‘ବାହୁବଳୀ’ ପରେ ବାହୁବଳୀଙ୍କ ବଢିଲା କ୍ରେଜ୍ ! ନିଜର ପ୍ରାଇସ୍ ବଢାଇଲେ ପ୍ରଭାସ୍

51

‘ବାହୁବଳୀ ୨’ ର ସଫଳତା ପରେ ପ୍ରଭାସ କେବଳ ସୁପରଷ୍ଟାର ହୋଇନାହାଁନ୍ତି , ତାଙ୍କୁ ଏବେ ସଫଳ ଫିଲ୍ମର ମନ୍ତ୍ର ବୋଲି କୁହାଗଲାଣି । ବକ୍ସ ଅଫିସରେ ‘ବାହୁବଳୀ ’ର ଜଲୱା ରହିବା ସହ ବାସ୍ତବ ଜୀବନରେ ବି ପ୍ରଭାସ ବାହୁବଳୀ ହୋଇଗଲେଣି ।

ଏବେ ନିର୍ମାତା-ନିର୍ଦ୍ଦେଶକମାନେ ପ୍ରଭାସଙ୍କୁ ନିଜ ନିଜର ଫିଲ୍ମରେ ନେବାକୁ ଲାଇନ ଲଗେଇଲେଣି । ଏଣୁ ବାହୁବଳୀରୁ ପ୍ରଭାସଙ୍କୁ ଏକ ଜବରଦସ୍ତ ଫାଇଦା ମିଳିଛି । ହେଲେ ମିଳିଥିବା ସୂଚନା ଅନୁସାରେ ପ୍ରଭାସ ଏବେ ନିଜର ପ୍ରାଇସ୍ ବଢାଇ ଦେଇଛନ୍ତି । ବାହୁବଳୀରେ ପ୍ରଭାସଙ୍କୁ ୨୫ କୋଟି ମିଳିଥିଲା । ଏବେ କିନ୍ତୁ ସେ ଫିଲ୍ମ ପାଇଁ ୩୦ କୋଟି ଫିସ୍ ଲାଗୁକରିଛନ୍ତି ।

ପ୍ରଭାସ ବି ଖୁବ୍ ପରିଶ୍ରମ କରିଛନ୍ତି । ୫ ବର୍ଷ ବାହୁବଳୀ ପାଇଁ ଦେଇଛନ୍ତି । ଅନ୍ୟ କୈାଣସି ପ୍ରୋଜେକ୍ଟରେ କାମ କରିନାହାଁନ୍ତି । ଏବେ ବାହୁବଳୀର ଲୋକପ୍ରିୟତାକୁ ନେଇ ପ୍ରଭାସ ନିଜର ପ୍ରାଇସ ବଢାଇବା ନିଶ୍ଚିତ ଉଚିତ ହୋଇଛି ବୋଲି ଅନେକ କହୁଛନ୍ତି ।