ଗୋଟିଏ ଭୂମିକାରେ ଅଜୟ ଓ ଅକ୍ଷୟ ! ଇଂଜିନିୟର ଯଶବନ୍ତ ସିଂହ ଗିଲଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଫିଲ୍ମ

77

ବଲିଉଡରେ ଏପରି ଅନେକଥର ହୋଇଛି କି ଗୋଟିଏ ପ୍ରୋଜେକ୍ଟରେ ଦୁଇ କିମ୍ବା ତିନି ନାୟକଙ୍କୁ ନିଆଯାଇଛି । କିନ୍ତୁ ଏବେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଯାଇଛି ବି-ଟାଉନରେ । ଗୋଟିଏ ଭୂମିକାକୁ ନିଭାଇବା ପାଇଁ ଉଭୟ ଅଜୟ ଦେବଗନ୍ ଓ ଅକ୍ଷୟ କୁମାରଙ୍କ ସହ ଆଲୋଚନା କରାଯାଇଛି । କଥାଟି ଏପରିକି , ୧୯୮୯ରେ ରାଣିଗଂଜରେ ହୋଇଥିବା କୋଇଲା ଖଣି ବିସ୍ଫୋରଣରେ ଲୋକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାରକାର୍ଯ୍ୟର ମାଷ୍ଟରମାଇଣ୍ଡ ଥିବା ଇଂଜିନିୟର ଯଶବନ୍ତ ସିଂହ ଗିଲଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ ।

ମୁଖ୍ୟ ଭୂମିକାରେ ଅକ୍ଷୟଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଏକ ଟିମ୍ ଯଶବନ୍ତଙ୍କ ସହ ଆଲୋଚନା କରିଥିଲେ । ମାତ୍ର ଏବେ ଶୁଣିବାକୁ ମିଳୁଛି କି ଅଜୟ ଦେବଗନଙ୍କ ଟିମ୍ ଫିଲ୍ମ ପାଇଁ ଯଶବନ୍ତଙ୍କ ସହ ଆଲୋଚନା କରିଛନ୍ତି । ଆଉ ଯଶବନ୍ତ ତାଙ୍କୁ ସମ୍ମତି ମଧ୍ୟ ଦେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା କି ଏହାକୁ ନେଇ ଅକ୍ଷୟ ଓ ଅଜୟଙ୍କ ମଧ୍ୟରେ ପୁଣି କିଛି ଗଡବଡ୍ ହେଉଛି କି ନାହିଁ । କାରଣ ଏହାପୂର୍ବରୁ ୧୯୮୭ରେ ସରାଗ୍ରହୀ ଯୁଦ୍ଧ ଉପରେ ଆଧାରିତ ଏକ ଫିଲ୍ମ କରିବାକୁ ନେଇ ଦୁହେଁ ସାମ୍ନାସାମ୍ନି ହୋଇଥିଲେ ।