ମହମରେ ମିଷ୍ଟର ଇଣ୍ଡିଆ : ତୁଷାଦ୍ ମ୍ୟୁଜିୟମରେ ସ୍ଥାନ ପାଇଲେ ଅନିଲ୍ କପୁର

38

ସିଙ୍ଗାପୁରର ମହମ ମ୍ୟୁଜିୟମ ମ୍ୟାଡାମ୍ ତୁଷାଦ । ବିଶ୍ୱର ଏ ଏମିତି ଏକ ଚର୍ଚ୍ଚିତ ସ୍ଥାନ ଯେଉଁଠି ଆମର ବଲିଉଡ୍ ସେଲିବ୍ରେଟିଙ୍କ ମହମ ପ୍ରତିମୂର୍ତ୍ତି ତିଆରି ହୋଇଛି । ଅମିତାଭ ବଚ୍ଚନ ,ଶାହାରୁଖ ଖାନ୍ , ରିତିକ୍ ରୋଶନ , କୈଟରିନା କୈଫ୍ ,କରିନା କପୁର ,ସଚିନ ତେନ୍ଦୁଲକର ,ଲେଡି ଗାଗା, କିମ କାର୍ଦାଶିୟା ଆଦି ଅନେକଙ୍କ ମହମ ପ୍ରତିମୂର୍ତ୍ତି ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ରହିଛି । ଏବେ ସିଙ୍ଗାପୁରର ଏହି ମ୍ୟୁଜିୟମରେ ସାମିଲ ହୋଇଛି ବଲିଉଡର ଷ୍ଟାଇଲିଷ୍ଟ ହିରୋ ଅନିଲ କପୁରଙ୍କ ମହମ ପ୍ରତିମୂର୍ତ୍ତି ।

ଅନିଲ କପୁର ନିଜର ଏହି ମହମ ପ୍ରତିମୂର୍ତ୍ତି ସହ ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହି ମହମ ପ୍ରତିମୂର୍ତ୍ତି, ଅନିଲ କପୁରଙ୍କ ପରି ଅବିକଳ ସୁଟ୍ ବୁଟ୍ ସହ ସ୍ଥାନିତ ହୋଇଛି । ସିଙ୍ଗାପୁରର ଏହି ମ୍ୟୁଜିୟମରେ ଅମିତାଭ ବଚ୍ଚନ ଓ ଶାହାରୁଖ ଖାନାଙ୍କ ମହମ ପ୍ରତିମୂର୍ତ୍ତି ସ୍ଥାନ ପାଇଛି ।