କାନ୍ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟାଙ୍କ ‘ ରେଡ୍ ଅବତାର’ ! ସମସ୍ତଙ୍କୁ କଲେ ଦିୱାନା

31

୭୦ତମ କାନ ଫିଲ୍ମ ଫେଷ୍ଟିଭାଲ ଏବେ ଚର୍ଚ୍ଚାରେ । ଦୀପିକା ପାଦୁକୋନ ଓ ସୋନମ କପୁରଙ୍କ ଛଡା ଐଶ୍ୱର୍ଯ୍ୟା ରାୟ ସେଠାରେ ବଲିଉଡର ଚମକ ଦେଖାଇଛନ୍ତି । ଐଶ୍ୱର୍ଯ୍ୟା କାନ ସମାରୋହରେ ସାମିଲ ହେବାର ସବୁଠୁ ପୁରୁଣା ବଲିଉଡ୍ ସେଲିବ୍ରେଟି । ଐଶ୍ ୨୦୦୨ରେ କାନ୍ ସମାରୋହରେ ସବୁଠୁ ପ୍ରଥମେ ଅଂଶ ଗ୍ରହଣ କରିଥିଲେ । ଏହି ବର୍ଷ ୨୦୧୭ରେ ମଧ୍ୟ ଐଶ୍ୱର୍ଯ୍ୟାଙ୍କର ଧୁମ୍ ଦେଖିବାକୁ ମିଳିଛି ।

କାନ୍ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ କଂଟେଷ୍ଟ ହିସାବରେ ସବୁଠୁ ଆକର୍ଷଣ ସଂଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ଦେବଦାସ ଅଟେ । ଯାହାକୁ କାନ୍ ରେ ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ଆମନ୍ତ୍ରିତ କରାଯାଇଥିଲା । କାନ୍ ର ଲୋକପ୍ରିୟ ଓ ଏହି ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଫିଲ୍ମକୁ ୨୦ ମେ ରେ ଉପସ୍ଥାପନା କରିଥିଲେ ।