ବିଗ ବସର ଗୋଟିଏ ଏପିସୋଡ ପାଇଁ ୧୧ କୋଟି ନେଉଛନ୍ତି ସଲମାନ !

26

ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ବିଗ ବସ୍ । ଯେବେଠାରୁ ଏକା ସ୍ଥିର ହୋଇଛି ଯେ ସଲମାନ ଖାନ୍ ବିଗ ବସ୍ ର ୧୧ତମ ସିଜିନର ହୋଷ୍ଟ କରିବେ , ସେବେ ଠାରୁ ତାଙ୍କର ଫିସ୍ କୁ salman-khan-charging-rs-11-crores-per-episode-for-bigg-boss-111400-1506511609_1100x513ନେଇ ଖୁବ୍ ଆଲୋଚନା ଚାଲିଛି । ଗତ ବର୍ଷ ଏହି ଖବର ମଧ୍ୟ ଥିଲା ଯେ ପଇସାକୁ ନେଇ ସଲମାନ ଏହି ସୋ’ ଛାଡିବାକୁ ଥିଲେ । ନିକଟରେ ଏମିତି ଖବର ଆସିଥିଲା କି ସଲମାନ ଏହି ସୋ’ ର ପ୍ରତି ଏପିସୋଡ୍ ପାଇଁ ୧୧ କୋଟି ଟଙ୍କା ନେଉଛନ୍ତି ।

ବିଗବସ୍ ୧୧ତମ ସିଜିନର ଲଂଚରେ ଯେତେବେଳେ ରାଜ ନାୟକଙ୍କୁ ଏହି ପ୍ରଶ୍ନ ପଚରାଗଲା ସେ କହିଥିଲେ , ‘ଏତେ ଶସ୍ତାରେ ସଲମାନ ମିଳିବେ ନାହିଁ ।’ସୂଚନା ଯେ ଏହି ସୋ’ର ୧୦ଟାରୁ ୮ଟି ସୋ’ରେ ସଲମାନ ହୋଷ୍ଟ କରିଛନ୍ତି । ସଲମାନ ଏହି ସୋ’କୁ ସବୁଠୁ କଠିନ ସୋ’ ମଧ୍ୟରୁ ଗୋଟିଏ ମାନନ୍ତି । ସଲମାନଙ୍କ ବିଶ୍ୱାସ କରନ୍ତି ଯେ, ପ୍ରଥମ ଥରରେ ବାହାର ହୋଇଥିବା ଲୋକଙ୍କ ପାଇଁ ବହୁତ ମନ୍ଦ ହୋଇଥାଏ । ସେ କୁହନ୍ତି , ‘ମୋତେ ଲାଗେ କି ପ୍ରଥମ ଏଲିମିନେଶନ ବହୁତ ଅନୁଚିତ ଅଟେ । କାରଣ ସେମାନେ ପରସ୍ପରକୁ ଜାଣିବାକୁ ଚେଷ୍ଟା କଲାବେଳକୁ ସୋ’ରୁ ବାହାର ହୋଇଯା’ନ୍ତି । ଉଭୟଙ୍କ ଭିତରେ ଆଜଷ୍ଟ କରିବାକୁ ବି ସୁଯୋଗ ମିଳିନଥାଏ ।’

salmanବିଗ ବସର ୧୧ତମ ସିଜିଜର ଆରମ୍ଭ ଅକ୍ଟୋବର ୧ରେ ହେବାକୁ ଯାଉଛି । ଏହିଥର ଏହି ସୋ’ର ଥିମ୍ ପଡୋଶୀଙ୍କ ଉପରେ ଆଧାରିତ ଅଟେ । ଏହି ସୋ’ରେ ପ୍ରତିଯୋଗୀଙ୍କ ରୂପରେ ହିନା ଖାନ୍ , ଶିଳ୍ପା ଶିନ୍ଦେ, ବିକ୍ରାନ୍ତ ସିଂହ ରାଜପୁତ ଓ ଗୈାରବ ଗେରାଙ୍କ ଆଦି ନାଁ ଚର୍ଚ୍ଚାରେ । ଏବେ ବିଗବସ୍ ପ୍ରଶଂସକମାନଙ୍କର ଅପେକ୍ଷା ୧୧ତମ ସିଜିନଟି କେତେ ରୋଚକ ହେଉଛି । ଆଉ ସଲମାନ ନିଜର ଏଇ ପ୍ରାଇସ୍ କୁ ନେଇ କଣ ବୁଝାମଣା କରୁଛନ୍ତି ।