ଭିନ୍ନ ଭୂମିକାରେ ପପୁ ପମ୍ ପମ୍ ! ‘ଦିୱାନା ହେଲି ତୋ ପାଇଁ ’ ସିନେମାରେ କରିବେ ଦିୱାନା

74

ବିବାଦୀୟ ପରିସ୍ଥିତିକୁ ନେଇ କିଛିଦିନ ହାତବାନ୍ଧି ବସିବା ପରେ ପପୁ ପମ୍ ପମ୍ ଏବେ ପୂରା ବ୍ୟସ୍ତ । ତାଙ୍କ ହାତରେ ଏବେ ରହିଛି କେତେଗୁଡିଏ ପ୍ରୋଜେକ୍ଟ । ତା’ ମଧ୍ୟରୁ ଗୋଟିଏ ହେଉଛି ‘ଦିୱାନା ହେଲି ତୋ ପାଇଁ ’ । ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ଅଶୋକ କୁମାର ଦାସ ଓ ନିର୍ଦ୍ଦେଶନା ଦେଉଛନ୍ତି ଅଭିନେତା ଶ୍ରୀତମ ଦାସ । ଫିଲ୍ମରେ ପପୁ କମେଡିଆନ୍ ତ ସାଜିବେ କିନ୍ତୁ ବାକି ଫିଲ୍ମଗୁଡିକ ଠାରୁ ସଂପୂର୍ଣ୍ଣ ଭିନ୍ନ ରହିବ ତାଙ୍କ ଭୂମିକା । ଏଥିରେ ସେ ଦୁଇ ନାୟକ ସିଦ୍ଧାନ୍ତ ଓ ନବାଗତ ମୁନ୍ନାଙ୍କ ମାମୁଁ ଭୂମିକା ନିଭାଇବେ ।

ଫିଲ୍ମରେ ସେ ଏପରି ଜଣେ ଛାତ୍ର ଥିବେ ଯିଏ ଶ୍ରେଣୀରେ ପ୍ରତିବର୍ଷ ଫେଲ୍ ହେଉଥିବେ । ଏପରି ଭୂମିକା ସହ ତାଙ୍କ ଡାଏଲଗରେ ବି ଭିନ୍ନତା ରହିଛି । ଅନ୍ୟ କଳାକାରଙ୍କ ମଧ୍ୟରେ ଏହି ଫିଲ୍ମରେ ସିଦ୍ଧାନ୍ତ ,ମୁନ୍ନା ,ରିୟା ,ଗୁଡୁ ଶ୍ରୀତମ ଦାସ ,ଦେବୁ ପଟ୍ଟନାୟକ ଓ ଉଷସୀ ମିଶ୍ର ପ୍ରମୁଖ ଭୂମିକାରେ ନଜର ଆସିବେ ।