ସ୍ମାର୍ଟଫୋନ ବ୍ୟବହାର କରିବେନି ହଲିଉଡ଼ ଅଭିନେତ୍ରୀ! ଜାଣନ୍ତୁ କାହିଁକି ?

38

ସ୍ମାର୍ଟଫୋନ ଦ୍ୱାରା ଖରାପ ପ୍ରଭାବ ଆମର ସ୍ୱାସ୍ଥ୍ୟ ଉପରେ ପଡୁଥିବାର ସମସ୍ତେ ଜାଣିଛେ । ହେଲେ ଏମିତି ଅଳ୍ପ ଅଛନ୍ତି ଯିଏକି ସ୍ମାର୍ଟଫୋନ ଠାରୁ ଦୂରରେ ଅଛନ୍ତି । ଏବେ ଜଣେ ପ୍ରସିଦ୍ଧ ହଲିଉଡ଼ ଅଭିନେତ୍ରୀ ଏପରି ପଦକ୍ଷେପ ଉଠାଇଛନ୍ତି । ହଲିଉଡ଼ର ଅଭିନେତ୍ରୀ ଅମାଣ୍ଡଲା ଷ୍ଟେନବର୍ଗ ନିଜର ମାନସିକ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ଆଇଫୋନ୍ ବ୍ୟବହାରକୁ ବନ୍ଦ କରିଦେଇଛନ୍ତି । ଏହା ଦ୍ୱାରା ସେ ଅନ୍ୟମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିଛନ୍ତି ।

୧୮ ବର୍ଷୀୟ ଏହି ଅଭିନେତ୍ରୀ ସ୍ୱୀକାର କରିଛନ୍ତି ଯେ, ସେ ଇଣ୍ଟରନେଟରେ ସଂଯୁକ୍ତ ରହିବା ଭଳି ସ୍ମାର୍ଟଫୋନ୍ ଆଉ ବ୍ୟବହାର କରିବେ ନାହିଁ । ସାମାଜିକ ଗଣମାଧ୍ୟମରେ ନିରନ୍ତର ସଂପର୍କ ରଖିବା ଦ୍ୱାରା ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡୁଥିବାରୁ ସେ ଅନୁଭବ କରୁଛନ୍ତି ।

ଷ୍ଟେନବର୍ଗ ଏକ ସାକ୍ଷାତକାରରେ ଟିନ୍ ଭୋଗ୍ ମାଗାଜିନକୁ କହିଛନ୍ତି ଯେ, ‘ବର୍ତ୍ତମାନ ସମଗ୍ର ବିଶ୍ୱରେ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ସଚେତନ । ପ୍ରତ୍ୟେକ ଚାହାଁନ୍ତି ମାନସିକ ଶାନ୍ତି ବଜାୟ ରଖିବା ପାଇଁ । ଏହାଦ୍ୱାରା କେତେକାଂଶରେ ପରିବର୍ତ୍ତନ ହେବା ସହିତ ମାନସିକ ଶାନ୍ତି ବଜାୟ ରହିପାରିବ । ସେହି ଦୃଷ୍ଟିରୁ ମୁଁ ଆଇଫୋନ୍ ତ୍ୟାଗ କଲି । ମୋ ମାନସିକ ଶାନ୍ତି ବଜାୟ ରହିବାର ଏହା ହେଉଛି ପ୍ରକୃଷ୍ଟ ଉପାୟ । ’ ଏବେ ଏହି ଅଭିନେତ୍ରୀ ସାଧାରଣ ଫୋନ୍ ବ୍ୟବହାର କରୁଛନ୍ତି ।