ପଶୁ ପ୍ରେମୀ ଅଭିନେତ୍ରୀ ଆଲିଆ ଭଟ୍ଟ ! ବୁଲା କୁକୁର ଓ ବିଲେଇଙ୍କ ଯତ୍ନ ନେବାକୁ ଲୋକଙ୍କୁ କରିଥାନ୍ତି ସଚେତନ

71

ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରୀରେ ଅଭିନୟ ସହ ପଶୁ ପ୍ରେମୀ ଭାବରେ ବି ଜଣାଯା’ନ୍ତି । ଅନେକ ସମୟରେ ସେ ପୋଷା ଜୀବଙ୍କ ସହ ଫଟୋ ସୋସିଆଲ ସାଇଟରେ ଶେୟାର କରିଥାନ୍ତି । ନିକଟରେ ସେ ବୁଲା କୁକୁର ଓ ବିଲେଇଙ୍କ ପାଇଁ ଅଭିନବ ପଦକ୍ଷେପ ଉଠାଇଛନ୍ତି ।

ଆଲିଆ ‘କୋ-ଏଗଜିଟ୍’ ନାମକ ଏକ ଏନଜିଓ ଚଳାଉଛନ୍ତି । ପଶୁମାନଙ୍କ ଯତ୍ନ ପାଇଁ ଆଲିଆ ଏବେ ଆଉ ଏକ ପାଦ ଆଗେଇଯାଇଛନ୍ତି । ନିକଟରେ ଆଲିଆ ସଡକରେ ବୁଲୁଥିବା କୁକୁର ଓ ବିଲେଇଙ୍କ ଏକ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି । ଆଲିଆ ଓ ତାଙ୍କ ଏନଜିଓର ଲୋକେ ବୁଲା କୁକୁର ଓ ବିଲେଇଙ୍କୁ ହୋଇଥିବା ରୋଗର ଚିକିତ୍ସା କରିଥାନ୍ତି । ଆଲିଆ ଜୀବଜନ୍ତୁଙ୍କ ପାଇଁ ଲୋକଙ୍କ ମନରେ ଭଲ ଭାବନା ଆଣିବାକୁ ଚାହୁଁଛନ୍ତି । ତେଣୁ ଏନଜିଓ ସହ ମିଶି ଲୋକଙ୍କୁ କରୁଛନ୍ତି ସଚେତନ । ବୁଲା ଜୀବମାନଙ୍କୁ ପୋଷା କରି ଘରେ ରଖିବାକୁ ଲୋକଙ୍କ ପାଖକୁ ଯାଇ ବୁଝାଉଛନ୍ତି ଆଲିଆ ଓ ତାଙ୍କ ଟିମ୍ ।