ସଫଳତାର ଶୀର୍ଷରେ ଅନୁଷ୍କା ! ଯୋଗ ପ୍ରଶିକ୍ଷଣରୁ ଅଭିନୟ

56

Anushka-Shetty‘ବାହୁବଳୀ ୨’ ଯେବେଠାରୁ ରିଲିଜ ହୋଇଛି , ସେବେଠାରୁ ପ୍ରତିଦିନ ନୂଆ ରେକର୍ଡ କରିବାରେ ଲାଗିଛି । ଏହି ଫିଲ୍ମ ପରେ ଫିଲ୍ମର ଷ୍ଟାରକାଷ୍ଟଙ୍କ ଷ୍ଟାରଡମ୍ ବଢି ଯାଇଛି । ‘ବାହୁବଳୀ’ ପ୍ରଭାସଙ୍କୁ ଜଣେ ଅନ୍ତର୍ଜାତୀୟ ଷ୍ଟାରର ଖ୍ୟାତି ଆଣିଦେଇଛି । ଫିଲ୍ମରେ ତାଙ୍କ ବ୍ୟତୀତ ଆଉ ଜଣକ ଅଭିନୟ ବି ଖୁବ୍ ପ୍ରଶଂସନୀୟ ହୋଇଛି । ସେ ହେଉଛନ୍ତି ‘ଦେବସେନା’ ଭୂମିକାରେ ଥିବା ଅନୁଷ୍କା ସେଟ୍ଟୀ । ଅନୁଷ୍କାଙ୍କ ଅଭୁଲା ଅଭିନୟ ତାଙ୍କୁ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ଲେଡି ସୁପରଷ୍ଟାର କରିଛି । ହେଲେ ବହୁତ କମ୍ ଲୋକ ଜାଣିଥିବେ ଯେ ଅନୁଷ୍କାଙ୍କ ପରିବାର ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ନୁହେଁ ।

ଅନୁଷ୍କା ମାଙ୍ଗାଲୋରରେ ଜଣେ ଯୋଗ ପ୍ରଶିକ୍ଷକ ଭାବେ କାମ କରୁଥିଲେ । ତାଙ୍କ ସୁନ୍ଦର ଚେହେରା ଓ ଉଚ୍ଚତାକୁ ଦେଖି ଜଣେ ନିର୍ଦ୍ଦେଶକ ତାଙ୍କୁ ଫିଲ୍ମ ଅଫର ଦେଇଥିଲେ । ୨୦୦୫ରେ ‘ସୁପର’ ଚଳଚିତ୍ରରୁ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ସେବେଠାରୁ ସେ ଲକ୍ଷ ଲକ୍ଷ ସିନେ ପ୍ରେମୀଙ୍କ ହୃଦୟରେ ରହିଯାଇଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ – ସୁଟିଂ ସେଟକୁ କାହିଁକି ଆସିଲେ ପତ୍ନୀ ! ଚମକି ପଡିଲେ ସୁନୀଲ ସେଟ୍ଟୀ