ରୀ ଜାୟରା ୱାସିମ୍ । ଆମିର୍ ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ପ୍ରସିଦ୍ଧ ରେସଲର ଗୀତା ଫୋଗାଟଙ୍କ ପିଲାବେଳର ଅଭିନୟ କରି ରାତାରାତି ଚର୍ଚ୍ଚିତ ପାଲଟିଯାଇଥିଲେ । ସବୁଆଡୁ ମିଳିଥିଲା ପ୍ରଶଂସା । ଏବେ ଏହି ଜାୟରା ମୃତ୍ୟୁ ମୁଖରୁ ବଂଚିଯାଇଛନ୍ତି ।

ଖବର ଅନୁସାରେ, ଜାୟରା ଯାଉଥିବା ଗାଡ଼ିଟି ଡଲ ହ୍ରଦରେ ଖସି ପଡିଥିଲା । ସେଠାର ସ୍ଥାନୀୟ ଲୋକେ ସେହି ହ୍ରଦରୁ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ଜାୟରା ଯେଉଁ ଗାଡିରେ ଯାତ୍ରା କରୁଥିଲେ, ତାଙ୍କ ଡ୍ରାଇଭର ଗାଡିର କଂଟ୍ରୋଲ ହରେଇଥିଲେ । ଫଳରେ ବୁଲିୱର୍ଡ ରୋଡ଼ରେ ଗାଡିଟି ଡଲ ହ୍ରଦରେ ଗଳିପଡିଥିଲା । ଜଣେ ସ୍ଥାନୀୟ ନିବାସୀଙ୍କ କହିବାନୁସାରେ , ସେଠାର ଲୋକ ତୁରନ୍ତ ଘଟଣା ସ୍ଥଳକୁ ଯାଇ , ଅଭିନେତ୍ରୀ ଓ ତାଙ୍କ ସାଥୀଙ୍କୁ ଉଦ୍ଧାର କରିଥିଲେ । ଜାୟରାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ଏବଂ ତାଙ୍କର ସାଥୀଙ୍କୁ କିଛି ଆଘାତ ଲାଗିଛି ।