ପୁଣି ଏକ ସିନେମାରେ ନଜର ଆସିବେ ପ୍ରଭାସ-ଅନୁଷ୍କା ଯୋଡ଼ି

40

ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଏକ ଚର୍ଚ୍ଚିତ ଯୋଡ଼ି ହେଉଛନ୍ତି ପ୍ରଭାସ ଓ ଅନୁଷ୍କା ସେଟ୍ଟୀ । ଦୁହିଁଙ୍କର ଅନସ୍କ୍ରିନ୍ କେମେଷ୍ଟ୍ରୀ ଖୁବ୍ ଲୋକପ୍ରିୟତା ପାଇଛି । ଆଉ ବାହୁବଳୀର ଶେଷ ଭାଗର ସଫଳତା ପରେ ତ ଏହି ଯୋଡ଼ିଙ୍କର ଲୋକପ୍ରିୟତା ବଢି ବଢି ଚାଲିଛି । ଏପରିକି ପ୍ରଭାସଙ୍କ ପ୍ରତ୍ୟେକ ଫିଲ୍ମରେ ଅନୁଷ୍କାଙ୍କୁ ଦେଖିବା ପାଇଁ ଉଭୟଙ୍କ ପ୍ରଶଂସକ ଚାହୁଁଛନ୍ତି ।

ଯେଉଁ ପ୍ରଶଂସକମାନେ ଏପରି ଚାହୁଁଥିଲେ ସେମନାଙ୍କ ଲାଗି ଏକ ଖୁସି ଖବର । ପୁଣିଥରେ ଏହି ଯୋଡି ପ୍ରିୟ ବାହୁବଳୀ ଓ ଦେବସେନାଙ୍କୁ ରୋମାନ୍ସ କରୁଥିବାର ଦେଖିବାକୁ ପାଇବେ । ଆଉ ତାହା ପୁଣି ପ୍ରଭାସଙ୍କ ବହୁ ଚର୍ଚ୍ଚିତ ଆଗାମୀ ଫିଲ୍ମ ‘ସାହୋ’ରେ । ଫିଲ୍ମ ‘ସାହୋ’ ଲାଗି ଅନୁଷ୍କାଙ୍କୁ ଚୟନ କରାଯାଇଛି । ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ,ଶ୍ରଦ୍ଧା କପୁର ଓ ଦିଶା ପାଟାନୀଙ୍କ ନିକଟରୁ ନା ଶୁଣିବା ପରେ ଫିଲ୍ମ ପ୍ରଯୋଜକ ଅନୁଷ୍କାଙ୍କୁ ପ୍ରଭାସଙ୍କ ବିପକ୍ଷରେ ନେଇଛନ୍ତି । ଏପରି ସୂଚନା ପ୍ରଶଂସକଙ୍କ ଖୁବ୍ ଖୁସି ଆଣିଦେଇଛି ।