‘ବବି’ ଡିମ୍ପଲଙ୍କର ଫିଲ୍ମ ଥିଲା , ଷ୍ଟାର ମୁଁ ହୋଇଗଲି : ଋଷି କପୁର

44

ବଲିଉଡର ଲୋକପ୍ରିୟ ଓ ମହାନ ଅଭିନେତା ଋଷି କପୁର । ନବଭାରତ ଟାଇମ୍ସକୁ ସାକ୍ଷାତକାରରେ ନିଜ କ୍ୟାରିୟର ଆରମ୍ଭର କଥା ବଖାଣିଛନ୍ତି । ଏହି ଖାସ୍ କଥାବର୍ତ୍ତାରେ ସେ କହିଛନ୍ତି 1441303626raj_bobbyଆରମ୍ଭରେ ଏକ ନାରୀ କେନ୍ଦ୍ରୀକ ଫିଲ୍ମର ଅଂଶ ସେ ପାଲଟିଥିଲେ । ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କ ସହ ଜଣେ ହିରୋ ହିସାବରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ବବି’ । ଯାହାର ସଫଳତା ର ପୁରା ଶ୍ରେୟ ଡିମ୍ପଲଙ୍କୁ ମିଳିବାର ଥିଲା । କିନ୍ତୁ ଡିମ୍ପଲଙ୍କ ବିବାହ ହୋଇଗଲା ଏବଂ ଫିଲ୍ମର ସଫଳତାର ପୁରା ଶ୍ରେୟ ଋଷି କପୁରଙ୍କୁ ମିଳିଥିଲା ଏବଂ ସେ ରାତାରାତି ବଡ ଷ୍ଟାର ପାଲଟିଗଲେ ।

ଆରମ୍ଭରୁ ନାରୀ ପ୍ରଧାନ ଫିଲ୍ମର ଅଂଶ ରହିଥିବା ଋଷି କପୁର କହିଛନ୍ତି, ‘ମହିଳା ପ୍ରଧାନ ଫିଲ୍ମରେ ଯେତେବେଳେ ବି ମୋ ସମୟରେ ତିଆରି ହୋଇଛି , ମୁଁ ସେହି ଫିଲ୍ମରେ ଖୁବ୍ ମନଦେଇ କାମ କରିଛି । ଯେମିତି କି ‘ପ୍ରେମରୋଗ’ , ବିଧବା ବିବାହ ଉପରେ ଆଧାରିତ ଥିଲା । ‘ନଗୀନା’, ‘ଦାମିନୀ’, ‘ତବାୟଫ’, ‘ଏକ ଚାଦର ମୈଲି ସି’, ‘ଚାନ୍ଦନୀ’, ‘ଦୁସରା ଆଦମୀ’ ଭଳି ମହିଳା ପ୍ରଧାନ ଫିଲ୍ମରେ କାମରେ କାମ କରିଛି । ଏହି ସମୟରେ ମୋ ସହ ଯେଉଁମାନେ ଅନ୍ୟ ଅଭିନେତା ଥିଲେ ଧୁମଧଡାକ୍ ଓ ମାରପିଟ୍ ର ଫିଲ୍ମ କରୁଥିଲେ । ମହିଳାଙ୍କୁ ଧ୍ୟାନରେ ରଖି ତିଆରି ହେଉଥିବା ଫିଲ୍ମରେ ସେହି ସମୟରେ ଭାଗ ନେବାକୁ ମୁହଁ ମୋଡୁଥିଲେ । କିନ୍ତୁ ମୁଁ ଏହି ସବୁ ଫିଲ୍ମରେ କାମ କରିଛି । ଯେଉଁଥିରେ ଜଣେ ମହିଳା ଥିଲା ମୁଖ୍ୟ ଭୂମିକାରେ । ’

rishi-kapoor-lead-gettyimages-477631679_730x419ଋଷି କପୁର ପୁଣି କହିଛନ୍ତି , ‘ଜଣେ ହିରୋ ଭାବରେ ମୋର ପ୍ରଥମ ଫିଲ୍ମ ‘ବବି’ ଥିଲା । ଯାହାର କାହାଣୀ ଜଣେ ହିରୋଇନକୁ ଧ୍ୟାନରେ ରଖି ଲେଖାଯାଇଥିଲା । ରାଜକପୁର ସାହେବ ଏକ ଲଭ୍ ଷ୍ଟୋରୀ ତିଆରି କରିବାକୁ ଚାହୁଁଥିଲେ । ଯେଉଁଥିରେ ଝିଅର ମୁଖ୍ୟ ରୋଲ୍ ଥିଲା । ଫିଲ୍ମର ଟାଇଟଲ ମଧ୍ୟ ଝିଅର ନାମରେ ହିଁ ହୋଇଥିଲା । ଏମିତି ହେଲା ‘ବବି’ ରିଲିଜ ହେବା ପରେ ଫିଲ୍ମଟି ସୁପରହିଟ୍ ସାବ୍ୟସ୍ତ ହେଲା । ଡିମ୍ପଲଙ୍କର ବିବାହ ହୋଇଗଲା । ଏବଂ ମୁଁ ପୁରା ଫିଲ୍ମର କ୍ରେଡିଟ୍ ନେଇଥିଲି । ଏହାପରେ ମୁଁ ବଡ ଷ୍ଟାର ବନିଯାଇଥିଲି ।’