ସ୍ୱଚ୍ଛତାକୁ ନେଇ ସଚେତନତାର ବାର୍ତ୍ତା ଦେଲେ ବାହୁବଳୀ : ସୋସିଆଲ ମିଡିଆରେ ପ୍ରଭାସଙ୍କ ସ୍ୱଚ୍ଛ ଭାରତ ଅଭିଯାନର ଆହ୍ୱାନ

48

କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ ଜୟନ୍ତି ଏବେ ନିକଟରେ । ଏହାକୁ ଧ୍ୟାନ ରଖି ‘ବାହୁବଳୀ’ ଅଭିନେତା ପ୍ରଭାସ ସୋସିଆଲ ମିଡିଆରେ ନିଜର ଭାବନା ବ୍ୟକ୍ତ କରିଛନ୍ତି । ଏହି ଅଭିନେତା ସ୍ୱଚ୍ଛ ଭାpravasରତ ଅଭିଯାନରେ ନିଜର ବିଚାରକୁ ଉପସ୍ଥାପିତ କରି ଫେସବୁକର ସାହାର ନେଇଛନ୍ତି । ଆଉ ଏଥିରେ ଏକ ବାର୍ତ୍ତା ନିଜର ବନ୍ଧୁ ଓ ପ୍ରଶଂସକମାନଙ୍କୁ ଦେଇଛନ୍ତି । ବାହୁବଳୀର ଏକ ଦମଦାର ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିତଥିବା ପ୍ରଭାସ ନିଜର ପ୍ରଶଂସକଙ୍କ ମଧ୍ୟରେ ନିଜର ମନର କଥା ବାଂଟିବାକୁ ଯାଇ ସ୍ୱଚ୍ଛତା ଅଭିଯାନର ବାର୍ତ୍ତା ଘୋଷଣା କରିଛନ୍ତି ।

pravas-1ସୋସିଆଲ ମିଡିଆରେ ନିଜର ବିଚାର ଓ ମତକୁ ଉପସ୍ଥାପିତ କରି ପ୍ରଭାସ ଲେଖିଛନ୍ତି, ‘ ମୋର ସବୁ ପ୍ରଶଂସକ, ଏବେ ଆମେ ଏହି ମହତ୍ତ୍ୱପୂର୍ଣ୍ଣ ଦିନ ଅର୍ଥାତ୍ ମହାତ୍ମା ଗାନ୍ଧୀ ଜୟନ୍ତୀର ପାଖାପାଖି ପହଁଚି ଯାଇଛେ , ଯିଏ ସବୁବେଳେ ସ୍ୱଚ୍ଛତା ପାଇଁ ପ୍ରୟାସ କରିଥିଲେ । ଏଣୁ ଏପରି ଏକ ମହତ ସ୍ୱଚ୍ଛ ଭାରତ ଅଭିଯାନ ସହ ଭାରତକୁ ସ୍ୱଚ୍ଛ କରିବା ପାଇଁ ଏହି କାମକୁ ମୁଁ ପ୍ରସାର କରିବାକୁ ଚାହୁଁଛି ।

ଅଭିନେତା ପ୍ରଭାସ ଆଉ ମଧ୍ୟ ଲେଖିଛନ୍ତି , ‘ମୋର ଦେଶକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା କେବଳ ନାଗରିକ ହିସାବରେ ମୋର କର୍ତ୍ତବ୍ୟ ନୁହେଁ , ଏହା ମୋର ଏକ ଅଭ୍ୟାସ ମଧ୍ୟ । ସେମାନେ ସମସ୍ତେ , ଯେଉଁମାନେ ମୋ ଭଳି ଭାବୁଛନ୍ତି. ଆମକୁ ଏପରି ଏକ ସ୍ୱଚ୍ଛ ଭାରତ ପାଇଁ ନିଜର ପୁରା ଚେଷ୍ଟା ଜାରି ରଖିବା ଉଚିତ୍ । ଆମର ଦେସ ନିଶ୍ଚିତ ରୂପରେ ପୂର୍ବାପେକ୍ଷା ଅଧିକ ସୁନ୍ଦର ହେବ । ଜୟ ହିନ୍ଦ । ’ ଭାରତର ସବୁଠୁ ବଡ ବ୍ଲକବଷ୍ଟର ‘ବାହୁବଳୀ : ଦ କନକ୍ଲୁଜନ୍’ ଦେବା ପରେ ପ୍ରଭାସ ଏବେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ତ୍ରିଭାଷୀ ଫିଲ୍ମ ଆକ୍ସନ ପ୍ୟାକ୍ ‘ସାହୋ’ ରେ ନଜର ଆସିବେ ।