‘ବିଗ୍ ବସ୍’ ର ଚର୍ଚ୍ଚିତ ସେଲିବ୍ରିଟି ଏବେ କରୁଛନ୍ତି କ’ଣ ? ଦିନେ ଥିଲେ ଚର୍ଚ୍ଚାରେ , ହେଲେ ଏବେ ଅଛନ୍ତି କି ପରଦା ଠାରୁ ଦୂରରେ ?

68

ଭାରତର ସବୁଠୁ ଲୋକପ୍ରିୟ ରିଆଲିଟି ସୋ’ ଭାବେ ବିଗ୍ ବସ୍ ଖୁବ୍ ଚର୍ଚ୍ଚିତ ।  ସୋ’ଟି ଆରମ୍ଭ ହେବା ଦିନ ଠାରୁ ବହୁତ ନାଁ କମେଇଛି । ଆଉ ଦର୍ଶକ ଅନେକ ପସନ୍ଦ big bossକରିଛନ୍ତି । ପୁଣି ଏହି ଲୋକପ୍ରିୟ ସୋ’ଟି ସିଜିନ-୧୧ ସହ ଅକ୍ଟୋବର୧ରେ ଫେରିଛି ଛୋଟ ପରଦାକୁ । ଗତ ଦଶ ବର୍ଷ ଧରି ଏକା ସଫଳତାର ସହ ଚାଲିଆସିଛି । ପ୍ରତି ସିଜିନରେ ସେଲିବ୍ରେଟିଙ୍କର ମାହୋଲ ଦେଖିବାକୁ ମିଳିଛି ।

ଏବେ ଆମେ ସିଜିନ୧୧ର କଥା ଆଲୋଚନା ନକରି , ବିଗ୍ ବସ୍ର ପୂର୍ବ ବିଜେତାମାନଙ୍କୁ ମନେପକାଇବା । ସେମାନେ ଦିନେ ଥିଲେ ଏହି ସୋ’ର ଚର୍ଚ୍ଚିତ ଚେହେରା । ସେମାନଙ୍କର ରିଲ୍ ଓ ରିୟଲ ଲାଇଫକୁ ନେଇ ଥିଲେ ଖବରର ଶିରୋନାମାରେ । ଏବେ ସେହି ପୂର୍ବ ବିଜେତାମାନେ କେଉଁଠି ଅଛନ୍ତି । ଆଉ କଣ କରୁଛନ୍ତି , ଆସନ୍ତୁ ସେମାନଙ୍କୁ ପୁଣିଥରେ ଜାଣିବା –

rahul--ରାହୁଲ ରାୟ – ଆଶିକ୍ ହିରୋ ଭାବେ ବହୁତ ନାଁ କମେଇଛନ୍ତି ଓ ଲୋକପ୍ରିୟତା ହାସଲ କରିଛନ୍ତି ଅଭିନେତା ରାହୁଲ ରାୟ । ଆକ୍ଟର , ପ୍ରଡ୍ୟୁସର ଓ ପୂର୍ବତନ ମଡେଲ ଭାବେ ଖୁବ୍ ଖ୍ୟାତି ଅର୍ଜନ କରିଛନ୍ତି । ବ୍ଲକବଷ୍ଟର ଫିଲ୍ମ ଆଶିକ୍ ହିଁ ତାଙ୍କୁ ବହୁତ ସଫଳତା ଦେଇଥିଲା । ବିଗବସ୍ ସିଜିନ-୧ ର ବିଜେତା ଥିଲେ ଅଭିନେତା ରାହୁଲ ରାୟ । ଆଉ ଏହାକୁ ହୋଷ୍ଟ କରିଥିଲେ ଅଭିନେତା ଆର୍ଶଦ ୱାରସି । ବିଗବସ୍ ହାଉସରେ ରାଖି ସାୱନ୍ତଙ୍କ ଭଳି ଡ୍ରାମା କ୍ୱିନ୍ ଙ୍କ ସହ ରାହୁଲଙ୍କ ଶାନ୍ତ ଓ ରଚନାତ୍ମକ ବ୍ୟବହାର ଦର୍ଶକଙ୍କୁ ପ୍ରଥମ ବିଜେତା ଭାବେ ଚୟନ କରିବାକୁ ଆକର୍ଷିତ କରିଥିଲା । ସେ ବର୍ତ୍ତମାନ ଜଣେ ଫିଲ୍ମ ପ୍ରଡ୍ୟୁସର ।

ଆଶୁତୋashutoshଷ କୈାଶିକ୍ – ‘ବିଗ୍ ବସ୍ ’ ସିଜିନ-୨ର ବିଜେତା ଥିଲେ ଆଶୁତୋଷ କୈାଶିକ୍ । ୨୦୦୮ ମସିହାରେ ଅନେକ ନାଁ କମେଇଥିଲେ ଏଥିରେ ସାମିଲ ହୋଇ । ଆଶୁତୋଷ ଜଣେ ମଡେଲ-କମ୍ ଆକ୍ଟର । ସେ ଏମଟିଭିର ସିଜିନ-୮ ହିରୋ ହୁଣ୍ଡା ରୋଡିଜରେ ଭାଗ ଅନେକ ପ୍ରଶଂସକ ତିଆରି କରିପାରିଥିଲେ । ସେ ବର୍ତ୍ତମାନ ଫିଲ୍ମରେ ଅଭିନୟ ଜାରି ରଖିଛନ୍ତି । ୨୦୧୬ରେ ଚଲ୍ ଯା ବାପୁ ଫିଲ୍ମରେ ନଜର ଆସିଥିଲେ ।

binduବିିନ୍ଦୁ ଦାରା ସିଂହ – ୨୦୦୯ରେ ବିଗ୍ ବସ୍ ର ସିଜିନ-୩ ଥିଲା । ଏହାର ବିଜେତା ହୋଇଥିଲେ ବିନ୍ଦୁ ଦାରା ସିଂହ । ଏଥିରେ ସଫଳତା ହାସଲ କଲାପରେ ସେ ଫିଲ୍ମରେ ଛୋଟ ଛୋଟ ଅଭିନୟ କରିଥିଲେ । ହାଉସ୍ ଫୁଲ୍ , ସନ୍ ଅଫ୍ ସର୍ଦ୍ଦାର ଆଦି ଫିଲ୍ମରେ ନଜର ଆସିଥିଲେ ଏବଂ ଛୋଟ ପରାଦରେ ମଧ୍ୟ କିଛି ସୋ’ କରିଥିଲେ । ୨୦୧୩ ମସିହାରେ ବିନ୍ଦୁ ଆଇପିଏଲ୍ ବେଟିଂ ସ୍କାଣ୍ଡାଲରେ ଧରାପଡିଥିଲେ । ଯାହା ତାଙ୍କୁ ବହୁତ ବଡ ଝଟକା ଦେଇଥିଲା । ସେ ପରେ ଜାତ୍ ଜେମ୍ସ , ଫେମସ ହୋ ଗୟା ଆଦି ଫିଲ୍ମରେ କାମ କରିଥିଲେ । ବର୍ତ୍ତମାନ ବିନ୍ଦୁ ହେଲୋ ଡାର୍ଲିଂ ନାମକ ହିନ୍ଦୀ ନାଟକରେ ଭାଗ ନେଉଛନ୍ତି।

swetaଶ୍ୱେତା ତିୱାରୀ – ବିଗବସ୍ ସିଜିନ-୪ରେ କିଛି ଭିନ୍ନ ଦେଖିବାକୁ ମିଳିଥିଲା । ଆଉ ଏକ ପରିବର୍ତ୍ତନ ଆଣିଥିଲା । କାରଣ ପ୍ରଥମଥର ପାଇଁ ଜଣେ ମହିଳା ବିଜେତା ଭାବେ ଘୋଷିତ ହୋଇଥିଲେ । ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ବିଗ ବସ୍ ସିଜିନ-୪ର ହୋଇଥିଲେ ବିଜେତା । ବିଗ୍ ବସରେ ଜିତାପଟ ମାରିବା ପରେ ଶ୍ୱେତା ଏକ ଡ୍ୟାନ୍ସ ରିଆଲିଟି ସୋ’ ‘ଝଲକ ଦିଖଲା ଯା’ ରେ ଅଂଶ ଗ୍ରହଣ କରିଥିଲେ । ସେ ନିଜର ବୟଫ୍ରେଣ୍ଡ ଅଭିନବ କୋହଲିଙ୍କୁ ବିବହା କରିଥିଲେ । ବର୍ତ୍ତମାନ ସେ ନିଜ କ୍ୟାରିୟରରେ ବ୍ରେକ୍ ଲଗେଇ ନିଜର ଛୋଟ ଶିଶୁର ଯତ୍ନ ପାଇଁ ସମୟ ଦେଇଛନ୍ତି।

juhiଜୁହି ପାରମର – ଟିଭି କଳାକାର ଓ ଆଙ୍କର ଜୁହି ପାରମର ୨୦୧୧ରେ ବିଗ ବସ୍ ସିଜିନ୍-୫ର ବିଜେତା ହୋଇଥିଲେ । ଜୁହି ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ କୁମକୁମ୍-ଏକ୍ ପ୍ୟାରା ସା ବନ୍ଧନରେ ଅଭିନୟ କରି । ସେ ବିଗ ବସ୍  ଜିତିବା ପରେ ଆଉ କୈାଣସି ପ୍ରୋଜେକ୍ଟରେ ଭ।ଗ ନେଇନଥିଲେ । ନିଜର ପରିବାର ସହ ସମୟ ବିତାଇବାକୁ ସ୍ଥିର କରିଥିଲେ । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ , ଏବେ ଜୁହି ଟିଭି ଆଙ୍କର ସଚିନ୍ ଶ୍ରଫ୍ ଙ୍କ ସହ ୮ବର୍ଷର ବୈବାହିକ ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଉଛନ୍ତି ।

urbashiଉର୍ବଶୀ ଢୋଲାକିଆ – ଟିଭି ସିରିଏଲ୍ ‘କସୈାଟି ଜିନ୍ଦେଗୀ କ୍ୟା’ ଟିଭି ସିରିଏଲର କାମୋଲିକା ନାଁରେ ଜଣାଶୁଣା ଥିଲେ ଉର୍ବଶୀ । ଏହି ସିରିଏଲ ତାଙ୍କ ଦେଇଥିଲା ନୂଆ ପରିଚୟ । ବିଗ୍ ବସ୍ ସିଜିନ୍ -୬ର ବିଜେତା ସାଜିଥିଲେ ଉର୍ବଶୀ । ଆଉ ଏହାର ହୋଷ୍ଟରେ ଥିଲେ ବଲିଉଡ ଅଭିନେତା ସଲମାନ ଖାନ୍ । ବିଗ ବସ୍ ଜିତିବା ପରେ ସେ ଇଣ୍ଡଷ୍ଟ୍ରୀରୁ ବ୍ରେକ୍ ନେଇଥିଲେ । ଉର୍ବଶୀ ବର୍ତ୍ତମାନ ଟିଭି ସିରିଏଲ ଚନ୍ଦ୍ରକାନ୍ତାରେ ରାଣୀ ଇରାବତୀ ଭୂମିକାରେ ଅଭିନୟ ଜାରି ରଖିଛନ୍ତି ।

gouhraଗୈାହାର ଖାନ୍ – ୨୦୧୩ରେ ବିଗବସର ସିଜିନ-୭ର ବିଜେତା ଥିଲେ ଅଭିନେତ୍ରୀ ଗୈାହାର ଖାନ୍ । ସେ ଫିଲ୍ମ ଇସ୍କଜାଦେବେଗମ୍ ଜାନ୍ ରେ ଅଭିନୟ କରିଥିଲେ । ନିକଟରେ ଗୈାହାର ନୂଆ ପଂଜାବୀ ମ୍ୟୁଜିକ୍ ଭିଡିଓ ବି-ପ୍ରାକ୍ ‘ବେୱାଫାଇ ’ରେ ନଜର ଆସିଛନ୍ତି ।

goutamଗୈାତମ ଗୁଲାଟି – ୨୦୧୪ ମସିହାରେ ବିଗବସ୍ ସିଜିନ-୮ରେ ବିଜେତା ହୋଇଥିଲେ ଗୈାତମ ଗୁଲାଟି । ଏହାକୁ ଜିତିବା ପରେ ‘ଦିୟା ଔର୍ ବାଟି ହମ୍’ ଅଭିନେତା ଫିଲ୍ମ ଆଜହର ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ । ଫିଲ୍ମ ‘ବେହେନ୍ ହୋଗି ତେରି’ରେ ରାଜକୁମାର ରାଓ ଓ ଶ୍ରୁତି ହାସନଙ୍କ ବିପକ୍ଷରେ ଗୈାତମ ଅଭିନୟ କରିଥିଲେ ।

prince narulaପ୍ରିନ୍ସ ନାରୁଲା – ବିଗବସ୍ ସିଜିନ୍-୯କୁ ଜିତିଥିଲେ ପ୍ରିନ୍ସ ନରୁଲା । ବିଗବସକୁ ଆସିବା ପୂର୍ବରୁ ପ୍ରିନ୍ସ ଜିତିଥିଲେ ରୋଡିଜ୍ ସିଜିନ୍ ଏକ୍ସ୨ସ୍ପିଲତଭିଲା ସିଜିନ୍ -୮ । ବିଗବସ୍ ପରେ , ପ୍ରିନ୍ସ ଟିଭି ସିରିଜ୍ ‘ବଡୋ ବାହୋ’ରେ ଡେବ୍ୟୁ କରିଥିଲେ । ସେ ମଧ୍ୟ ସୋ’ ସ୍କ୍ୱାଡ୍ରାନ୍ ରେ ରଣବିଜୟ ସିଂହଙ୍କ ସହ ଭାଗ ନେଇଥିଲେ ।

manveerମନଭୀର୍ ଗୁରଜାର – ମନଭୀର ଗୁରଜାର୍ ବିଗବସ୍ ସିଜିନ୍-୧୦ର ବିଜେତା ସାଜିଥିଲେ । ସେ ବିଗବସ୍ ହାଉସରେ ଜଣେ ସାଧାରଣ ଲୋକଭାବେ ପ୍ରବେଶ କରିଥିଲେ । ଆଉ ସୋ’ର ଥିମ୍ ଥିଲା ଆମ୍ ଆଦମି ଭର୍ସେସ୍ ସେଲିବ୍ରିଟିଜ୍ । ସେ ଉଭୟ ଜନତା ଓ ସେଲିବ୍ରେଟିଙ୍କର ସମର୍ଥନକୁ ଜିତିପାରିଥିଲେ । ଯାହାକି ତାଙ୍କୁ ଏହି ସୋ’ରେ ଜିତିବାରେ ସାହାଯ୍ୟ କରିଥିଲା । ଏହାପରେ ମନଭୀର ‘ଖତରୋଁ କେ ଖିଲାଡୀ ସିଜିନ୍ -୮’ରେ ଅଂଶ ଗ୍ରହଣ କରିଥିଲେ ।

ବିଗବସ୍ ର ସିଜିନ ପରେ ସିଜିନ ବିତିଚାଲିଛି । ଆଉ ଏହା ସହ ନୂଆ ନୂଆ ବିଜେତା ମଧ୍ୟ ବାହାରିଛନ୍ତି । ସମୟ ସହ ତାଳ ଦେଇ ସେମାନେ ଦର୍ଶକଙ୍କୁ ନିଜର କରିସ୍କା ଦେଖେଇଛନ୍ତି । କିଏ ଇଣ୍ଡଷ୍ଟ୍ରୀରେ ନିଜର ଅଭିନୟକୁ ଜାରି ରଖିଛନ୍ତି ତ ଆଉ କିଏ ନିଜର ପରିବାର ପାଇଁ ଗ୍ଲାମରକୁ ବାଏ ବାଏ କରିଛନ୍ତି।

( ସୌଜନ୍ୟ-ଦ କ୍ୱିଣ୍ଟ)