ଫିଲ୍ମରେ ନଜର ଆସିବେ ମହିଳା କ୍ରିକେଟର ! ଝୁଲଣ ଗୋସ୍ୱାମୀଙ୍କ ଜୀବନୀକୁ ନେଇ ତିଆରି ହେବ ବାୟୋପିକ୍

69

Biopic-on-former-womens-cricket-team-captain-Jhulan-Goswami-to-be-made-1012x768ପୁଣି ଆଉ ଜଣେ କ୍ରିକେଟରଙ୍କ ତିଆରି ହେବ ବାୟୋପିକ୍ ଫିଲ୍ମ । ମହେନ୍ଦ୍ର ସିଂହ ଧୋନୀ ଓ ସଚିନ ତେନ୍ଦୁଲକରଙ୍କ ଡକୁମେଣ୍ଟାରୀ ଡ୍ରାମା ପରେ ଭାରତର ଏହି ମହିଳା କ୍ରିକେଟରଙ୍କ ଜୀବନୀକୁ ନେଇ ତିଆରି ହେଉଛି ବାୟୋପିକ୍ । ସେ ହେଲେ ଭାରତର ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଝୁଲଣ ଗୋସ୍ୱାମୀ । ୱାନଡେ କ୍ରିକେଟରେ ବିଶ୍ୱର ସବୁଠୁ ଅଧିକ ୱିକେଟ ନେଇଥିବା ମହିଳା ଖେଳାଳୀ ଝୁଲଣ ଗୋସ୍ୱାମୀ । ମଙ୍ଗଳବାର ଦିନ ସେ ମିଡିଆକୁ କହିଛନ୍ତି ଯେ, ତାଙ୍କର ଜୀବନୀ ଉପରେ ବାୟୋପିକ୍ ତିଆରି ହେବ । ଏହି ବାୟୋପିକ୍ ର ନାମ ‘ଚକଦହା ଏକ୍ସପ୍ରେସ୍ ’ ରହିବ ।

Jhulan-Goswami-2ଝୁଲଣ ନଦିଆ ଜିଲ୍ଲାର ଏହି ଚକଦହା ଅଂଚଳର । ଏକ ସମାରୋହରେ ସାମିଲ ହୋଇଥିବା ଝୁଲଣ ସମ୍ବାଦଦାତାଙ୍କୁ ଦେଇଥିବା ସୂଚନାରେ କହିଛନ୍ତି , ‘ମୋତେ ପ୍ରଥମରୁ ବାୟୋପିକ୍ ତିଆରି ପାଇଁ ପ୍ରସ୍ତାବ ମିଳିଥିଲା । ମୋତେ ଲାଗୁଛି ମୋର ବାୟୋପିକ ନିର୍ମିତ ପାଇଁ ଏହା ସଠିକ୍ ସମୟ ଅଟେ ।’

ଝୁଲଣ ଗୋସ୍ୱାମୀଙ୍କର ଭଲ ପ୍ରଦର୍ଶନ ଯୋଗୁଁ ଭାରତ ଆଇସିସି ମହିଳା ବିଶ୍ୱ କପ୍ -୨୦୧୭ର ଫାଇନାଲରେ ପ୍ରବେଶ କରିଥିଲା । କେବଳ ଇଂଲଣ୍ଡରେ ୯ରନରେ ଭାରତକୁ ହାରିବାକୁ ପଡିଥିଲା । ଇଂଲଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ୍ ରେ ଭାରତ ଝୁଲଣ ୩ ୱିକେଟ୍ ନେଇଥିଲେ । ପଶ୍ଚିମ ବଙ୍ଗଳାର ନଦିଆ ଜିଲ୍ଲାର ଏକ ସହର ଚକଦହାରେ ରୁହନ୍ତି । ୱାନଡେ ଇଂଟରନ୍ୟାସନାଲରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ଝୁଲଣଙ୍କ ନାଁରେ ରହିଛି । ସେ ୧୬୪ ମ୍ୟାଚରେ ୧୯୫ଟି ୱିକେଟ୍ ନେଇଛନ୍ତି ।

60748708ଉଲ୍ଲେଖନୀୟ ଯେ, ଆସନ୍ତା ବର୍ଷ ନଭେମ୍ବରରେ ଭାରତୀୟ ମହିଳା କ୍ରିକେଟ ଟିମ୍ ୱଲର୍ଡ ଟି-୨୦ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବେ ଏବଂ ଏହା ପୂର୍ବରୁ ଝୁଲଣଙ୍କର ବାୟୋପିକ୍ ର ନିର୍ମାଣ କାର୍ଯ୍ୟ ପୁରା ହୋଇସାରିଥିବ । ଏହି ବାୟୋପିକକୁ ନେଇ ଝୁଲଣ ଏବେ ଖୁବ୍ ଖୁସି ଅଛନ୍ତି । ଆଉ ମଧ୍ୟ ଝୁଲଣଙ୍କର ଏହି ବାୟୋପିକଟି ଯୁବପିଢିଙ୍କୁ ଅନେକ ପ୍ରେରଣା ଯୋଗାଇବ । ଆଉ ସେମାନଙ୍କୁ ଆଗକୁ ବଢିବାକୁ ସାହାଯ୍ୟ କରିବ ।
(ସୌଜନ୍ୟ- ନବଭାରତ ଟାଇମ୍ସ)