ପରଦାରେ ନୱାଜୁଦ୍ଦିନଙ୍କ ସହ ନଜର ଆସିବେ ଦଙ୍ଗଲ ଗର୍ଲ !

45

୨୦୧୬ର ସୁପରହିଟ୍ ଫିଲ୍ମ ଥିଲା ଆମୀର ଖାଁଙ୍କ ଅଭିନୀତ ‘ଦଙ୍ଗଲ’ । ଫିଲ୍ମଟି ସୁଟିଂ ହେବା ଠାରୁ ନେଇ ରିଲିଜ ହେବା ପରେ ମଧ୍ୟ ଖୁବ୍ ଚର୍ଚ୍ଚି ସାଜିଥିଲ । ଏହି ଫିଲ୍ମ ଜରିଆରେ ଆମୀର ଯେତିକି ପ୍ରଶଂସା ପାଇଛନ୍ତି , ତାଙ୍କ ଦୁଇ ଝିଅ ଗୀତା ଓ ବବିତା ଫୋଗତ୍ ଭୂମିକାରେ ଥିବା ଫାତିମା ସନା ଶେଖ୍ ଓ ସାନ୍ୟା ମଲ୍ଲହୋତ୍ରାଙ୍କୁ ମଧ୍ୟ ସେତିକି ପରିମାଣରେ ଲୋକପ୍ରିୟତା ମିଳିଛି । ପୁଣି ଏବେ ଫାତିମା ଆମୀରଙ୍କ ସହ ଠଗ୍ ଅଫ୍ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ । ଅନ୍ୟପକ୍ଷରେ ସାନ୍ୟାଙ୍କୁ ମଧ୍ୟ ମିଳିସାରିଛି ତାଙ୍କ ଦ୍ୱିତୀୟ ଫିଲ୍ମର ଅଫର୍ ।

ଆଉ ଏଥିରେ ସେ ବଲିଉଡର ବର୍ତ୍ତମାନର ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକଙ୍କ ବିପକ୍ଷରେ ରହିବେ । ଏହି ଦୁହିଁଙ୍କୁ ନେଇ ନିର୍ମାଣ ହେବାକୁ ଥିବା ଫିଲ୍ମଟି ସଂପୂର୍ଣ୍ଣ ରୂପେ ପ୍ରେମ କାହାଣୀ ଭିତ୍ତିକ ଫିଲ୍ମ ହେବ । ଏହା ନିଶ୍ଚିତ ସିନେ ପ୍ରେମିଙ୍କୁ ଆନନ୍ଦର ଖୋରାକ୍ ଯୋଗାଇବ । ଏପଟେ ଜଣେ ଅନୁଭବୀ କଳାକାର ନୱାଜୁଦ୍ଦିନ ଏବଂ ଆଉ ଗୋଟେ ପଟେ ଦଙ୍ଗଲ ଗର୍ଲର ରୋମାନ୍ସ ଭରା ଅଭିନୟ ।

କାହାଣୀ ଅନୁଯାୟୀ ନାୟିକା ଭୂମିକା ଲାଗି ଅନେକ ଅଡିଶନ ନିଆଯିବା ପରେ ଶେଷରେ ସାନ୍ୟାଙ୍କୁ ଫାଇନାଲ କରାଯାଇଛି । ଏହି ଫିଲ୍ମର ନିଦ୍ଦେର୍ଶନା ଦେବେ ରିତେଶ ବତ୍ରା । ଦ୍ୱିତୀୟ ଥର ନଓାଜଙ୍କ ସହ କାମ କରିବାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ରିତେଶ । ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୈାଣସି ସାର୍ବଜନୀକ ଘୋଷଣା କରାଯାଇନାହିଁ । ତେବେ ଯଦି ସବୁକିଛି ଠିକ୍ ରହେ ତେବେ ଚଳିତବର୍ଷ ଶେଷ ସୁଦ୍ଧା ଏହାର ସୁଟିଂ ଆରମ୍ଭ କରାଯିବ । ପ୍ରଥମଥର ପାଇଁ ଏପରି ଯୋଡିକୁ ଦେଖିବାକୁ ଦର୍ଶକ ନିଶ୍ଚୟ ଉତ୍ସାହିତ ହେବେ ବୋଲି ଆଶା କରାଯାଉଛି ।